ସଂକ୍ଷେପରେ ଆଜିର ତାଜା ଖବର - Sunday, 26 February 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କ୍ୟାପଟେନଙ୍କ ସେକେଣ୍ଡ ଇନିଂସ୍‌; ପ୍ରିୟଙ୍କାଙ୍କ ହାତ ଧରିଲେ ବିଧାୟକ ଦିବ୍ୟଶଙ୍କର

ଆଜି ସକାଳେ ପ୍ରଥମେ ନିର୍ବନ୍ଧ କାର୍ଯ୍ୟ ସଂପନ୍ନ ହୋଇଥିଲା । ଆଉ ଅପରାହ୍ନରେ ହୋଇଥିଲା ବାହାଘର । ଯାହାକୁ ନେଇ ବେଶ୍ ଖୁସି ତାଙ୍କ ସମର୍ଥକ । ଉଭୟ ଦିବ୍ୟଶଙ୍କର ଏବଂ ପ୍ରିୟଙ୍କାଙ୍କ ଏ ହେଉଛି ଦ୍ୱିତୀୟ ବିବାଦ । ନିଜ ନିଜର ପ୍ରଥମ ବୈବାହିକ ଜୀବନରେ କୌଣସି କାରଣକୁ ନେଇ ବିବାଦ ଉଠିଥିଲା । More

ପାନିକ୍ ବଟନ୍ ଲଗାଇବାକୁ ଆଉ ୩ମାସ ମହଲ

ପୂର୍ବରୁ ୨୦୨୩ ଜାନୁୟାରୀରୁ ନୂଆ ଗାଡ଼ି ପାଇଁ ବାଧ୍ୟତାମୂଳକ ଥିଲା, ଏଥର ଆସନ୍ତା ଏପ୍ରିଲ ପହିଲାରୁ ପଞ୍ଜିକରଣ ହେବାକୁ ଥିବା ସବୁ ନୂଆ ଯାନବାହନ ଟ୍ରାକିଂ ଡିଭାଇସ୍ ଓ ପାନିକ୍ ବଟନ୍ ଲଗାଇବା ବାଧ୍ୟତାମୂଳକ । ପୁରୁଣା ଯାନବାହନଗୁଡ଼ିକ ୨୦୨୩ ଜୁନ୍ ୩୦ ସୁଦ୍ଧା ଭେଇକିଲ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପାନିକ୍ ବଟନ୍ ଲଗାଇବେ । More

ପୁଣି ସୌମ୍ୟଙ୍କ ଭାଷଣ ବାଣ; ଶାସକ ଦଳକୁ ଶାଣିତ ଆକ୍ରମଣ

କେବଳ ସୌମ୍ୟ ନୁହଁନ୍ତି ବିଜେଡିର ପୂର୍ବତନ ବରି ବିଧାୟକ ଦେବାଶିଷ ନାୟକ ବି କିଛି ଦିନ ତଳେ ଏବେର ମୁଖ୍ୟମନ୍ତ୍ରୀ ଓ ୧୯୯୭ର ମୁଖ୍ୟମନ୍ତ୍ରୀଙ୍କ ଭିତରେ ଅନେକ ଫରକ ଥିବା କହି ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଥିଲେ । ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢିବା ସହ ବିଜେଡିରେ ଯେ ଏବେ ସବୁ କିଛି ଠିକ୍ ନାହିଁ ତା ସାମନାକୁ ଆସିଲାଣି । More

ପ୍ରଦୀପ କୁମାର ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ

୧୯୮୯ ବ୍ୟାଚ୍ ଆଇଏଏସ୍ ଅଫିସର ପ୍ରଦୀପ କୁମାର ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ଓଡ଼ିଶା ସରକାର । ଫେବ୍ରୁଆରୀ ୨୮ ଅର୍ଥାତ ଦିନକ ପରେ ବର୍ତ୍ତମାନର ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ସରିବାକୁ ଥିବା ବେଳେ, ମାର୍ଚ୍ଚ ୧ରେ ନୂଆ ଚିଫ୍ ସେକ୍ରେଟାରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ପ୍ରଦୀପ । More

