ଚାକିରି ଫେରି ପାଇଲେ ଭାରତୀ ସିଂ। ମୟୂରଭଂଜ ଖୁଣ୍ଟା ବ୍ଲକର ବ୍ୟାଙ୍କମିତ୍ର ଭାରତୀ ସିଂ ଚାକିରି ଫେରିପାଇଛନ୍ତି। କାର୍ଯ୍ୟରେ ଯୋଗଦେବାକୁ BLF ପକ୍ଷରୁ ଭାରତୀଙ୍କୁ ଚିଠି ହୋଇଛି। ଏ ନେଇ ଭାରତୀ କହିଛନ୍ତି ଲଢ଼େଇରେ ସତ୍ୟର ଜୟ ହୋଇଛି । 5T ସଚିବଙ୍କ ପ୍ରତି ମନ୍ତବ୍ୟ ପରେ ଚାକିରି ହରାଇଥିବା ଅଭିଯୋଗ କରିଥିଲେ ଭାରତୀ।
Also Read
ଭାରତୀ କହିଛନ୍ତି ‘ ଏକତା ହଁ ବଳ । ମୋର ବ୍ୟାଙ୍କ ମିତ୍ର ଭାଇଭଉଣୀ ତଥା ବିଭିନ୍ନ ରାଜନୈତିକ ଦଳ ସୋସିଆଲ ମିଡ଼ିଆରେ ମୋ ପାଇଁ ଯୁକ୍ତି ବାଢ଼ିଥିଲେ । ସମସ୍ତଙ୍କ ସହଯୋଗରେ ଆଜି ଅସମ୍ଭବ ସମ୍ଭବ ହୋଇପାରିଛି । ଓଟିଭି ଏବଂ ବିଭିନ୍ନ ଗଣମାଧ୍ୟମ ଯେଉଁମାନେ ତାଙ୍କ ପାଇଁ ବାହାରିଥିଲେ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଭାରତୀ । ଆଗକୁ ଯଦି କାହାକୁ କେହି ବେଆଇନ ଭାବେ ନିଳମ୍ବନ କରନ୍ତି, ତେବେ ସେମାନେ ପୂର୍ବରୁ ଶହେ ଥର ଭାବିବେ । ସେହପରି ବ୍ୟାଙ୍କ ମିତ୍ର ସଂଘ ପକ୍ଷରୁ କୁହାଯାଇଛି ଭାରତୀଙ୍କୁ ବେଆଇନ ଭାବେ ନିଳମ୍ବନ କରାଯାଇଥିଲା ଯାହା କି ଆଇନତଃ ଊଚିତ ନୁହେଁ ।
ସୂଚନାଯୋଗ୍ୟ ଦୀର୍ଘ ୪ ବର୍ଷ ହେଲା ଭାରତୀ ବ୍ୟାଙ୍କ୍ ମିତ୍ର ଭାବରେ କାର୍ଯ୍ୟ କରୁଥିଲେ । ବିଭିନ୍ନ ଦାବି ନେଇ ବିକ୍ଷୋଭ କରିବାକୁ ଗତ ସେପ୍ଟେମ୍ବର ୧୧ ତାରିଖ ଦିନ ସେ ତାଙ୍କର ଅନ୍ୟ ସହଯୋଗୀଙ୍କ ସହ ଭୁବନେଶ୍ୱର ଆସିଥିଲେ । ଏହି ସମୟରେ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ବେଳେ ସରକାରୀ ବ୍ୟବସ୍ଥା ଏବଂ ଫାଇଭ୍ ଟି ସଚିବଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ । ତାଙ୍କର ସେହି ପ୍ରତିକ୍ରିୟା ଭାଇରାଲ୍ ହେବା ପରେ ତାଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଥିବା ସେ ଅଭିଯୋଗ କରିଥିଲେ। ...
- Reported by:
- MANIK Lal PANI