ସଂକ୍ଷେପରେ ଆଜିର ତାଜା ଖବର - Wednesday, 11 October 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କୁକୁର ପାଇଁ ସ୍ମୃତିସଭା, ମାଲିକ ଦେଲେ ବ୍ରାହ୍ମଣ ଭୋଜନ

୨୦୧୧ ଜାନୁୟାରୀ ୨୭ ତାରିଖ । ୧୨ ବର୍ଷ ତଳର କଥା । ଭୁବନେଶ୍ୱର ଟଙ୍କପାଣି ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ଲାବ୍ରାଡର୍ ପ୍ରଜାତିର ଏହି କୁକୁରକୁ ଛୁଆ ଅବସ୍ଥାରେ ଆଣିଥିଲେ ବ୍ୟବସାୟୀ ଚନ୍ଦ୍ରଶେଖର । ସ୍ନେହ ସରାଗ ଦେଇ ବଢ଼ାଇଲେ, ଆପଣାର କଲେ । ଶ୍ରଦ୍ଧାରେ ତା ନାଁ ରଖିଥିଲେ ଗୁଲୁପାପା । ମଣିଷ ସିନା ନଥିଲା ସେ, ହେଲେ ମଣିଷଠୁ କିଛି କମ୍ ଦାୟିତ୍ୱ ନିଭାଉନଥିଲା । More

ରିଜର୍ଭ ବ୍ୟାଙ୍କ ସାମ୍ନାରେ ଉଡ଼ିଲା ନୋଟ୍; ସମସ୍ତେ ଆଶ୍ଚର୍ଯ୍ୟ, କିଏ ଉଡ଼ାଇଲା ଟଙ୍କା ?

ରିଜର୍ଭ ବ୍ୟାଙ୍କ ସାମ୍ନାରେ ଉଡ଼ିଲା ନୋଟ୍ । ଟଙ୍କା ଉଡ଼ୁଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ସଭିଙ୍କ ମନରେ ପ୍ରଶ୍ନ, କିଏ ଉଡ଼ାଇଲା ଟଙ୍କା ? କାହିଁକି ଉଡ଼ାଇଲା ? ବାସ୍ତବ କଥା ହେଉଛି, RBI ସମ୍ମୁଖରେ ଉଡ଼ୁଥିବା ଏ ନୋଟ୍ ସବୁ ହେଉଛି ଚିରା ଫଟା ନୋଟ୍ । More

ଯୁଦ୍ଧ ପରଠୁ ଧାଏଁ ଧାଏଁ ବଢିଲାଣି ସୁନା ଦର, ୪ ଦିନରେ ଦଶଗ୍ରାମ ପିଛା ୧୪ ଶହ ଟଙ୍କା ବୃଦ୍ଧି

ଗତ ୬ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ ପିଛା ୫୨ ହଜାର ୬ ଶହ ଟଙ୍କା ଥିଲା ବେଳେ ଆଜି ତାହା ୫୪ ହଜାର ଟଙ୍କାରେ ପହଞ୍ଚିଛି। More

ସତ୍ୟର ଜୟ, ହାରିଗଲା ଷଡ଼ଯନ୍ତ୍ର, ମାସକ ପରେ ଚାକିରି ଫେରି ପାଇଲେ ଭାରତୀ ସିଂ

ସତ୍ୟର ଜୟ, ହାର ମାନିଲା ଷଡ଼ଯନ୍ତ୍ର । ବେଆଇନ୍ ଭାବେ ଚାକିରି ଯିବାର ଠିକ୍ ମାସକ ପରେ ପୁଣି ବ୍ୟାଙ୍କ ମିତ୍ର ଚାକିରି ଫେରି ପାଇଲେ ମୟୂରଭଞ୍ଜ ଖୁଣ୍ଟାର ଭାରତୀ ସିଂ। More

ମହିଳା ଭୋଟ୍ ପାଇଁ ନବୀନ ସରକାରଙ୍କ ଆଉ ଏକ ଥୋପ ! ଲଞ୍ଚ ହେଲା ମିଶନ୍ ଶକ୍ତି ସ୍କୁଟର ଯୋଜନା

କାଲି ଆସିଥିଲା ଆମ ଓଡ଼ିଶା-ନବୀନ ଓଡ଼ିଶା । ଆଜି ଲଂଚ୍ ହେଲା ମିଶନ ଶକ୍ତି ସ୍କୁଟର ଯୋଜନା । ନିର୍ବାଚନ ପାଖଉଥିବା ବେଳେ ସବୁ ବର୍ଗକୁ ଖୁସ୍ କରିବାକୁ ନବୀନ ସରକାରର ଆଉ ଏକ ଥୋପ । More

