ସଂକ୍ଷେପରେ ଆଜିର ତାଜା ଖବର - Monday, 07 August 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଜଧାନୀରେ ଖେଳାଇଥାନ୍ତେ ଆତଙ୍କ; ପ୍ଲାନ୍‌ ଫେଲ୍‌ କରି ମାଡ଼ି ବସିଲା ସ୍ପେଶାଲ ସ୍କ୍ୱାର୍ଡ

କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ପଂଝାରେ ପଡିଛନ୍ତି ଚାରି ଜଣ ଦୁର୍ଦ୍ଦାନ୍ତ ଅପରାଧୀ। ଦୀର୍ଘ ଦିନ ହେଲା ଖୋର୍ଦ୍ଧାରେ ସକ୍ରିୟ ଥିବା ଏହି ଗ୍ୟାଙ୍ଗ ରାଜଧାନୀରେ ବଡ଼ ଧରଣର ଅପରାଧ ଘଟାଇବାକୁ ଯୋଜନା କରୁଥିଲେ। More

ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ବୁଣାକାର

ଆଜି ଜାତୀୟ ହସ୍ତତନ୍ତ ଦିବସ। ଦେଶର ସାମାଜିକ ଆର୍ଥିକ ଉନ୍ନତିରେ ହସ୍ତତନ୍ତ ଶିଳ୍ପର ଗୁରୁତ୍ୱ ପ୍ରତି ସଚେତନତା ସୃଷ୍ଟି ଲକ୍ଷ୍ୟରେ ଜାତୀୟ ସ୍ତରରେ ଏହି ଦିବସ ପାଳନ ହୋଇ ଆସୁଛି।ତେବେ ହସ୍ତତନ୍ତକୁ ପେଶା କରି ଚଳୁଥିବା ଆମ ରାଜ୍ୟର ବୁଣାକାର ପରିବାର ଆଜିର ଦିନରେ କିଭଳି ସ୍ଥିତିର ସମ୍ମୁଖୀନ ହେଉଛନ୍ତି, ଆସନ୍ତୁ ଜାଣିବା.. More

ଭଲ ନାହିଁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି, କହିଲା ASI

ସଂରକ୍ଷଣ ଦୃଷ୍ଟିରୁ ମରାମତି ନିହାତି ଦରକାର । ଯେତେଶୀଘ୍ର ନିର୍ଦ୍ଦେଶ ଆସିବ ସେତେଶୀଘ୍ର କାମ ହେବ କହିଲା ASI More

ଫେଲ୍ ମାରିଛି କି ମୋ ଘର ଯୋଜନା ? ହିତାଧିକାରୀଙ୍କ ଭିତରେ ବଢୁଛି ଅସନ୍ତୋଷ

ଫେଲ୍ ମାରିଛି କି ମୋ ଘର ଯୋଜନା ? ବାଲେଶ୍ୱରରେ ୧୭ ହଜାର ଆବେଦନକାରୀଙ୍କ ସ୍ଥାନରେ ମାତ୍ର ୩ । More

ଓଡ଼ିଶା ହାତରୁ ଖସି ଯିବ କି କୋଷ୍ଟାଲ ହାଇ-ୱେ ପ୍ରୋଜେକ୍ଟ ?

ଟେଣ୍ଡର ବାତିଲ ପରେ ବଢିଲା ଅନିଶ୍ଚିତତା। ତେବେ କାହିଁକି ବାତିଲ ହେଲା ଟେଣ୍ଡର? ବାରମ୍ବାର ଡିଜାଇନରେ ପରିବର୍ତ୍ତନ ପଡ଼ିଲା କି ମହଙ୍ଗା? More

50-50 ଫଣ୍ତାରେ ଫାଟ ! ଫିରିଙ୍ଗିଆ ହିଂସାରେ ମୁଖ୍ୟ କାରଣ ?

ବେରୋଜଗାର ପାଇଁ ଗଂଜେଇ ଚାଷ ସାଜିଛି ସାହାରା । ସତ ମିଛର ନାଲି ଆଖି ଦେଖାଇ ପୋଲିସ ନେଉଛି ବଟି । More

ରତ୍ନଭଣ୍ଡାରର ମରାମତି ଆବଶ୍ୟକ : ASI ଅଧୀକ୍ଷକ

ହାଇକୋର୍ଟରେ ସତ୍ୟପାଠ ଦାଖଲ ପରେ ASI ଅଧୀକ୍ଷକଙ୍କ ପ୍ରତିକ୍ରିୟା More

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ, ଫର୍ମଫିଲପ କରିଥିବା ୧୩୧୦ ପିଲାଙ୍କ ମଧ୍ୟରୁ ୪୩୩ ପାସ୍‌

ସେହପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ବି ୬୭୭୮ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି । ବୋର୍ଡ ୱେବସାଇଟରେ ଉଭୟ ରେଜଲ୍ଟ ଉପଲବ୍ଧ ଅଛି । More

ଯୌନ ନିର୍ଯାତନା ମାମଲା; ସୌରିନ୍‌ କହିଲେ, ମୋ ବିରୋଧରେ ଅଭିଯୋଗ ମିଛ

କଟକ ମହିଳା ଥାନାରେ ସୌରିନ୍ ହାଜର ହୋଇଥିବାବେଳେ ଥାନାକୁ ଯିବା ସମୟରେ ଗଣମାଧ୍ୟମ ଆଗାରେ ସେ ପ୍ରତିକ୍ରିୟା ରଖିଛନ୍ତି । More

ବିଦ୍ୟୁତ ବିଲ୍ ଅଧିକ ଆସିବାରୁ ଯୁବକଙ୍କୁ ନିର୍ମମ ହତ୍ୟା !

