Advertisment

ଜାନୁଆରୀ ୧ ରେ ମେଟ୍ରୋ ଟ୍ରେନ୍ ଶିଳାନ୍ୟାସ

ଜାନୁଆରୀ ୧ରେ ମେଟ୍ରୋ ରେଲ୍‌ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

author-image
Manoranjan Behera
ଅଦ୍ୟତନ ହୋଇଛି
Metro Rail Project

Metro Rail Project

ଆସନ୍ତା ଜାନୁଆରୀ ୧ ନୂଆବର୍ଷରେ ହେବ ମେଟ୍ରୋ ଟ୍ରେନ୍ ପ୍ରକଳ୍ପର ଶିଳାନ୍ୟାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଟ୍ରୋ ଟ୍ରେନ୍ ପ୍ରକଳ୍ପର ଶିଳାନ୍ୟାସ କରିବେ ।
ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକୁ ସମୀକ୍ଷା କରିବା ସହ ଏହାର DPRକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Advertisment

ଏହି ପ୍ରକଳ୍ପ ପାଇଁ ୫ ହଜାର ୯୨୯ କୋଟିର ଡିପିଆରକୁ ଅନୁମୋଦନ ମିଳିଛି । ଫାଇଭି ଟି ଯୋଜନା ଅନ୍ତର୍ଗତ ଏ ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏଥିପାଇଁ ସପ୍ଳିମେଣ୍ଟାରୀ ବଜେଟରେ ୨୧୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ଭୁବନେଶ୍ୱର ମେଟ୍ରୋ ରେଲ କର୍ପୋରେସନ୍ ନାଁରେ ଗଠନ ହୋଇଥିବା ରାଜ୍ୟ ସରକାରଙ୍କ ଅଧିନସ୍ଥ ଏକ କମ୍ପାନୀ ଏହି ପ୍ରକଳ୍ପ କାର୍ଯ୍ୟ କରିବ । କମ୍ପାନୀ ଏହା ଭିତରେ କାର୍ଯ୍ୟ ଆରମ୍ଭ କରିଛି ।

ଭୁବନେଶ୍ୱର ମେଟ୍ରୋ ଟ୍ରେନ୍ ପ୍ରକଳ୍ପରେ ମେଟ୍ରୋ ଟ୍ରେନ୍ ସେବା ତ୍ରିଶୁଳିଆଠାରୁ ଭୁବନେଶ୍ୱର ବିମାନବନ୍ଦର ପର୍ଯ୍ୟନ୍ତ ଯୋଡ଼ି ହେବ । ୪୮ ମାସ ମଧ୍ୟରେ ଏହି ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ମୋଟ ୨୬ କିମି ମେଟ୍ରୋ ପ୍ରକଳ୍ପରେ ରହିବ ୨୦ ଷ୍ଟେସନ । ଭୁବନେଶ୍ୱର ଏୟାରପୋର୍ଟରୁ ଆରମ୍ଭ ହୋଇ ତ୍ରିଶୁଳିଆ ଯାଏ ଚାଲିବ ।

Advertisment

ଏୟାରପୋର୍ଟ ପରେ କ୍ୟାପିଟାଲ ହସ୍ପିଟାଲ, ଶିଶୁଭବନ, ବାପୁଜୀନଗର, ଭୁବନେଶ୍ୱର ଷ୍ଟେସନ, ରାମମନ୍ଦିର, ବାଣୀବିହାର, ଆଚାର୍ଯ୍ୟ ବିହାରରେ, ଜୟଦେବ ବିହାର, ଜାଭିୟର ଛକ, ରେଲ୍‌ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟରରେ, ଡମଣା, ପଟିଆ, କିଟ୍ ଛକ, ନନ୍ଦନ ବିହାର, ରଘୁନାଥପୁରରେ ଷ୍ଟେସନ ଦେଇ ଚାଲିବ । ନନ୍ଦନକାନନ, ଫୁଲପୋଖରୀ ପରେ ତ୍ରିଶୁଳିଆ ଷ୍ଟେସନରେ ଯାତ୍ରା ଶେଷ ।

CM Naveen Patnaik Metro Rail Project
Advertisment
Advertisment