ସଂକ୍ଷେପରେ ଆଜିର ତାଜା ଖବର - Sunday, 08 October 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା: ସତ ପଦାକୁ ଆସିବାକୁ CBI ତଦନ୍ତ ଦାବି କଲେ ମମିତାଙ୍କ ମା’

ସତ ପଦାକୁ ଆସିବା ପାଇଁ CBI ତଦନ୍ତ ଦାବି କରିଛନ୍ତି ମମିତାଙ୍କ ମା’ ତୁଳସୀ ମେହେର। କହିଛନ୍ତି ଜଣେ ଅଭିଯୁକ୍ତ ମରିଛି, ଯିଏ ବଞ୍ଚିଛି ତାକୁ ଫାଶି ଦିଆଯାଉ ବୋଲି ମମିତାଙ୍କ ମା’ କହିଛନ୍ତି। More

ସାବାଡ୍ ହେବେ ନିୟମର ଧଜ୍ଜିଆ ଉଡ଼ାଉଥିବା ଡ୍ୟାନ୍ସ ବାର୍, ରାତିଅଧିଆ ରେଡ୍ କରିବେ ୩ଟି ସ୍ପେଶାଲ ଟିମ୍

ପାର୍ବଣ ବେଳରେ ନିୟମ ଫୁ କରିଛନ୍ତି ଡ୍ୟାନ୍ସ ବାର୍ । ରାଜଧାନୀରେ ରାତିତମାମ୍ ଗ୍ରାହକଙ୍କୁ କରୁଛନ୍ତି ମତୁଆଲା। ରଙ୍ଗିଲା ବାରରେ ରଙ୍ଗୀନ ରାତିର ସତ ପଦାକୁ ଆସିବା ପରେ ଏବେ ସାବାଡ୍ ଲାଗି ସଜବାଜ ଅବକାରୀ ବିଭାଗ। ଆକ୍ସନ ମୋଡ଼କୁ ଆସି ଗଠନ କରିଛି ସ୍ପେଶାଲ୍ ସ୍କ୍ୱାର୍ଡ। More

SOPରେ ସତ୍କାର ହେବ ଟ୍ରେନ ଟ୍ରାଜେଡିର ୨୮ ଅଜଣା ମୃତଦେହ, ଅନ୍ତିମ ସଂସ୍କାର ପାଇଁ BMCର ପ୍ରସ୍ତୁତି

ବାହାନଗା ଟ୍ରେନ ଟ୍ରାଜେଡିକୁ ବିତିଗଲା ୪ ମାସ । ତଥାପି ଅପରିଚିତ ରହିଗଲା ୨୮ ଡେଡ୍ ବଡି। DNA ମ୍ୟାଚିଂ ବି କରିଛି ନିରାଶ। ତେଣୁ ଏଭଳି ସ୍ଥିତିରେ ବାଧ୍ୟ ହୋଇ ଅନ୍ତିମ ସଂସ୍କାର ପାଇଁ ହୋଇଛି ନିଷ୍ପତ୍ତି। More

ସୁନ୍ଦରଗଡ଼ରୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର ମହିଳା ବଖାଣିଲେ ଜଘନ୍ୟ କାହାଣୀ, କହିଲେ ‘ଦୁଷ୍କର୍ମ କରୁଥିଲା ଦିଅର’

ଝାଡ଼ଖଣ୍ଡର କଳଙ୍କ । ସୁନ୍ଦରଗଡ଼ରେ କମ୍ପନ। ଦୋହଲାଇଦେଇଛି ସାରା ରାଜ୍ୟକୁ। ସଭ୍ୟ ସମାଜର ମୁଣ୍ଡ ନୁଆଇଁ ଦେଇଛି ଉଲଗ୍ନ ଅବସ୍ଥାରେ ୨ ମହିଳା ଚାଲିବା ପଛର କାହାଣୀ। କାରଣ, ମାଇଲ ମାଇଲ୍ ଧରି ଉଲଗ୍ନ ଅବସ୍ଥାରେ ଚାଲିବା ସତ୍ତ୍ୱେ ଫୁଙ୍ଗୁଳା ଶରୀର ଉପରକୁ କେହି କନା ଖଣ୍ଡେ ଯେ ଫୋପାଡ଼ିଲେନି ତା’ନୁହେଁ, ବରଂ ଲୁଟ୍ ହୋଇଛି ୨ ମହିଳାଙ୍କ ଇଜ୍ଜତ୍, ମହତ୍। More

ଆସନ୍ତା ୧୦ ତାରିଖରୁ ରାଜ୍ୟରେ ଗଡ଼ିବ ନାହିଁ ଘରୋଇ ବସ୍‌

ସରକାର ସଂଘର ଦାବି ନ ମାନିବା ଓ ଆଲୋଚନା ନ କରିବାରୁ ଧର୍ମଘଟ ଡାକରା ଦିଆଯାଇଛି । ଆସନ୍ତା ୧୦ ତାରିଖ ସକାଳ ୬ଟାରୁ ବସ୍ ଧର୍ମଘଟ ଆରମ୍ଭ ହେବ । More