ଦୁଃଖ ଦେଇଯାଇଛି ଦାଦନ ପୁଅ; ଶୁଖୁନି ଗରିବ ବାପା ଆଖିରୁ ଲୁହ

ବାପା ପାଣ୍ଡୁ ହନହୋଗା । ପୁଅ ଦାଦନ ଖଟିବାକୁ ଯିବା ପରେ ଝୁରି ଝୁରି ତାଙ୍କ ଅବସ୍ଥା କହିଲେ ନସରେ । କେତେବେଳେ କ’ଣ ଦୁଇଟା ଖାଉଛନ୍ତି ତ ପୁଣି କେତେବେଳେ ସେମତି ସମୟ ବିତିଯାଉଛି । ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଅନ୍ତର୍ଗତ ପାଣ୍ଠ ଗ୍ରାମ ପଞ୍ଚାୟତ ବଣକାଟି ଗାଁର ଗଙ୍ଗାଧର ହୋନାଗାଙ୍କ ନିଖୋଜ ପରେ ଏମିତି କଟୁଛି ପରିବାରର ଜୀବନ । More

ବିଲେଇକୁ ବଞ୍ଚାଇବକୁ ଯାଇ କୂଅକୁ ଡେଇଁଲେ ୩ ଜଣ, ଚାଲିଗଲା ଜଣଙ୍କ ଜୀବନ

ପଟିଆ ଷ୍ଟେସନ ନିକଟ ଏକ କୂଅରେ ପଡ଼ି ଯାଇଥିଲା ବିଲେଇ,ବିଲେଇକୁ ଉଦ୍ଧାର ପାଇଁ ପରକୁ ପର ୩ ଜଣ କୂଅକୁ ଡେଇଁଥିଲେ More

OSCBରେ ଡେପୁଟି ଜେନେରାଲ୍ ମ୍ୟାନେଜର ହେବାର ସୁବର୍ଣ୍ଣ ସୁଯୋଗ; ଦେଖନ୍ତୁ ପୂରା ଖବର

ଆପଣ ଓଡ଼ିଶାରେ ସରକାରୀ ଚାକିରି ଖୋଜୁଛନ୍ତି କି? ଆପଣଙ୍କ ପାଇଁ ଖୁସି ଖବର। ଏହା ପୁଣି ବ୍ୟାଙ୍କରେ। ଓଡିଶା ଷ୍ଟେଟ୍ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍ ଡେପୁଟି ଜେନେରାଲ୍ ମ୍ୟାନେଜର ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଛି। More

ଚାକିରି ଫେରି ପାଇଲେ ବ୍ୟାଙ୍କ ମିତ୍ର ଭାରତୀ ସିଂ

କାର୍ଯ୍ୟରେ ଯୋଗଦେବାକୁ BLF ପକ୍ଷରୁ ଭାରତୀଙ୍କୁ ଚିଠି…ଲଢ଼େଇରେ ସତ୍ୟର ଜୟ ହୋଇଛି କହିଲେ ଭାରତୀ ସିଂ More

ଗାଈଗୋରୁ ଭଳି ବିଲରେ ଚରୁଛନ୍ତି ହାତୀ, ମୁଣ୍ତରେ ହାତ ଦେଇ ବସିଲେଣି ଚାଷୀ

ଯୁଆଡେ ଅନେଇବ ସବୁ ଆଡ଼େ ମାଳ ମାଳ ହାତୀ । ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛନ୍ତି ହାତୀପଲ । More

ଉଦଘାଟନର ୭ ମାସ ପରେ ବି ଖୋଲୁନି ରକ ଗାର୍ଡେନ : ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି, କାମରେ ଲାଗୁନି

ଦିନକୁ ଦିନ ବ୍ରହ୍ମପୁର ମହାନଗରର କଳେବର ବଢୁଛି। ବିଭିନ୍ନ ସ୍ଥାନରେ ଲୋକଙ୍କଲାଗି ସୁନ୍ଦର ପାର୍କ ନିର୍ମାଣ ବି ହେଉଛି। ହେଲେ ଲୋକେ କିନ୍ତୁ ଏହାର ଫାଇଦା ପାଉନଥିବା ଦେଖିବାକୁ ମିଳିଛି। More

ଅନ୍ତେବାସୀ ସାବଧାନ! ଜେଲ ଭିତରେ ମୋବାଇଲ ଥିଲେ ଧରାପକାଇବ ମେସିନ୍

ନନ ଲିନିୟର ଜଙ୍କସନ ଡିଟେକ୍ଟର-NLJD ଧରା ପକାଇଦେବ, ମୋବାଇଲ ବନ୍ଦ ଥିଲେ ବି ମେସିନରେ ଧରାପଡିଯିବ More

