ସଂକ୍ଷେପରେ ଆଜିର ତାଜା ଖବର - Friday, 01 September 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବର୍ଷା ହୋଇ ଛାଡ଼ିଗଲା, ହେଲେ ଆସିଲାନି କରେଣ୍ଟ

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କରେଣ୍ଟ ନାହିଁ । ଦୀର୍ଘ ସମୟ ଲାଇନ୍ କଟିଥିବାରୁ ସାଧାରଣ ଲୋକେ ନୟାନ୍ତ ହେଲେଣି । More

ମିଶନ୍ ଆଦିତ୍ୟ ପାଇଁ କାଉଣ୍ଟଡାଉନ୍; ଚନ୍ଦ୍ରଯାନ ଭଳି ସୂର୍ଯ୍ୟଯାନରେ ବି ଲାଗିଛି ଓଡ଼ିଶାର ଯନ୍ତ୍ର

ଲଞ୍ଚପ୍ୟାଡରେ ତୟାର ଇସ୍ରୋର ୱାର୍କହର୍ସ PSLV-C 57 । ଏବେ କେବଳ ଅପେକ୍ଷା- ଶନିବାର ଦିନ ୧୧ଟା ୫୦କୁ । ଠିକ୍ ଏହି ସମୟରେ ଭୂପୃଷ୍ଠକୁ ଛାଡ଼ିବ ଆଦିତ୍ୟ-L1 । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ୍ ସ୍ପେଶ ସେଣ୍ଟରର ୨ ନମ୍ବର ଲଞ୍ଚ ପ୍ୟାଡରୁ ଆକାଶ ଚିରିବ PSLV-XL କ୍ଲାସ୍ ରକେଟ୍ । More

ଖଣ୍ଡା ଓ ମାର୍ତୁଲ ଧରି ଆତଙ୍କ ଖେଳାଇଲେ ଯବାନ; ପୋଲିସ ହେଲା ନାକେଦମ

ଗୋଟିଏ ହାତରେ ଖଣ୍ଡା, ଅନ୍ୟ ହାତରେ ହାତୁଡି । ବିଚ୍ ରାସ୍ତାରେ ଘଂଟା ଘଂଟା ଧରି ଆତଙ୍କ ଖେଳାଇ ଚାଲିଲେ ଜଣେ ଅବସରପ୍ରାପ୍ତ ଯବାନ । ବାଙ୍କୀ କଲେଜ ଛକରୁ କଚେରୀ ଛକ ଯାଏଁ, ମାରଣାସ୍ତ୍ର ଧରିଥିବା ଅବସରପ୍ରାପ୍ତ ଯବାନଙ୍କୁ ଯିଏ ଦେଖୁଥିଲା, ଆତଙ୍କିତ ହୋଇପଡୁଥିଲା । More

‘ଆମ ଓଡ଼ିଶା ନବୀନ ଓଡ଼ିଶା’କୁ ଅଦାଲତି ଝଟକା ! ଯୋଜନାର କାର୍ଯ୍ୟକାରିତାକୁ ନେଇ ଉଠିଲା ପ୍ରଶ୍ନ..

ଗାଇଡଲାଇନ ଉଲ୍ଲଂଘନ କରୁଛନ୍ତି କି ସରକାରୀ ଅଧିକାରୀ ? ଦଳୀୟ ଭିତ୍ତିରେ ହେଉଛି କି ପ୍ରକଳ୍ପ ଚୟନ ? More

Pushkara Official Trailer: ‘ପୁଷ୍କରା’ ଟ୍ରେଲରକୁ ଲୋକଙ୍କ ପ୍ରଶଂସା, କହିଲେ ‘ନା ବଡିଉଡ୍ ନା ଟଲିଉଡ୍, ବର୍ତ୍ତମାନ କେବଳ ଓଲିଉଡ୍’

ରିଲିଜ୍ ହୋଇଛି ଓଡ଼ିଆ ଫିଲ୍ମ ‘ପୁଷ୍କରା’ର ଟ୍ରେଲର୍। ଓଡିଶା ମାଟିର ଗାଥା କହିବ ଫିଲ୍ମ। କୁହାଯାଉଛି ଯେ ବହୁ ଦିନ ପରେ ଓଡ଼ିଆ ସିନେମା ଜଗତରେ ଏକ ବିପ୍ଲବ ସୃଷ୍ଟିକାରୀ କାହାଣୀକୁ ପରଦାକୁ ଆଣିବାକୁ ଚେଷ୍ଟା କରାଯାଇଛି। More

