/odishatv-khabar/media/post_attachments/uploadimage/library/16_9/16_9_0/BOMB_1693543474.jpg)
BOMB
ବିଧାୟକଙ୍କ ଅଫିସ୍ ପରିସରରେ ବୋମା ! ତାଳଚେର ବିଧାୟକଙ୍କ ଅଫିସ୍ ପରିସରରେ ବୋମା ପଡ଼ିଥିବା ସନ୍ଦେହ କରାଯାଇଛି । ନନ୍ଦିରା ସ୍ଥିତ ଅଫିସ୍ ପରିସରରରେ ଗୋଟିଏ ବୋମା ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଏହି ବୋମା କେଉଁଠୁ ଆସିଲା ଓ କିଏ ରଖିଥିଲା ତାହା ଏଯାଏଁ ସ୍ପଷ୍ଟ ହୋଇନି । ଖବର ପାଇ ଘଟଣାସ୍ଥଳରେ କୋଲିୟରୀ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ତେବେ ବୋମାରେ ଏକ ଘଣ୍ଟା ଲାଗିଥିବା ଦେଖାଯାଇଛି । ଫିଲ୍ମରେ ଦେଖାଯାଇଥିବା ଟାଇମ୍ ବମ ଭଳି ଦେଖାଯାଉଛି ଏହି ବୋମା । ତେବେ କେଉଁ ପରିସ୍ଥିତିରେ ଏହି ବୋମା ଏଠାକୁ ଆସିଲା ତାକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଅନ୍ୟପଟେ କିଛି କୁଚକ୍ରୀ ବ୍ୟକ୍ତି ଏହି ବୋମା ପକାଇ ଥାଇପାରନ୍ତି ବୋଲି ବିଧାୟକ ସନ୍ଦେହ ପ୍ରକାଶ କରିଛନ୍ତି ।
Advertisment
-ବିଧାୟକଙ୍କ ଅଫିସ୍ ପରିସରରେ ବୋମା !
-ତାଳଚେର ବିଧାୟକଙ୍କ ନନ୍ଦିରା ସ୍ଥିତ ଅଫିସ୍ ପରିସରରେ ବୋମା ପଡ଼ିଥିବା ସନ୍ଦେହ#MLA#TalcherMLA#Politics#Bombpic.twitter.com/UeGfkRYgxB— ଓଟିଭି (@otvkhabar) September 1, 2023
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)