ହତ୍ୟା ପରେ ଅଭିଯୁକ୍ତ ଫେରାର୍ ହୋଇଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି।  More

Today Panchang 7th August 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୭ ତାରିଖ ସୋମବାର ଚନ୍ଦ୍ର –ମୀନ ରାତ୍ରି ୦୧.୪୪ ଗତେ ମେଷ। ତିଥି - ୭ମୀ ରାତ୍ରି୦୪.୧୪ ଗତେ ୮ମୀ; ଘାତ ଚନ୍ଦ୍ର– ମେଷ ଅହୋରାତ୍ର; ଘାତବାର– ମିଥୁନ More

ଫିରିଙ୍ଗିଆ ଥାନା ପୋଡ଼ି ଘଟଣା; ତୃଣମୂଳସ୍ତରର ନେତାଙ୍କ ସହ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ନାଁରେ ମାମଲା

ସ୍ଥାନୀୟ ଅଞ୍ଚଳର କେତେକ ତୃଣମୂଳସ୍ତରର ନେତାଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି । ଥାନାରେ ଲଙ୍କାକାଣ୍ଡ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହି ଘଟଣାରେ ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ ସାହୁ, ଫିରିଙ୍ଗିଆ ସରପଂଚ ଓ ସମିତି ସଭ୍ୟଙ୍କ ସମେତ ୫ ଜଣ ସରପଂଚ, ୩ ସମିତି ସଭ୍ୟଙ୍କ ନାମରେ ମାମଲା ରୁଜ୍ଜୁ କରିଛି ପୋଲିସ୍ । More

କେମିତି ହେଲା ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ? ଆତ୍ମହତ୍ୟା ନା ହତ୍ୟାକାଣ୍ଡ ?

ବାର୍‌ରେ ରମାଦେବୀ ଛାତ୍ରୀ ମୃତ୍ୟୁକୁ ନେଇ ସସପେନ୍ସ । କାହିଁକି ବିଳମ୍ବିତ ରାତିରେ ବାର୍ କୁ ଯାଇଥିଲେ ଶୁଭଲକ୍ଷ୍ମୀ? ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । More

ଓଡ଼ିଶାରେ ମଣିପୁର ହିଂସା ଇଫେକ୍ଟ; କଲେଜ୍‌ ଫି ଦାଖଲ କରିପାରୁନାହାନ୍ତି ମଣିପୁରୀ ଛାତ୍ରଛାତ୍ରୀ

ଘରଠୁ ଦୂରରେ ରହିଲେ ମନେପଡ଼େ ପରିବାର । କିନ୍ତୁ ପରିବାର ଯେତେବେଳେ ଥାଏ ବିପଦରେ ସେତେବେଳେ ମନ ଆନ୍ଦୋଳିତ ହୁଏ । ଝୁରେ ଭିଟାମାଟିକୁ । ଠିକ୍ ଏଭଳି ସ୍ଥିତି ଏବେ ପ୍ରବାସୀ ମଣିପୁର ଛାତ୍ରଛାତ୍ରୀଙ୍କର । More

ଆତଙ୍କ ଖେଳାଉଛି ସାପ; ୫ ବର୍ଷରେ ଗଲାଣି ୪୪୭୭ ଜୀବନ

ବର୍ଷା ଦିନ, ବଢ଼ି ପାଣିରେ ମାଳ ମାଳ ହୋଇ ବୁଲୁଛନ୍ତି ସାପ । ଲୋକଙ୍କୁ ଦଂଶୁଛନ୍ତି, ଅକାଳରେ ପ୍ରାଣ ନାଶୁଛନ୍ତି । More

୪ ମାସିଆ ଟାସ୍କ ଦେଇଗଲେ ଶାହ; ପୂରଣ କରିବାକୁ ଜୋରଦାର୍‌ କସରତ

ଶାହଙ୍କ ଟାସ୍କକୁ କାର୍ଯ୍ୟକାରୀ କରିବା ପାଇଁ ବିଜେପିର କସରତ । ୪ ମାସିଆ ପ୍ଲାନକୁ ନେଇ ଆଗକୁ ବଢ଼ିବାକୁ ପଦ୍ମ ଦଳର ସଜବାଜ । ଶାହଙ୍କ ପରାମର୍ଶ- ରାଜଧାନୀର ନ ବସି ଗାଁକୁ ଯାଅ । More

ଏମିତି ଏକ ସଂପର୍କ, ଯାହା ଜନ୍ମଗତ ନୁହେଁ... ହେଲେ ତା ଠୁ ବି ବଳି

ତିନି ହାତିଆ ଟିଣଘରେ ଗୋଟିଏ ଛାତ ତଳେ ରହିଆସୁଛନ୍ତି ଦୃଷ୍ଟିଶକ୍ତି ବାଧିତ ଦୁଇବନ୍ଧୁ ସୁଲୋଚନା ଜେନା ଓ ସାଧବାଣୀ ସାହୁ। ସଂପର୍କ ରକ୍ତର ନୁହେଁ, ହେଲେ ଦୁଇ ଭଉଣୀଠୁ କିଛି କମ୍ ବି ନୁହେଁ। More