ରିଲିଜ୍ ହେଲା ଓଡ଼ିଆ ଫିଲ୍ମ ‘ପୁଷ୍କରା’ର ଟ୍ରେଲର; ନିଚ୍ଛକ ବିଷୟବସ୍ତୁ ଉପରେ ଆଧାରିତ ଫିଲ୍ମ

ଟ୍ରେଲର ରିଲିଜର କିଛି ସମୟ ମଧ୍ୟରେ ଏହାକୁ ଭରପୁର ସମର୍ଥନ ମିଳିବାରେ ଲାଗିଛି । ଫିଲ୍ମର ମୁଖ୍ୟ ଚରିତ୍ରରେ ସବ୍ୟସାଚୀ ଓ ସୁପ୍ରିୟା ନଜରରେ ଆସିଛନ୍ତି । More

ଆସୁଛି ବର୍ଷା; ୫ ଦିନ ଭିଜିବ ଓଡ଼ିଶା !

ସେହିପରି ଯାଜପୁର, ବାଲେଶ୍ୱର, ଭଦ୍ରକ, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ସୋନପୁର ଜିଲ୍ଲରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ନବରଙ୍ଗପୁର, ବଲାଙ୍ଗୀର, ମାଲକାନଗିରି, କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । More

ଅବସରପ୍ରାପ୍ତ ଯବାନଙ୍କ ଉନ୍ମତ୍ତକାଣ୍ଡ: ବିଚ୍‌ ରାସ୍ତାରେ ଖଣ୍ଡା ବୁଲାଇଲେ, ଖେଳାଇଲେ ଆତଙ୍କ...

ବିଚ୍‌ ରାସ୍ତାରେ ଖଣ୍ଡା ବୁଲାଇ ଆତଙ୍କ ଖେଳାଇଲେ ଅବସରପ୍ରାପ୍ତ ଯବାନ। ହାତରେ ଖଣ୍ଡା ଓ ମାର୍ତୁଲ ଧରି ମାର୍କେଟରେ ଆତଙ୍କ ଖେଳାଇଥିବା ଅଭିଯୋଗ ହୋଇଛି। More

ମଝି ସମୁଦ୍ରରେ ମାଛଧରା ବୋଟ୍‌କୁ ଚଢ଼ିଗଲେ ସନ୍ଦିଗ୍ଧ ଯୁବକ

ପାରାଦୀପର ଏକ ମାଛଧରା ବୋଟ୍‌ ସମୁଦ୍ର ମଧ୍ୟରେ ଆଙ୍କରେଜ କରିଥିବା ବେଳେ ଦଉଡି ସାହାଯ୍ୟରେ ବୋଟ୍‌କୁ ଚଢି ଯାଇଥିଲା ସନ୍ଦିଗ୍ଧ ଯୁବକ। ଗଭୀର ସମୁଦ୍ରରେ ଅପରିଚିତ ଯୁବକକୁ ଦେଖି ଛାନିଆ ବୋଟ୍‌ କର୍ମଚାରୀ। More

ପୁଣି ହେବ ପରିମାଣିକ ଟିକେଟ୍ ଦର୍ଶନ, ପ୍ରସ୍ତୁତ ହେବ SOP

ପରିମାଣିକ ଟିକେଟ ଦ୍ୱାରା ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରିବା ସହ ଏଥିପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ରଖିବାକୁ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ପ୍ରସ୍ତାବ ରଖିଛନ୍ତି । More

୪ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ! ୩ରୁ ପ୍ରବଳ ବର୍ଷା ସମ୍ଭାବନା

ରାଜ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ୪ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।   More

ତାଳଚେର ବିଧାୟକଙ୍କ ଅଫିସ୍ ପରିସରରୁ ମିଳିଲା ବୋମା

ଫିଲ୍ମରେ ଦେଖାଯାଇଥିବା ଟାଇମ୍‌ ବମ ଭଳି ଦେଖାଯାଉଛି ଏହି ବୋମା । ତେବେ କେଉଁ ପରିସ୍ଥିତିରେ ଏହି ବୋମା ଏଠାକୁ ଆସିଲା ତାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ।   More

Today Panchang 1st September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର  ସିଂହ  ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ଶୁକ୍ରବାର । ଚନ୍ଦ୍ର- କୁମ୍ଭ ଦିବା ୦୯.୩୭ ଗତେ ମୀନ । ତିଥି-୨ୟା ରାତ୍ରି ୧୧.୫୦ ଗତେ ୩ୟା ।  More

