/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696733868.jpg)
3 college students killed in separate road accidents in Angul and Bolangir
ମର୍ଣ୍ଣିଂ ୱାକ୍ ବେଳେ ଚଢ଼ିଗଲା ଗାଡ଼ି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ସକାଳୁ ସକାଳୁ ଅନୁଗୁଳ ଓ ବଲାଙ୍ଗିରରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏମାନେ ସମସ୍ତେ କଲେଜ ଛାତ୍ର ବୋଲି ଜଣାପଡ଼ିଛି। ଅଜଣା ଗାଡ଼ି ଧକ୍କା ଦେଇ ପଳାଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ପାଲଲହଡା ଜାତୀୟ ରାଜପଥ ୪୯ ମୁକ୍ତାପୁର ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ୨ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ- ମୁକ୍ତାପୁରର ସାଧୁ ସାମାଡ଼(୨୮) ଓ ବାବୁଲି ଶୁଣ୍ଢି(୧୭)।
ସେହିପରି ପିକ୍ଅପ୍ ଭ୍ୟାନ୍ ଧକ୍କାରେ ବଲାଙ୍ଗିରରେ ଜଣେ ଯୁବକଙ୍କ ଜୀବନ ଚାଲି ଯାଇଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରାସ୍ତା ଗେଡାବାଞ୍ଜି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆଜି ସକାଳୁ ଶିଆଳବାହାଳୀ ଗାଁର ୪ ଜଣ ଯୁବକ ଗେଡ଼ାବାଞ୍ଜି ଛକ ନିକଟରେ ମର୍ଣ୍ଣିଂ ୱାକ୍ କରୁଥିଲେ। ଏହି ସମୟରେ ଏକ ପିକ୍ଅପ୍ ଭ୍ୟାନ୍ ଦ୍ରୁତ ଗତିରେ ଆସି ପୁରୁଷୋତ୍ତମ ଭୋଇ ନାମକ ଯୁବକଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।
ଫଳରେ ଘଟଣାସ୍ଥଳରେ ହିଁ ପୁରୁଷୋତ୍ତମଙ୍କ ମୃତ୍ୟୁ ହୋଇଛି। ସେ ମାମୁ ଘରେ ରହି ଏକ କଲେଜରେ ଯୁକ୍ତ ଦୁଇ ପଢ଼ୁଥିଲେ। ଭ୍ୟାନ୍ ଡ୍ରାଇଭରକୁ ଗିରଫ ଦାବିରେ ମୃତକଙ୍କ ପରିବାର ଲୋକ ମୃତଦେହ ରାସ୍ତା ଉପରେ ରଖି ରାସ୍ତାରୋକ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)