ଜରିରୁ ତିଆରି କରୁଛନ୍ତି ସୁନ୍ଦର ଘରକରଣା ଜିନିଷ; କମଳାଙ୍କୁ ମୋଦିଙ୍କ ପ୍ରଶଂସା

ଅଦରକାରୀ ପଲିଥିନ ଓ ପ୍ଲାଷ୍ଟିକ୍ରେ ତିଆରି ସୁନ୍ଦର କଳାକୃତି ପାଇଁ କେନ୍ଦ୍ରାପଡ଼ାର ଜଣେ ମହିଳାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । କିଏ ସେହି ମହିଳା ଏବଂ କ’ଣ ତାଙ୍କ ନିଆରା ଉଦ୍ୟମ, ଆସନ୍ତୁ ଜାଣିବା। More

ପାଖେଇ ଆସୁଛି ସାଧାରଣ ନିର୍ବାଚନ; ଭୋଟର୍‌ଙ୍କ ନିକଟତର ହେବାକୁ ୩ ପ୍ରମୁଖ ଦଳଙ୍କ ଫୋକସ୍

୨୪ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟର ତିନି ପ୍ରମୁଖ ଦଳ ବୁଥ୍ ସ୍ତରର ଭୋଟର୍‌ଙ୍କ ପାଖେ ପହଞ୍ଚିବାକୁ ସେତିକି ଫୋକସ୍ କରୁଛନ୍ତି। ବିଜେପି ପକ୍ଷରୁ କାର୍ଯ୍ୟକର୍ତ୍ତାଙ୍କୁ ଗୁଢ଼ ମନ୍ତ୍ର ଦେଇଛନ୍ତି ନିଜେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ। More

ସୁରେଶ ମହାପାତ୍ର ହେବେ OERC ଅଧ୍ୟକ୍ଷ

ଆସନ୍ତା ୨୮ ତାରିଖରେ ସେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବେ । ଏହା ପରେ ସୁରେଶ ମହାପାତ୍ର ଓଇଆରସି ଅଧ୍ୟକ୍ଷ ପଦର ଦାୟିତ୍ୱ ସମ୍ଭାଳିବେ ବୋଲି ଜଣାପଡ଼ିଛି । More

ପ୍ରଦୀପ ଜେନା ହେଲେ ନୂଆ ମୁଖ୍ୟ ଶାସନ ସଚିବ

ବର୍ତ୍ତମାନ ପ୍ରଦୀପ SRC ଦାୟିତ୍ୱରେ ରହିଛନ୍ତି । ଆସନ୍ତା ୨୮ରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅବସର ରହିଛି । ତେଣୁ ପ୍ରଦୀପ ଦାୟିତ୍ୱ ଗ୍ରହଣ କରିବେ More

ବିଜେଡି ଆଇନଜୀବୀ ସାମୁଖ୍ୟ ତାଲିକାରେ ମୃତ ବ୍ୟକ୍ତିଙ୍କ ନାଁ

ସ୍ୱର୍ଗତ ରାମନାଥ ମିଶ୍ର ଜିଲ୍ଲାର ଜଣେ ବରିଷ୍ଠ ଆଇନଜୀବୀ । ପାରଳାଖେମୁଣ୍ଡି ବାର୍ ଆସୋସିଏସନର ସଭାପତି ଭାବେ ୨୦ରୁ ଅଧିକ ଥର ସେ ନିର୍ବାଚିତ ହୋଇଥିଲେ । ତାଙ୍କ ମୃତ୍ୟୁର ୫ ମାସ ପରେ ବି ଦଳ ପାଖରେ କେମିତି ଖବର ନାହିଁ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । More

Mann Ki Baat: ଅଦରକାରୀ ପଲିଥିନ୍‌କୁ ଦରକାରୀ ଜିନିଷର ରୂପ ଦେଉଛନ୍ତି କମଳା ମହାରଣା

‘ମନ୍ କି ବାତ୍’ରେ କେନ୍ଦ୍ରାପଡ଼ାର କମଳା ମହାରଣାଙ୍କ ପ୍ରତି ପ୍ରଧାନମନ୍ତ୍ରୀ ପ୍ରଶଂସାର ସୁଅ। ସେ କ୍ଷୀର ପ୍ୟାକେଟ୍ ଜରି ଓ ଅଦରକାରୀ ପ୍ଲାଷ୍ଟିକ୍ରୁ ବିଭିନ୍ନ ସାମଗ୍ରୀ ତିଆରି କରିପାରୁଛନ୍ତି। ତେବେ ଆସନ୍ତୁ ୬୦ ବର୍ଷୀୟ ଏହି ମହିଳାଙ୍କ ସଫଳତାର କାହାଣୀ ଉପରେ ନଜର ପକେଇ ନେବା। More