ରାଗିଗଲେ ଗ୍ରାହକ, ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ ଫାଟକ ଆଗରେ ଉଡ଼ିଲା ଟଙ୍କା

ବ୍ୟାଙ୍କରେ ଚିରାଫଟା ନୋଟ୍ ବଦଳାଇ ନହେବାରୁ ଉଡ଼ାଇଲେ More

ଆଜି ବି ଶିଶୁ କନ୍ୟା ଅଲୋଡ଼ା; କେଉଁଠି ଗଳା ଚିପି ହତ୍ୟା ତ କେଉଁଠି ବୁଦାମୂଳରେ ପଡ଼ିରହିଛି ନବଜାତ ଶିଶୁ କନ୍ୟା

ଶିଶୁ କନ୍ୟା ସନ୍ତାନ ଦିବସରେ ବି ଅଲୋଡ଼ା । ଟମକା ଚମ୍ପାଝରରେ ଶିଶୁକନ୍ୟାକୁ ମାଆ ଗଳା ଚିପି ହତ୍ୟା ଅଭିଯୋଗ ହୋଇଛି । ସୁନ୍ଦରଗଡ଼ ମୁକ୍ତିଢିପାରେ ବୁଦାମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ସେପଟେ ପୁଣି ଝିଅ ହେବାରୁ ଚାନ୍ଦବାଲି ମେଡିକାଲରେ ପତ୍ନୀ ଓ କନ୍ୟାକୁ ଛାଡ଼ି ବାପା ଛୁ । More

ବିଜେଡ଼ି ଫୋକସରେ ନୂଆ ଭୋଟର୍, ବିଭିନ୍ନ ସ୍ଥାନରେ ଲାଗିବ ସରକାରୀ ମେଧା ବୃତ୍ତି ବ୍ୟାନର୍

ବିଜେଡ଼ି ଫୋକସରେ ନୂଆ ଭୋଟର୍। କ୍ୟାମ୍ପସକୁ ଦଳ ଦେଇଛି ଗୁରୁତ୍ୱ । ଉଚ୍ଚ ଶିକ୍ଷା ବିଭାଗ ଏବେ କ୍ୟାମ୍ପସରେ ମାରିବ ସରକାରୀ ମେଧା ବୃତ୍ତି ବ୍ୟାନର। ତେବେ ସରକାର ହଠାତ୍ କାହିଁକି ଏଭଳି ନିଷ୍ପତି ନେଲେ, ତାକୁ ନେଇ ତେଜିଛି ରାଜନୀତି। ବିରୋଧୀ କହିଛନ୍ତି, କେବଳ ନୂଆ ଭୋଟରଙ୍କୁ ସନ୍ତୁଷ୍ଟ କରିବାକୁ ସରକାରୀ ଦଳର ଏହି ପ୍ରୟାସ। More

ନୋଟାରୀ ଜରିଆରେ ବିବାହ ଅବୈଧ, ତଥାପି ହେଉଛି ବିବାହ

ନୋଟାରୀରେ ବିବାହକୁ ନେଇ ହାଇକୋର୍ଟଙ୍କ ଉଦବେଗ । ଆଇନ ବହିର୍ଭୁତ କାର୍ଯ୍ୟ ହେଉଥିବା ଅନୁଭବ କରିଛନ୍ତି ହାଇକୋର୍ଟ More

ଇସ୍ରାଏଲରେ ଫସି ରହିଛନ୍ତି ୫୦ ଓଡ଼ିଆ ଛାତ୍ରଛାତ୍ରୀ

ଇସ୍ରାଏଲ-ହମାସ ମଧ୍ୟରେ ଭୟଙ୍କର ଯୁଦ୍ଧ । ଫସି ରହିଛନ୍ତି ୫୦ ଓଡ଼ିଆ ଛାତ୍ରଛାତ୍ରୀ । ଯୁଦ୍ଧ ଯୋଗୁ କେହି ଘରୁ ବାହାରୁନାହାନ୍ତି । ଯୁଦ୍ଧ ସାଇରନ ବାଜିଲେ ବଙ୍କର ଭିତରକୁ ଯାଉଛନ୍ତି ଲୋକେ । More

Today Panchang 11th October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୧୧ ତାରିଖ ବୁଧବାର...ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ.. More

ରଣକ୍ଷେତ୍ର ପାଲଟିଲା ହସ୍ପିଟାଲ୍‌, ପୋଲିସ୍‌କୁ ବି ଛାଡ଼ିଲେନି...

