ଓଡ଼ିଶାରେ ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଓଡିଶା କର୍ମଚାରୀ ଚୟନ ଆୟୋଗ(OSSC) ବିଭିନ୍ନ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୪୯୫ଟି ପୋଷ୍ଟ୍ ପୂରଣ ହେବ।
ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ OSSC ରେ ଅଫିସିଆଲ୍ ୱେବ୍ସାଇଟ୍ https://www.ossc.gov.in କୁ ଯାଇ ଅନଲାଇନ୍ରେ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ Odisha Staff Selection Commissin Recruitment 2023 Notification ରେ କ୍ଲିକ୍ କରି ଦେଖିପାରିବେ।
Also Read
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ: ୧୪ ଅକ୍ଟୋବର ୨୦୨୩
- ଅନ୍ଲାଇନ୍ ଆବେଦନ ଶେଷ : ୧୪ ନଭେମ୍ବର ୨୦୨୩
- ଅନ୍ଲାଇନ୍ ଆବେଦନ ସଂଶୋଧନ: ୧୭ ନଭେମ୍ବର ୨୦୨୩
ପଦବୀ ସଂଖ୍ୟା:
- ଅଡିଟର – ୨୩୯ଟି ପୋଷ୍ଟ୍
- ଇନ୍ସପେକ୍ଟର – ୪୨ଟି ପୋଷ୍ଟ୍
- ସବ୍ଡିଭିଜନାଲ୍ ଫାଇନାନସିଆଲ୍ ସର୍ଭିସ୍ – ୧୨ଟି ପୋଷ୍ଟ୍
- ୱେଲ୍ଫେୟାର୍ ଏକ୍ସଟେନ୍ସନ୍ ଅଫିସର୍ – ୫୫ଟି ପୋଷ୍ଟ୍
- ହାଣ୍ଡିକ୍ରାଫ୍ଟ ପ୍ରମୋଶନ ଅଫିସର୍ – ୪ଟି ପୋଷ୍ଟ୍
- ଜୁନିଅର୍ ଆକାଉଟାଣ୍ଟ୍ – ୨ଟି ପୋଷ୍ଟ୍
- ଜୁନିଅର୍ ଆସିଷ୍ଟାଣ୍ଟ – ୧୪୧ଟି ପୋଷ୍ଟ୍
- ମୋଟ୍ – ୪୯୫ଟି ପୋଷ୍ଟ୍
ଯୋଗ୍ୟତା:
- ଯେକୌଣି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଗ୍ରାଜୁଏସନ ପାଶ୍
- କମ୍ପ୍ୟୁଟର ଦକ୍ଷତା ଥିବା ଜରୁରୀ
- ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ବୟସ ସୀମା:
- ସର୍ବନିମ୍ନ ବୟସ – ୨୧ ବର୍ଷ
- ସର୍ବାଧିକ ବୟସ – ୩୮ ବର୍ଷ
- ବୟସ ଗଣନା ୦୧/୦୧/୨୦୨୩ ଅନୁସାରେ ହେବ
ଚୟନ ପ୍ରକ୍ରିୟା:
- ପ୍ରାରମ୍ଭିକ ପରୀକ୍ଷା(୧୫୦ ମାର୍କ)
- ମୁଖ୍ୟ ପରୀକ୍ଷା (୨୦୦ ମାର୍କ)
- କମ୍ପ୍ୟୁଟର ଦକ୍ଷତା ଯାଞ୍ଚ
- ଡକ୍ୟୁମେଣ୍ଟ୍ ଯାଞ୍ଚ
କିପରି କରିବେ ଆବେଦନ:
- OSSC ର ଅଫିସିଆଲ୍ ୱେବ୍ସାଇଟ୍ https://www.ossc.gov.in କୁ ଯାଆନ୍ତୁ
- ହୋମ୍ପେଜ୍ରେ ‘APPLY ONLINE’ ଉପରେ କ୍ଲିକ୍ କରନ୍ତୁ
- ରେଜିଷ୍ଟେସନ କରିବା ପାଇଁ ‘NEW USER’ ଉପରେ କ୍ଲିକ୍ କରନ୍ତୁ
- ୟୁଜର ଆଇଡି ଓ ପାସ୍ୱାର୍ଡ ତିଆରି ହେବ
- ୟୁଜର ଆଇଡି ଓ ପାସ୍ୱାର୍ଡ ବ୍ୟବହାର କରି ଆବେଦନ ଫର୍ମ ଖୋଲନ୍ତୁ
- ସଠିକ୍ ଭାବେ ପର୍ମ ପୂରଣ କରନ୍ତୁ
- ସବୁ ଡକ୍ୟୁମେଣ୍ଟ ଦାଖଲ କରନ୍ତୁ
- Submit କରି ଭବିଷ୍ୟତ ପ୍ରମାଣ ପାଇଁ ଏକ ପ୍ରିଣ୍ଟଆଉଟ୍ ବାହାର କରନ୍ତୁ