/odishatv-khabar/media/post_attachments/uploadimage/library/16_9/16_9_0/s_1696740345.jpg)
Two women walking naked on road in Sundargarh
ରାସ୍ତାରୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର ମା’, ଝିଅଙ୍କ ସମ୍ପର୍କରେ ଛାତି ଥରାଇ ଦେଲା ଭଳି କାହାଣୀ ସାମ୍ନାକୁ ଆସିଛି। ମା’, ଝିଅଙ୍କ ସହ ଦୁଷ୍କର୍ମ ହୋଇଥିବା ଜଣାପଡ଼ିଛି। ସୁନ୍ଦରଗଡ଼ରୁ ଉଦ୍ଧାର ଦୁଇ ମହିଳାଙ୍କ ସମ୍ପର୍କରେ ଏଭଳି କିଛି ସୂଚନା ମିଳିବା ପରେ ଏବେ ସମସ୍ତଙ୍କ ହୋସ୍ ଉଡ଼ି ଯାଇଛିା
ଝିଅ ପାଟିରୁ କଥା ବାହାରୁ ନଥିବା ବେଳେ ଅଳ୍ପ କିଛି କଥା କହିଛନ୍ତି ମା’। ଏମାନଙ୍କ ଘର ଝାଡ଼ଖଣ୍ଡରେ। ଘରେ ଆଉ ଦୁଇ ଝିଅ ଏବଂ ଜଣେ ସାନ ପୁଅ ରହିଛନ୍ତିା ସେହି ଗାଁର ଜଣେ ଯୁବକ ମା’ ଓ ଝିଅଙ୍କ ସହ ଦୁଷ୍କର୍ମ କରିଛି। ଏପରିକି ବାରମ୍ବାର ଅକଥନୀୟ ଅତ୍ୟାଚାର ମଧ୍ୟ ଦେଇଛି ସମ୍ପୃକ୍ତ ଯୁବକ।
ଏଥିରେ ଅତିଷ୍ଠ ହେବାସହ ବାରମ୍ବାର ଦୁଷ୍କର୍ମର ଶିକାର ପରେ ମା’, ଝିଅ ତିନି ଦିନ ପୂର୍ବେ ଘରୁ ବାହାରି ଆସିଥିଲୋ ରାସ୍ତାରେ ବୁଲି ବୁଲି ଯାହା ମିଳୁଥିଲା ଖାଉଥିଲେ, ଯେଉଁଠି ପାଉଥିଲେ, ସେଠି ରହୁଥିଲୋ ହେଲେ ସୁନ୍ଦରଗଡ଼କୁ କେମିତି ଆସିଲେ ସେ ସମ୍ପର୍କରେ କିଛି ବି ସୂଚନା ଦେଇ ପାରି ନାହାନ୍ତିା
ସୂଚନାଥାଉ କି, ୨ ଦିନ ପୂର୍ବେ ସୁନ୍ଦରଗଡ଼ କଲେଜ ଛକରୁ ମା’, ଝିଅଙ୍କୁ ଉଲଗ୍ନ ଅବସ୍ଥାରେ ବିଧାୟିକା କୁସୁମ ଟେଟେ ଉଦ୍ଧାର କରିଥିଲେ। ପରେ ତାଙ୍କୁ ନେଇ ଆସ୍ଥା ଗୃହରେ ରଖିଥିଲେ। ଏମାନଙ୍କ ଚିକିତ୍ସା କରାଯିବା ସହ ପୁରା ଘଟଣାର ତଦନ୍ତ କରୁଛି ପୋଲିସ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)