ଜମିଜମା ବିବାଦକୁ ନେଇ ହୋଟେଲ ମାଲିକଙ୍କୁ ପ୍ରଥମେ ମରଣାନ୍ତକ ଆକ୍ରମଣ ଉଦ୍ୟମ ଓ ପରେ ଛୁରାମାଡ଼। ପରିସ୍ଥିତି ଏପରି ହୋଇଥିଲା ଯେ, ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ କିଛି ସମୟ ପାଇଁ ହସ୍ପିଟାଲ୍‌ ପରିସର ରଣକ୍ଷେତ୍ର ପାଲଟି ଥିଲା । More

ଉଦଘାଟନକୁ ମାସେ ପୁରିଲା, ଖୋଲୁନି ଅର୍ବାନ ହାଟ

କଟକ ଛତ୍ରବଜାର ଅର୍ବାନ ହାଟକୁ ନେଇ ବିବାଦ ଥମିବାର ନା ଧରୁନି। ପିଣ୍ଡି ଆବଣ୍ଟନକୁ ନେଇ ବିବାଦ ବଢିବାରୁ ହାଟ ଖୋଲିପାରୁନି । ଦେଖନ୍ତୁ ଉଦଘାଟନ ପରେ କେମିତି ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି ହାଟ । More

ରାଜଧାନୀର ବାରରେ ଉଡୁଛି ଅବକାରୀ ନିୟମର ଧଜ୍ଜିଆ, ଡ୍ୟାନ୍ସ ଫ୍ଲୋରରୁ ଓହ୍ଲାଇବା ପରେ ଦେହ ବ୍ୟବସାୟ ପାଇଁ ଡିଲ୍

ବାରରେ କେମିତି ହୁଏ ଦେହ ପାଇଁ ଡିଲ୍ ? ବାରର ରଙ୍ଗୀନ ରାତିରେ କେମିତି ଚାଲେ ନିଷିଦ୍ଧ ବେପାର ? ରାଜଧାନୀର ଜଣେ ବାର୍ ଗାର୍ଲଙ୍କ ମୁହଁରୁ ଏତେ ସମୟ ଧରି ଶୁଣୁଥିଲେ ଚାଞ୍ଚଲ୍ୟକର ବୟାନ। ଆଉ ଏବେ ଆମେ ଦେଖାଉଛୁ, ସେହି ଦେହ ସୌଦାର କଳା କାହାଣୀ। More

କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ; ଜାଣନ୍ତୁ କେତେବେଳେ ପାକତ୍ୟାଗ ଓ ସର୍ବମୋକ୍ଷ..

ଏବର୍ଷ କୁମାରପୂର୍ଣ୍ଣିମା ଦିନ ପଡ଼ୁଛି ଚନ୍ଦ୍ର ଗ୍ରହଣ । ଏମିତି ସେମିତି ନୁହେଁ, ଇଏ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଗ୍ରହଣ । More

ଆଖି ଆଗରେ ପଚିଗଲା ହାଡ଼ଭଙ୍ଗା ପରିଶ୍ରମ, ପଚ ପଚ କାଦୁଅରେ ସଢୁଛି ଫସଲ

ଚଳିତବର୍ଷ ଖରିଫ୍ ଋତୁରେ ଜଗତସିଂହପୁର ଜିଲ୍ଳାରେ ୮୬ ହଜାର ହେକ୍ଟରରୁ ଅଧିକ ଜମିରେ ଧାନ ଚାଷ କରାଯାଇଛି । ଗତ ସେପ୍ଟେମ୍ବର ମାସରେ ହୋଇଥିବା ଲଗାଣ ବର୍ଷା ଯୋଗୁ ଶହ ଶହ ହେକ୍ଟର ଚାଷଜମିରେ ପାଣି ଜମି ଫସଲ ହାନି ହୋଇଥିଲା । More

କର୍ମକ୍ଷେତ୍ର ହେଉ କି ପାଠ ପଢ଼ା ପ୍ରେସର, ବିସ୍ଫୋରକ ରୂପ ନେଉଛି ବାରଆଡୁ ବଢୁଥିବା ମାନସିକ ଚାପ

ବିଶ୍ୱରେ ପ୍ରତି ୮ ଜଣରୁ ଜଣେ ବ୍ୟକ୍ତି ବିଭିନ୍ନ କାରଣରୁ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିବା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଏମିତିକି ମାନସିକ ଅସୁସ୍ଥତା ଯୋଗୁଁ ଲୋକେ ଆତ୍ମହତ୍ୟା କରିବାକୁ ବି ପଛାଉନାହାନ୍ତି। More