Advertisment

‘ଆମ ଓଡିଶା, ନବୀନ ଓଡିଶା’ ଯୋଜନା ବିରୋଧରେ ମାମଲା: ଗୁରୁତ୍ୱପୂର୍ଣ୍ଣ ଶୁଣାଣି କଲେ ହାଇକୋର୍ଟ

‘ଆମ ଓଡିଶା, ନବୀନ ଓଡିଶା’ ଯୋଜନା ବିରୋଧ ସମ୍ପର୍କିତ ମାମଲାରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ଗ୍ରାମପଞ୍ଚାୟତକୁ ଅଣଦେଖା କରାଯାଉଥିବା ନେଇ ଅଭିଯୋଗ ଉଠିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Orissa High Court Over Ama Odisha Naveen Odisha Scheme

Orissa High Court Over Ama Odisha Naveen Odisha Scheme

‘ଆମ ଓଡିଶା, ନବୀନ ଓଡିଶା’ ଯୋଜନା ବିରୋଧ ସମ୍ପର୍କିତ ମାମଲାରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଜବାବ ତଲବ କରିବା ସହ ୩ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ନୋଟିସ କରିଛନ୍ତି।

Advertisment

ଗ୍ରାମପଞ୍ଚାୟତକୁ ଅଣଦେଖା କରାଯାଉଥିବା ନେଇ ଅଭିଯୋଗ ଉଠିଥିଲା। ଗ୍ରାମପଞ୍ଚାୟତ ଆଇନର ଉଲ୍ଲଂଘନ ହେଉଥିବା ଅଭିଯୋଗ ଉଠାଇ ଏକ ମାମଲା ଦାୟର ହୋଇଥିଲା। ପଞ୍ଚାୟତ ସ୍ତରରେ ଉନ୍ନୟନ କାମ ସରକାରୀ ବିଭାଗ ଅବା ଜିଲ୍ଲାପାଳଙ୍କ ଦ୍ୱାରା ନିଯୁକ୍ତ ସଂସ୍ଥା ଦ୍ୱାରା କରାଇବାକୁ ବିରୋଧ କରି ମାମଲା ଦାୟର ହୋଇଥିଲା। 

ବାଲେଶ୍ୱର ବସ୍ତା ଅଞ୍ଚଳର ୯ ସରପଞ୍ଚଙ୍କ ପକ୍ଷରୁ ମାମଲା ଦାୟର ହୋଇଥିଲା। ଏଥିରେ ପଞ୍ଚାୟତିରାଜ ସଚିବ, ବାଲେଶ୍ୱର ଜିଲ୍ଲାପାଳ, ଡିପିଓ ଓ ବସ୍ତା ବିଡ଼ିଓଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଏହି ମାମଲାକୁ ଗୁରୁତ୍ୱର ସହ ନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି।

Advertisment

ଖବର ଲେଖାଯିବା ସୁଦ୍ଧା ଏନେଇ ରାଜ୍ୟ ସରକାର କିମ୍ବା ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Orissa High Court High Court
Advertisment
Advertisment