Advertisment

ରାଗିଗଲେ ଗ୍ରାହକ, ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ ଫାଟକ ଆଗରେ ଉଡ଼ିଲା ଟଙ୍କା

ବ୍ୟାଙ୍କରେ ଚିରାଫଟା ନୋଟ୍ ବଦଳାଇ ନହେବାରୁ ଉଡ଼ାଇଲେ

author-image
Prangyan Parimita
ଅଦ୍ୟତନ ହୋଇଛି
bank

bank

ଆରବିଆଇ ସାମନାରେ ଉଡ଼ିଲା ଟଙ୍କା। ଭୁବନେଶ୍ୱର ସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ଟଙ୍କା ବଦଳ ପାଇଁ ଆସିଥିବା କିଛି ଗ୍ରାହକ ଫାଟକ ଆଗରେ ନୋଟ୍ ଉଡ଼ାଉଥିବା ଦେଖିବାକୁ ମିଳିଥିଲା। ତେବେ ସେ ନୋଟ୍ ଗୁଡ଼ିକ ଚିରାଫଟା ନୋଟ୍ ବୋଲି ଜଣାପଡିଛି। ଏହାକୁ ବଦଳାଇବାକୁ ଗ୍ରାହକ ଆଣିଥିଲେ, ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ଗ୍ରହଣ ନକରିବାରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।

Advertisment

ଖାରବେଳ ନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗ୍ରାହକଙ୍କୁ ବୁଝାସୁଝା କରିଥିଲା। ତେବେ ଚିରା ଫଟା ନୋଟ ବଦଳାଇବା ବ୍ୟବସ୍ଥା ଥିବାବେଳେ ଗ୍ରାହକ କାହିଁକି ଗ୍ରହଣ କରିବାକୁ ମନା କଲେ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଆରବିଆଇ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।...

Advertisment

ବ୍ୟାଙ୍କକୁ ନୋଟ ବଦଳାଇବାକୁ ଯାଇଥିବା ଦିନେଶ କୁମାର ସାହୁ ନାମକ ବ୍ୟକ୍ତିଙ୍କ ଅଭିଯୋଗ ଅନୁଯାୟୀ, ଆଜି କିଛି ଗ୍ରାହକ ବ୍ୟାଙ୍କକୁ ନିଜ ପାଖରେ ଥିବା ଚିରାଫଟା ନୋଟ ବଦଳାଇବାକୁ ଯାଇ ଲାଇନ୍‌ରେ ଛିଡ଼ା ହୋଇଥିଲେ। ମାତ୍ର ବ୍ୟାଙ୍କ କର୍ତ୍ତୃପକ୍ଷ  ନୋଟ୍‌କୁ ଗ୍ରହଣ ନ କରିବାରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । 

ଏନେଇ ପଚାରିବାରୁ ଗତ ୩ ତାରିଖରୁ ପୁରୁଣା ନୋଟ୍‌ ବଦଳ କାଉଣ୍ଟର ବନ୍ଦ ଥିବା କର୍ତ୍ତୃପକ୍ଷ କହିଛନ୍ତି। ତେବେ ଏନେଇ ଲିଖିତ ଭାବେ କିଛି ବାହାରି ନ ଥିବା ବେଳେ ଗଣମାଧ୍ୟମରେ ବି ଏ ସଂକ୍ରାନ୍ତ ଖବର ପ୍ରକାଶିତ ହୋଇନି। ତେଣୁ ପ୍ରତିଦିନ ୨ଶହରୁ ୩ ଶହ ଲୋକ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ଫେରୁଛନ୍ତି।

RBI
Advertisment
Advertisment