/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691390534.jpg)
Ollywood singer Sourin Bhatt
ଯୌନ ନିର୍ଯାତନା ମାମଲାରେ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟ ଥାନାରେ ହାଜର ହୋଇଛନ୍ତି । ଗତ କିଛି ଦିନର ନିରବତା ପରେ ପୁଣି ଥରେ ସୌରିନ୍ ଥାନାରେ ପହଞ୍ଚିଛନ୍ତି । କଟକ ମହିଳା ଥାନାରେ ସୌରିନ୍ ହାଜର ହୋଇଥିବାବେଳେ ଥାନାକୁ ଯିବା ସମୟରେ ଗଣମାଧ୍ୟମ ଆଗରେ ସେ ପ୍ରତିକ୍ରିୟା ରଖିଛନ୍ତି । ସୌରିନ୍ କହିଛନ୍ତି ଯେ, ମୋ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା । ତେବେ ଅନ୍ୟ କିଛି ପ୍ରତିକ୍ରିୟା ସେ ରଖିନାହାନ୍ତି ।
ସୂଚନା ଥାଉ କି ଜୁନ୍ ୧୨ ତାରିଖରେ ମୁମ୍ବାଇର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ଥାନାରେ ଏତଲା ହୋଇଥିଲା । ସୌରିନଙ୍କ ନାଁରେ ଜଣେ ଯୁବତୀ ଥାନାରେ ଅଭିଯୋଗ କରିଥିଲେ । ପ୍ରଥମେ ଜଗତପୁର ଥାନାରୁ ଯାଇ ଯୁବତୀ ଜଣକ ମହିଳା ଥାନାରେ ଏତଲା କରିଥିଲେ । ଯୁବତୀଙ୍କୁ ଗାୟିକା କରାଇଦେବାର ପ୍ରତିଶ୍ରୁତି ଦେଇ ଶୋଷଣ କରାଯାଇଥିବା ଅଭିଯୋଗ କରାଯାଇଥିଲା ।
ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିବା ସଂପୃକ୍ତ ଯୁବତୀ ଅଭିଯୋଗ କରିଥିଲେ । ଯୁବତୀ ଜଣକ ଜଗତପୁର ଥାନାକୁ ଯାଇଥିଲେ, ପରେ ସେଠାରୁ ପୋଲିସ ମହିଳା ଥାନା ପଠାଇଥିଲା । ଖାଲି ସେତିକି ନୁହେଁ, ଯୁବତୀଙ୍କ ଏତଲା ଆଧାରରେ ମାମଲା ମଧ୍ୟ ରୁଜୁ କରିଥିଲା ମହିଳା ଥାନା ପୋଲିସ । ଦଫା ୩୭୬, ୪୯୩, ୩୪୧, ୨୯୪, ୪୧୭, ୫୦୬ରେ ମାମଲା କରାଯାଇଥିଲା । ଏଥି ସହିତ ୧୬୧ ଧାରାରେ ଯୁବତୀଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲା ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)