‘ଆମ ଓଡିଶା, ନବୀନ ଓଡିଶା’ ଯୋଜନା ବିରୋଧରେ ମାମଲା: ଗୁରୁତ୍ୱପୂର୍ଣ୍ଣ ଶୁଣାଣି କଲେ ହାଇକୋର୍ଟ

‘ଆମ ଓଡିଶା, ନବୀନ ଓଡିଶା’ ଯୋଜନା ବିରୋଧ ସମ୍ପର୍କିତ ମାମଲାରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ଗ୍ରାମପଞ୍ଚାୟତକୁ ଅଣଦେଖା କରାଯାଉଥିବା ନେଇ ଅଭିଯୋଗ ଉଠିଥିଲା। More

ନକଲି ଜିନ୍ସରେ ଅସଲି ବ୍ରାଣ୍ଡର ଲୋଗୋ; ମାଡ଼ି ବସିଲା ପୋଲିସ..

ଘର ଭର୍ତ୍ତି ପ୍ୟାଣ୍ଟ୍ ସାର୍ଟ । ପୁଳାପୁଳା ରେଡିମେଡ୍ ଗାର୍ମେଣ୍ଟ । ସବୁ ଛିନଛତ୍ର ଅବସ୍ଥାରେ ଖେଳେଇ ହୋଇପଡ଼ିଛି । ଏହା କୌଣସି ସୋରୁମ୍ ନୁହେଁ କି କପଡା ଦୋକାନ ନୁହେଁ । ଅସଲି ନାଁରେ ନକଲି ମାଲ୍ ବିକୁଥିବା କପଡା ଶୋରୁମର ଚୋରା ଗୋଦାମ । More

ମୁଖ୍ୟମନ୍ତ୍ରୀଙ୍କର ଫଟୋ ଲଗାଇ ବାହା ବାହା ନେବେ ବୋଲି ଭାବିଥିଲେ..ହେଲେ ସବୁ ଫସଲ ଫାଟିଗଲା

ଜାଗା ମିଶନକୁ ନେଇ ବଢୁଛି ଅଡୁଆ, ହରଡଘଣାରେ ସରକାର । ଯେଉଁଠି ଲାଗିଛି ମୁଖ୍ୟମନ୍ତ୍ରୀଙ୍କ ଜାଗା ମିଶନର ପୋଷ୍ଟର, ସେଠି ଜାଗା ମିଶନର ନାଁ ଗନ୍ଧ ହିଁ ନାହିଁ । ଯେଉଁଥିପାଇଁ ଲାଗି ରହିଛି ଅସନ୍ତୋଷ । More

ଆଡମିସନ୍ ଶେଷ, ତଥାପି ଡିଗ୍ରୀ କଲେଜରେ ସିଟ୍ ଫାଙ୍କା

ଜେନେରାଲ ଷ୍ଟ୍ରିମ୍‌ରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ । ପ୍ରଥମ ପର୍ଯ୍ୟାୟ ଆଡମିଶନ୍ ପରେ ବି ଯୁକ୍ତ ତିନିରେ ଖାଲି ପଡିଛି ଲକ୍ଷ ଲକ୍ଷ ସିଟ୍ । ବୈଷୟିକ ଶିକ୍ଷା ଆଡ଼କୁ ଢଳୁଛନ୍ତି କି ଛାତ୍ରଛାତ୍ରୀ ? More

କାହିଁକି ଅଦୃଶ୍ୟ ରହିଛନ୍ତି ରାଜ୍ୟର ମନ୍ତ୍ରୀ, ବିଧାୟକ ଓ ସାଂସଦ ? 

5T ସଚିବଙ୍କ ପାଇଁ ସଭା ଆୟୋଜନ କରି ଅନୁପସ୍ଥିତିକୁ ନେଇ ପ୍ରଶ୍ନ । More

ଦିଗପହଣ୍ଡିରେ ବିଜେଡି ଦୁଇ ଫାଳ ! ବିପ୍ଲବ-ବିପିନ ଗୋଷ୍ଠୀ ମୁହାଁମୁହିଁ

ବ୍ଲକ ଅଫିସ ସାମ୍ନାରେ ହଙ୍ଗାମା କଲେ ବିପିନଙ୍କ ସମର୍ଥକ । ଦଳୀୟ କନ୍ଦଳର ଗୋହି ଖୋଳିଲେ ପୂର୍ବତନ ଅଧ୍ୟକ୍ଷଙ୍କ ଗୋଷ୍ଠୀ । More