/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691392864.jpg)
Matric Supplementary exam ,
ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ ପ୍ରକାଶ ପାଇଛି । ଯେଉଁ ଛାତ୍ରଛାତ୍ରୀମାନେ ମାଟ୍ରିକ ପରୀକ୍ଷାରେ ଫେଲ୍ ହୋଇଥିଲେ କିମ୍ବା କୌଣସି କାରଣରୁ ପରୀକ୍ଷା ଦେଇପାରିନଥିବା ପିଲାଙ୍କ ମଧ୍ୟରୁ ୧୩୧୦ ଜଣ ଫର୍ମଫିଲପ କରିଥିଲେ, ଆଜି ସେମାନଙ୍କ ମଧ୍ୟରୁ ୪୩୩ ପାସ୍ ଜଣ ପାସ କହିଛନ୍ତି । ସେହପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ବି ୬୭୭୮ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ବୋର୍ଡ ୱେବସାଇଟରେ ଉଭୟ ରେଜଲ୍ଟ ଉପଲବ୍ଧ ରହିଛି ।
ସୂଚନାଯୋଗ୍ୟ ଜୁଲାଇ ୩ରୁ ଆରମ୍ଭ ହୋଇଥିଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ମାଟ୍ରିକ ପରୀକ୍ଷା ସହ ଷ୍ଟେଟ ଓପନ୍ ସ୍କୁଲ ପରୀକ୍ଷା ମଧ୍ୟ ଚାଲିଥିଲା । ସାରା ରାଜ୍ୟରେ ୮୦ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଜୁଲାଇ ୩ରୁ ଆରମ୍ଭ ହୋଇ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା।
ମାଟ୍ରିକରେ ୧,୩୧୦ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ବେଳେ ୮ ହଜାର ୯ ଶହରୁ ଅଧିକ ଛାତ୍ରଛାତ୍ରୀ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଦେଇଥିଲେ । ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସିଧା ଯୁକ୍ତ ଦୁଇରେ ନାମ ଲେଖାଇବାକୁ ସୁଯୋଗ ମିଳିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)