• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଗାଈଗୋରୁ ଭଳି ବିଲରେ ଚରୁଛନ୍ତି ହାତୀ । ଯୁଆଡେ ଅନେଇବ ସବୁ ଆଡ଼େ ମାଳ ମାଳ ହାତୀ । ହାତୀ ଉପଦ୍ରଵ ଏତେ ପରିମାଣରେ ବଢିଯାଇଛି ଯେ ମଣିଷର ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି । ବିଶେଷ କରି ଏବେ ଧାନ ପାକଳ ହୋଇ ଆସୁଥିବା ବେଳେ ଚାଷୀଙ୍କ ପାଇଁ ବଡ଼ ସମସ୍ୟା ପାଲିଟିଛି ହାତୀ ଉପଦ୍ରଵ।

କେନ୍ଦୁଝର ବନଖଣ୍ଡରେ ଏବେ ୧୭୫ ଟି ହାତୀ ଅଛନ୍ତି । ସେଥିମଧ୍ୟରୁ କେନ୍ଦୁଝର ସଦର ରେଞ୍ଜରେ ଅଛନ୍ତି ୪୭ଟି । ପାଟଣା ରେଞ୍ଜ ବାଉଁସୁଳି ଅଞ୍ଚଳରେ ଗତ କିଛି ଦିନ ହେବ ୧୮ ଟି ହାତୀ ଉପଦ୍ରଵ କରିବା ପରେ ଗତକାଲି ଠାରୁ ସଦର ରେଞ୍ଜରେ ପଶିଛନ୍ତି । ଗତକାଲି ଟାଙ୍ଗରାଣୀରେ ଡେରା ପକାଇଥିବା ଏହି ହାତୀ ସଂଧ୍ୟା ପୂର୍ବରୁ ବେଲଦା ନିକଟ ଏନଏଚ ୪୯ ରେ କିଛି ସମୟ ରାସ୍ତା ଅବରୋଧ କରିଥିଲେ । ତା’ପରେ ସେମାନେ ମଇଦାନକେଲ , ବାଘୁଆସାହି, ହରିହରପୁର, କେରି, ଗରିଆ ବେଡ଼ା, ଜଗନ୍ନାଥପୁର, ଦେଓବନ୍ଧ, ତାଳପଦା ଦେଇ ରଘୁନାଥପୁର ଗାଁ ନିକଟ ଜଙ୍ଗଲରେ ପହଞ୍ଚିଛନ୍ତି ।

ଯିବା ରାସ୍ତାରେ ହାତୀ ପଲ ୩୦ରୁ ଉର୍ଦ୍ଧ ଚାଷୀଙ୍କ ଫସଲ ନଷ୍ଟ କରିଛନ୍ତି । ଏଥିସହ ଜଙ୍ଘିରା ସେକ୍ସନରେ ୧୯ଟି ହାତୀ ବନ ବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି । ହେଲେ ବନ ବିଭାଗ ହାତୀଙ୍କ ସୁରକ୍ଷା ଓ ଧନ ଜୀବନ ରକ୍ଷ। ପାଇଁ ୨୦ ଟି ହାତୀ ସ୍କ୍ୱାର୍ଡ ସହ ୧୫୦ ରୁ ଉର୍ଦ୍ଧ ଗଜ ସାଥି ନିଯୋଜିତ ଅଛନ୍ତି । ତା’ପରେ ବି ହାତୀ ଉପଦ୍ରବ କମୁନି ।

ଯେଉଁଠି ପାଇଁ ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛନ୍ତି ହାତୀପଲ । ଧାନ ବିଲରେ ମାଳ ମାଳ ହାତୀ ଗାଈ ଗୋରୁଙ୍କ ପରି ଚରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ ହାତୀ ମାନେ ଯେତିକି ଖାଉଛନ୍ତି ତା’ର ଦୁଇ ଗୁଣା ଦଳି ଚକଟି ନଷ୍ଟ କରୁଛନ୍ତି । ଖାଲି ସେତିକି ନୁହେଁ ହାତୀ ମାନେ ଜିଲ୍ଲାର ବିଭିନ୍ନ ଜାତୀୟ ରାଜପଥ ରାଜ୍ୟ ରାଜପଥ ଏବଂ ଗ୍ରାମାଞ୍ଚଳ ରାସ୍ତା ମାନଙ୍କ ମଧ୍ୟରେ ବି ଅବାଧରେ ଚଳପ୍ରଚଳ କରୁଥିବାରୁ ବନାଞ୍ଚଳ ଦେଇ ଯାଇଥିବା ରାସ୍ତାରେ ଲୋକେ ଯାତାୟାତ କରିବାକୁ ଭୟ କରୁଛନ୍ତି ।