Advertisment

ରିଲିଜ୍ ହେଲା ଓଡ଼ିଆ ଫିଲ୍ମ ‘ପୁଷ୍କରା’ର ଟ୍ରେଲର; ନିଚ୍ଛକ ବିଷୟବସ୍ତୁ ଉପରେ ଆଧାରିତ ଫିଲ୍ମ

ଟ୍ରେଲର ରିଲିଜର କିଛି ସମୟ ମଧ୍ୟରେ ଏହାକୁ ଭରପୁର ସମର୍ଥନ ମିଳିବାରେ ଲାଗିଛି । ଫିଲ୍ମର ମୁଖ୍ୟ ଚରିତ୍ରରେ ସବ୍ୟସାଚୀ ଓ ସୁପ୍ରିୟା ନଜରରେ ଆସିଛନ୍ତି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Different look of Sabyasachi for upcoming Odia film Pushkara

Different look of Sabyasachi for upcoming Odia film Pushkara

ରିଲିଜ୍ ହୋଇଛି ବହୁ ପ୍ରତିକ୍ଷିତ ଓଡ଼ିଆ ଫିଲ୍ମ ‘ପୁଷ୍କରା’ର ଟ୍ରେଲର । ଏକଦମ ଓଡ଼ିଆ କାହାଣୀ, ନିଚ୍ଛକ ବିଷୟବସ୍ତୁ ଉପରେ ଆଧାରିତ ଏହି ସିନେମାର ଟ୍ରେଲରକୁ ଦର୍ଶକ ବହୁ ମାତ୍ରାରେ ପ୍ରଶଂସା କରିଛନ୍ତି । ଟ୍ରେଲର ରିଲିଜର କିଛି ସମୟ ମଧ୍ୟରେ ଏହାକୁ ଭରପୁର ସମର୍ଥନ ମିଳିବାରେ ଲାଗିଛି । ଫିଲ୍ମର ମୁଖ୍ୟ ଚରିତ୍ରରେ ସବ୍ୟସାଚୀ ଓ ସୁପ୍ରିୟା ନଜରରେ ଆସିଛନ୍ତି ।

Advertisment

ତା‘ସହ ଭର୍ସଟାଇଲ୍ ଚୌଧୁରୀ ବିକାଶ ଦାସ, ଅଶ୍ରୁମୋଚନ, ଦିବଙ୍ଗତ ପିଣ୍ଟୁ ନନ୍ଦ, ରବି ମିଶ୍ରଙ୍କୁ ବି ଦେଖିବାକୁ ମିଳିଛି । ଆଜି ଫିଲ୍ମର ଅଭିନେତା, ଅଭିନେତ୍ରୀ ଓ ଅନ୍ୟ ସଦସ୍ୟ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପ୍ରସିଦ୍ଧ ଲେଖକ ଶଙ୍କର ତ୍ରିପାଠୀଙ୍କ ଉପନ୍ୟାସ ‘ନାଦବିନ୍ଦୁ’ରୁ ଏହି ଫିଲ୍ମର ପରିକଳ୍ପନା ହୋଇଛି ।

ଶୁଭ୍ରାଂଶୁ ଦାସ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ସଂଳାପ ଖୋଦ୍ ଶଙ୍କର ତ୍ରିପାଠୀ ଲେଖିଛନ୍ତି । ବହୁ ଦିନ ପରେ ଓଡ଼ିଆ ସିନେମା ଜଗତରେ ଏକ ବିପ୍ଲବ ସୃଷ୍ଟିକାରୀ କାହାଣୀକୁ ପରଦାକୁ ଆଣିବାକୁ ଯାଉଛି ତରଙ୍ଗ ସିନେ ପ୍ରଡକସନ୍ । ବଡ଼ ପରଦାରେ ଗଣେଶ ପୂଜାରେ ଏହାକୁ ରିଲିଜ୍ କରାଯିବ ।

Advertisment
Odia Film Sabyasachi Mishra
Advertisment
Advertisment