ଏସିଆନ୍ ଗେମ୍ସ ସଫଳତା ପାଇଁ ଦୀପଗ୍ରେସ୍ ଏକ୍କାଙ୍କୁ ମିଳିବ ପୁରସ୍କାର, ୫୦ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଦୀପଗ୍ରେସଙ୍କ ଘର ସୁନ୍ଦରଗଡ଼ ଲୁଲକିଡିହି ଗାଁରେ। ସେ ୨୦୧୧ରେ ଇଣ୍ଟରନାସନାଲ୍ ମ୍ୟାଚରେ ଡେବ୍ୟୁ କରିଥିଲେ। ସେବେଠାରୁ ସେ ଭାରତ ପାଇଁ ଖେଳିଆସୁଛନ୍ତି। More

୧୪ରୁ ଖୋଲିବ ଶିମିଳିପାଳ ଜାତୀୟ ଅଭୟାରଣ୍ୟ, ପର୍ଯ୍ୟଟକଙ୍କ ପାଇଁ କରାଯାଇଛି ସ୍ୱତନ୍ତ୍ର ଗାଇଡ୍ ବ୍ୟବସ୍ଥା

ଏଥିସହ ଅଭୟାରଣ୍ୟରେ ରାତ୍ରିଯାପନ ପାଇଁ ପର୍ଯ୍ୟଟକମାନେ ଅନଲାଇନ୍ ମାଧ୍ୟମରେ ବୁକିଂ କରିପାରିବେ। ସେହପରି ଅଭୟାରଣ୍ୟ ମଧ୍ୟକୁ ପ୍ଲାଷ୍ଟିକ୍, ପଲିଥିନ୍ ଓ ମାଦକ ଦ୍ରବ୍ୟ ନେବାରେ କଟକଣା ଜାରି କରାଯାଇଛି । More

Sports: ବିଶ୍ୱ କ୍ରିକେଟରେ ବିସିସିଆଇ କେମିତି ହେଲା ପାୱାରହାଉସ୍ ?

କିନ୍ତୁ ୩୦-୩୫ ବର୍ଷ ତଳେ ଏପରି ସ୍ଥିତି ନଥିଲା । ଦିନ ଥିଲା ବିଶ୍ୱକପ୍ ଫାଇନାଲ ପାଇଁ ବିସିସିଆଇ ବସ୍‌ଙ୍କୁ ମାତ୍ର ଦୁଇଟି ପାସ୍ ମିଳିଥିଲା। ଭାବି ପାରୁଛନ୍ତି ସେ ଦିନର କଥା, ଆଉ ଏବେର ବିସିସିଆଇ ବସ୍‌ଙ୍କ କେତେ କ୍ଷମତା। More

ବାହାନଗା ଟ୍ରାଜେଡି: ଚିହ୍ନଟ ହୋଇ ନଥିବା ୨୮ ମୃତଦେହର ହେବ ସଂସ୍କାର, SOP ଜାରି କଲା BMC

ଏହି ଅଚିହ୍ନା ମୃତଦେହ ଗୁଡିକର ସଂସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ SOP ଜାରି କରିଛି BMC। ମୃତଦେହର ସଂପୂର୍ଣ୍ଣ ସଂସ୍କାରର ହେବ ଭିଡିଓଗ୍ରାଫି। ଏମ୍ସ ଭୁବନେଶ୍ୱରରୁ ମୃତଦେହ ହସ୍ତାନ୍ତରଠାରୁ ଶ୍ମଶାନରେ ସଂସ୍କାର ଯାଏଁ ସବୁ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ। More

ଦ୍ୱାଦଶ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର: କୋଶ୍ଚିନ୍ ବ୍ୟାଙ୍କ ପ୍ରସ୍ତୁତ କଲା CHSE

ପ୍ରଥମ ଥର ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କୋଶ୍ଚିନ୍ ବ୍ୟାଙ୍କ ପ୍ରସ୍ତୁତ କରିଛି। ଯାହାକି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପ୍ରସ୍ତୁତିରେ ସହାୟତା କରିବ। More

ରାସ୍ତାରେ ଉଲଗ୍ନ ବୁଲିଲେ ମା’, ଝିଅ: ସାମ୍ନାକୁ ଆସିଲା ଛାତି ଥରାଇ ଦେଲା ଭଳି କାହାଣୀ...

ରାସ୍ତାରୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର ମା’, ଝିଅଙ୍କ ସମ୍ପର୍କରେ ଛାତି ଥରାଇ ଦେଲା ଭଳି କାହାଣୀ ସାମ୍ନାକୁ ଆସିଛି। ଜଣେ ଯୁବକ ମା’ ଓ ଝିଅଙ୍କ ସହ ଦୁଷ୍କର୍ମ କରିଛି। More

ଚାଷୀଙ୍କୁ ଧମକାଇ ଟଙ୍କା ଆଦାୟ କରୁଥିଲେ ପୋଲିସ୍‌ ବାବୁ, ଘେରିଲେ ଲୋକେ...

