• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଲେଇକୁ ଉଦ୍ଧାର ପାଇଁ କୂଅକୁ ଡେଇଁ ଜଣେ ମୃତ, ଦୁଇ ଗୁରୁତର । ଭୁବନେଶ୍ୱର ପଟିଆ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଆଜି ପଟିଆ ଷ୍ଟେସନ ନିକଟରେ ଏକ କୂଅରେ ପଡ଼ି ଯାଇଥିଲା ଏକ ବିଲେଇ। ସେହି ବିଲେଇକୁ ଉଦ୍ଧାର ପାଇଁ ଜଣକ ପରେ ଜଣେ ୩ ଜଣ କୂଅକୁ ଡେଇଁଥିଲେ । ପରେ ତାଙ୍କୁ ଉଦ୍ଧାର ପାଇଁ ଅନ୍ୟ ଦୁଇ ଜଣ ଡେଇଁଥିଲେ । ତେବେ କୂଅକୁ ଡେଇଥିବା ପ୍ରଥମ ବ୍ୟକ୍ତି ଶିବରାମ ସାହୁଙ୍କୁର ମୃତ୍ୟୁ ହୋଇଥିଲା।

ସୂଚନା ଅନୁସାରେ, ପଟିଆ ଷ୍ଟେସନ ନିକଟରେ ଗୋଟିଏ ବିଲେଇ କୂଅ ଭିତରେ ଗଳି ପଡ଼ିଥିଲା । ଏହା ଦେଖି ଘର ମାଲିକ ବିଲେଇକୁ ବାଲ୍‌ତି ଓ ରଶି ମାଧ୍ୟମରେ କୂଅରୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । ଠିକ୍‌ ସେହି ସମୟରେ ମଲେଇ ବ୍ୟବସାୟ କରୁଥିବା ଗଞ୍ଜର ଅଞ୍ଚଳର ଶିବରାମ ସାହୁ ବିଲେଇକୁ ଉଦ୍ଧାର କରିଦେବେ ବୋଲି କହିଥିଲେ । ଏହା ପରେ ସେ ପାଇଁ କୂଆ ଭିତରକୁ ଲମ୍ଫ ମାରିଥିଲେ । ହେଲେ ଦୀର୍ଘ ସମୟ ଧରି କୂଅରୁ ବାହାରିନଥିଲେ ।

ଶିବରାମଙ୍କୁ ଉଦ୍ଧାର କରିବା ପାଇଁ ଶଙ୍କର ଦାସ ନାମକ ଜଣେ ଯୁବକ କୂଅ ଭିତରକୁ ଯାଇଥିଲେ। ହେଲେ ସେ ମଧ୍ୟ ବାହାରି ପାରିନଥିଲେ। ତା’ପରେ ଶିବରାମଙ୍କ ବଡ଼ ଭାଇ ଭଜରାମ ସାହୁ କୂଅ ଭିତରକୁ ଯାଇଥିଲେ । ଦୀର୍ଘ ସମୟ ଧରି ପାଣି ଭିତରେ ସାନ ଭାଇ ଶିବରାମକୁ ଖୋଜିଥିଲେ। ମାତ୍ର ପାଇନଥିଲେ । ଶେଷରେ କୂଅ ଭିତରୁ ଶଙ୍କରଙ୍କୁ ଧରି କୂଅରୁ ବାହାରିଥିଲେ ଭଜରାମ ।

ସ୍ଥାନୀୟ ଲୋକେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀମାନେ କୂଅ ଭିତରୁ ଶିବରାମଙ୍କ ମୃତଦେହ ଉଦ୍ଧାର କରିଛି ଏବଂ ଦୁଇ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।...