ସରିଲା ନିର୍ବନ୍ଧ, ଦ୍ୱିତୀୟ ବିବାହ କରିବେ ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର

ପୁଣି ଚର୍ଚ୍ଚାରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ର ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର। ଏଥରର ଚର୍ଚ୍ଚା, ତାଙ୍କର ଦ୍ୱିତୀୟ ବିବାହକୁ ନେଇ। More

୫ ଦିନ ପରେ ରାଜ୍ୟରେ ଆହୁରି ବଢ଼ିବ ତାତି !

୫ ଦିନ ପରେ ରାଜ୍ୟରେ ଆହୁରି ତାତି ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏବେ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱାଭାବିକ ତାପମାତ୍ରା ଠାରୁ ୨ରୁ ୪ ଡିଗ୍ରୀ ଅଧିକ ରହୁଛି। More

Today Panchang 26th Feb 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୂହୁର୍ତ୍ତ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୌର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ, ରବିବାର, ଚନ୍ଦ୍ର – ମେଷ ଦିବା ୧୦.୧୫ ଗତେ ବୃଷ, ତିଥି – ୭ମୀ ରାତ୍ରି ୧୨.୫୯ ଗତେ ୮ମୀ, ଘାତ ଚନ୍ଦ୍ର – ମେଷ ଦିବା ୧୦.୧୫ ଗତେ ବିଛା, ଘାତ ବାର- ମେଷ, ପୁଷ୍କର ଦୋଷ – ୩ ପାଦ - କୃଷି, ପଶୁ ଓ ବଂଶହାନି- ଭୂମି, ଅନ୍ନ ଓ ତିଳକାଞନ ଦାନ ରାତ୍ରି ୧୨.୫୯ ଗତେ ୨ ପାଦ More

ସୌମ୍ୟଙ୍କ ତେରଛା ବାଣ- ମୁଖ୍ୟମନ୍ତ୍ରୀମାନଙ୍କ ସହ ଭେଟ ହେବା ସମ୍ଭବ ହେଉନି

ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି କନେଷ୍ଟବଲ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଆଇନ ସମାନ। ହେଲେ ଆଜି କିନ୍ତୁ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭେଟ ହେବା ସମ୍ଭବ ହେଉନି।  More

ପୋଲିସ୍‌ ରିମାଣ୍ଡରେ ‘ପାକିସ୍ତାନୀ ଗୁପ୍ତଚର’, ପାକ୍‌ ଯୁବତୀଙ୍କ ହନିଟ୍ରାପ୍‌ରେ ପଡ଼ି ତଥ୍ୟ ଲିକ୍‌ କରିଥିବା ଅଭିଯୋଗ

ହନିଟ୍ରାପ୍‌ରେ ପଡ଼ି ଚାନ୍ଦିପୁର ITR ରୁ ତଥ୍ୟ ଲିକ୍ ମାମଲାରେ ଅଭିଯୁକ୍ତ ବାବୁରାମଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ପୋଲିସ। ହନିଟ୍ରାପ୍‌ରେ ପଡ଼ି ପାକିସ୍ତାନର ଜଣେ ମହିଳାଙ୍କୁ ବାବୁରାମ ଚାନ୍ଦିପୁର ଆଇଟିଆର୍ ତଥ୍ୟ ଦେଇଥିବାର ଅଭିଯୋଗ ହୋଇଥିଲା। More

ବିଜୁ ଜୟନ୍ତୀରୁ ଡାକୋଟାକୁ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶନ !

କୋଲକାତା ବିମାନ ବନ୍ଦରରେ ଦୀର୍ଘ ବର୍ଷ ହେଲା ଖତ ଖାଉଥିବା ଡାକୋଟାକୁ ଗତ ଜାନୁଆରୀ ୧୮ ତାରିଖରେ ୩ଟି ଟ୍ରେଲର୍ ସହାୟତାରେ ଭୁବନେଶ୍ୱର ଏୟାରପୋର୍ଟ ଆଣିଥିଲେ ରାଜ୍ୟ ସରକାର । ସେଠାରେ ଷ୍ଟେଟ୍ ହ୍ୟାଙ୍ଗରେ ଆରମ୍ଭ ହୋଇଥିଲା ଡାକୋଟାର ପୁନରୁଦ୍ଧାର କାମ । ଏରୋସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଣ୍ଟ ସେଣ୍ଟରର ଏକ ୩୦ ଜଣିଆ ଟିମ୍ ଏହି କାମରେ ଲାଗିଛନ୍ତି । More

ସହାୟତା ପାଇଁ ପରିବାରର ଅପେକ୍ଷା; ଦିଲ୍ଲୀରୁ ହାଇଦ୍ରାବାଦ ଗଲେ ଗୁରୁତର ପିଣ୍ଟୁ

ଲିଭର ସିରୋସିସରେ ଆକ୍ରାନ୍ତ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବିଲିଆରି ସାଇନସେସ୍ - ILBSରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଯକୃତ ପ୍ରତିରୋପଣ ହେବାର ଥିଲା । ହେଲେ ପରିବାରରୁ ଡୋନରଙ୍କ ବ୍ଲଡ୍ ଗ୍ରୁପ୍ ମ୍ୟାଚ୍ ହୋଇପାରିଲାନି । More

ବରଯାତ୍ରୀ ନାଚରୁ ମହାଭାରତ; ମଙ୍ଗୁଳା କନ୍ୟା ମଥାରେ ଲାଗିଲାନି ସିନ୍ଦୂର

ଆରମ୍ଭ ହୋଇଥିଲା ବରଣୀ । ନୂଆ ବାଇକରେ ବରକୁ ବସାଇ ପାଛୋଟି ନେଉଥିଲେ କନ୍ୟା ଘର ଲୋକେ । ଏହାରି ଭିତରେ ପଛରେ ଆସୁଥିବା ବରଯାତ୍ରୀ ଭିଡ଼ରେ ପଶି ନାଚିଥିଲେ କନ୍ୟା ପ୍ରମିଳାଙ୍କ ବଡ଼ଭାଇ ଚିନ୍ତା ତାଣ୍ଡିଙ୍କ ପୁଅ । ବାସ୍, ଏହାକୁ ନେଇ ଗଣ୍ଡଗୋଳ, ମାରପିଟ୍ । More

୩ଦିନ ପରେ ଯୁକ୍ତ ଦୁଇ ପରୀକ୍ଷା; ଆନ୍ଦୋଳନରେ ପରୀକ୍ଷକ

ମୁଣ୍ଡ ଉପରେ ପରୀକ୍ଷା । ହେଲେ ଆନ୍ଦୋଳନରେ ପରୀକ୍ଷକ । ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନର ଧମକ । ଏବେ କେମିତି ହେବ ପରୀକ୍ଷା ପରିଚାଳନା ? ଅକଳରେ ଗଣଶିକ୍ଷା ବିଭାଗ । ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ହେଲେ ଯେଉଁ ମାନେ ପରୀକ୍ଷା ପରିଚାଳନା କରିବେ ସେହି ଅଧ୍ୟାପକମାନେ ଏବେ ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗରେ । More

ପିଏଡିଏସ୍‌ରେ ମିଳୁଛି ପ୍ଲାଷ୍ଟିକ୍ ଚାଉଳ; ଡରିଲେଣି ଲୋକେ

ପିଡିଏସ୍ ହିତାଧିକାରୀଙ୍କ ମନରେ ଛନକା, ସରକାରୀ ଚାଉଳରେ ମିଶିଛି ପ୍ଲାଷ୍ଟିକ୍ ଚାଉଳ। ଲମତାପୁଟରେ ହିତାଧିକାରୀ ଏ ଚାଉଳ ଧରି ବିଡିଓଙ୍କ ପାଖେ ଫେରାଦ ବି ହୋଇଛନ୍ତି । ତେଣେ ଏଭଳି ମାଳ ମାଳ ଅଭିଯୋଗ ଭିତରେ ବାଲେଶ୍ୱର ସିଏସ୍‌ଓଙ୍କ ପାଖରୁ ଆସିଛି ସ୍ପଷ୍ଟୀକରଣ… More