ଚାଷୀଙ୍କୁ ଧମକାଇ ପୋଲିସ ଟଙ୍କା ଆଦାୟ କରୁଥିବା ବେଳେ ଘେରିଲେ ଲୋକେ। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। More

Today Panchang 8th October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୮ ତାରିଖ ରବିବାର । More

ବାଟରେ ଜଗିଥିଲା ଯମ: ମର୍ଣ୍ଣିଂ ୱାକ୍‌ ବେଳେ ୩ କଲେଜ ଛାତ୍ରଙ୍କ ଉପରେ ଚଢ଼ିଗଲା ଗାଡ଼ି

ମର୍ଣ୍ଣିଂ ୱାକ୍‌ ବେଳେ ଚଢ଼ିଗଲା ଗାଡ଼ି। ଆଜି ସକାଳୁ ସକାଳୁ ଅନୁଗୁଳ ଓ ବଲାଙ୍ଗିରରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। More

ବାହା ହେବା ପାଇଁ ବିଜୟଙ୍କ ମନ ଉଚ୍ଛନ; ପଛ ଛାଡ଼ୁନାହାନ୍ତି ପୂର୍ବତନ ପ୍ରେମିକା

ବଢି ବଢି ଚାଲିଛି ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ପ୍ରେମ ଆଉ ପ୍ରତାରଣା ବିବାଦ । ଆଜି କଟକ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ପହଞ୍ଚି ଅନ୍ୟ ଜଣେ ଯୁବତୀଙ୍କୁ ବିଜୟଙ୍କ ବିବାହ ଆବେଦନ ଉପରେ ଆପତ୍ତି ଉଠାଇଛନ୍ତି ପୂର୍ବତନ ପ୍ରେମିକା ସୋମାଲିକା ଦାସ । ପୂର୍ବରୁ ତାଙ୍କ ସହ ବିବାହ ପାଇଁ ଆବେଦନ କରିଥିବା ବିଧାୟକ ଆଉ କେତେ ଥର, କାହା ସହ ବିବାହ ପାଇଁ ଆବେଦନ କରିବେ ବୋଲି କହି ଏହାକୁ ବାତିଲ ପାଇଁ ଆବେଦନ କରିଛନ୍ତି । More

କିଏ ଏହି ଦୁଇ ମହିଳା ? ବସ୍ତ୍ର ଦେଇ ଇଜ୍ଜତ ବଞ୍ଚାଇଲେ ବିଧାୟିକା କୁସୁମ ଟେଟେ

ମହାନତା ଦେଖାଇଲେ BJP ବିଧାୟିକା କୁସୁମ ଟେଟେ । ବସ୍ତ୍ର ଦେଇ ଉଲଗ୍ନ ଦୁଇ ଅଜଣା ମହିଳାଙ୍କ ବଞ୍ଚାଇଲେ ଇଜ୍ଜତ। More

କିଏ କହିଲା ପୁଅ ଘରୁ ବିଦା ହୁଏନି ? ଯେବେ ଯାଏ ପଡ଼େ ହରିବୋଲ, ଖଇକଉଡ଼ି

ଯାହାକୁ ଦିନେ ଘରୁ ସାଙ୍ଗରେ ଆଣି ଦେଶ ସେବା ପାଇଁ ପଠାଇଥିଲେ, ଆଜି ତାରି ମରଶରୀରକୁ ପୁଣି ଘରକୁ ଫେରାଇ ନେବାକୁ ଆସିଛନ୍ତି ଯେତେବେଳେ, ଛାତିର କୋହ ଓ ଆଖିର ଲୁହକୁ କେମିତି ବା ଚାପି ରଖିପାରନ୍ତେ ସହିଦ ସରୋଜଙ୍କ ବଡ଼ଭାଇ ମନୋଜ ଦାଶ । More

OSSC Recruitment 2023: ଗ୍ରାଜୁଏଟ୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; ଓଡ଼ିଶାରେ ପାଇପାରିବେ ସରକାରୀ ଚାକିରି

ଓଡ଼ିଶାରେ ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଓଡିଶା କର୍ମଚାରୀ ଚୟନ ଆୟୋଗ(OSSC) ବିଭିନ୍ନ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୪୯୫ଟି ପୋଷ୍ଟ୍ ପୂରଣ ହେବ। More

ଜାନୁଆରୀ ୧ ରେ ମେଟ୍ରୋ ଟ୍ରେନ୍ ଶିଳାନ୍ୟାସ

ଜାନୁଆରୀ ୧ରେ ମେଟ୍ରୋ ରେଲ୍‌ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । More