ସଂକ୍ଷେପରେ ଆଜିର ତାଜା ଖବର - Saturday, 25 February 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସହାୟତା ପାଇଁ ପରିବାରର ଅପେକ୍ଷା; ଦିଲ୍ଲୀରୁ ହାଇଦ୍ରାବାଦ ଗଲେ ଗୁରୁତର ପିଣ୍ଟୁ

ଲିଭର ସିରୋସିସରେ ଆକ୍ରାନ୍ତ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବିଲିଆରି ସାଇନସେସ୍ - ILBSରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଯକୃତ ପ୍ରତିରୋପଣ ହେବାର ଥିଲା । ହେଲେ ପରିବାରରୁ ଡୋନରଙ୍କ ବ୍ଲଡ୍ ଗ୍ରୁପ୍ ମ୍ୟାଚ୍ ହୋଇପାରିଲାନି । More

ବରଯାତ୍ରୀ ନାଚରୁ ମହାଭାରତ; ମଙ୍ଗୁଳା କନ୍ୟା ମଥାରେ ଲାଗିଲାନି ସିନ୍ଦୂର

ଆରମ୍ଭ ହୋଇଥିଲା ବରଣୀ । ନୂଆ ବାଇକରେ ବରକୁ ବସାଇ ପାଛୋଟି ନେଉଥିଲେ କନ୍ୟା ଘର ଲୋକେ । ଏହାରି ଭିତରେ ପଛରେ ଆସୁଥିବା ବରଯାତ୍ରୀ ଭିଡ଼ରେ ପଶି ନାଚିଥିଲେ କନ୍ୟା ପ୍ରମିଳାଙ୍କ ବଡ଼ଭାଇ ଚିନ୍ତା ତାଣ୍ଡିଙ୍କ ପୁଅ । ବାସ୍, ଏହାକୁ ନେଇ ଗଣ୍ଡଗୋଳ, ମାରପିଟ୍ । More

ପିଏଡିଏସ୍‌ରେ ମିଳୁଛି ପ୍ଲାଷ୍ଟିକ୍ ଚାଉଳ; ଡରିଲେଣି ଲୋକେ

ପିଡିଏସ୍ ହିତାଧିକାରୀଙ୍କ ମନରେ ଛନକା, ସରକାରୀ ଚାଉଳରେ ମିଶିଛି ପ୍ଲାଷ୍ଟିକ୍ ଚାଉଳ। ଲମତାପୁଟରେ ହିତାଧିକାରୀ ଏ ଚାଉଳ ଧରି ବିଡିଓଙ୍କ ପାଖେ ଫେରାଦ ବି ହୋଇଛନ୍ତି । ତେଣେ ଏଭଳି ମାଳ ମାଳ ଅଭିଯୋଗ ଭିତରେ ବାଲେଶ୍ୱର ସିଏସ୍‌ଓଙ୍କ ପାଖରୁ ଆସିଛି ସ୍ପଷ୍ଟୀକରଣ… More

ସାଧାରଣ ନିର୍ବାଚନ ପୂର୍ବରୁ ସବୁ ବର୍ଗକୁ ଆକୃଷ୍ଟ କରିବାକୁ ରାଜ୍ୟ ବଜେଟ୍‌ରେ ପ୍ରୟାସ

ନୂଆ ବଜେଟ୍‌ରେ ଅଣାଯାଇଛି ବିଭିନ୍ନ ସ୍କିମ୍। ଏହାକୁ କ୍ୟାମ୍ପେନ ମୋଡ୍‌ରେ ପ୍ରଚାର ପ୍ରସାର କରିବା ଲାଗି ଦଳୀୟ ମନ୍ତ୍ରୀ, ବିଧାୟକ ଓ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବିଜେପି କହିଛି, କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରି ଏଥିରେ କେବଳ କପି ପେଷ୍ଟ ଲାଗି ଉଦ୍ୟମ ହୋଇଛି। More

‘ଅବିକା’ ୨୦୨୩ କ୍ୟାଲେଣ୍ଡର ଗ୍ରାଣ୍ଡ୍‌ଫିନାଲ୍‌ରେ ଶୁଭାଙ୍ଗୀ ସାମନ୍ତ "ଫେସ୍ ଅଫ୍ ଦ ଇୟର"

ଓଡିଶାର ପାରମ୍ପରିକ ହସ୍ତତନ୍ତ ଏବଂ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ 'ଅବିକା ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା-୩ରେ "ଫେସ୍ ଅଫ୍ ଦ ଇୟର ୨୦୨୩" ଭାବେ ମନୋନୀତ ହୋଇଛନ୍ତି ଶୁଭାଙ୍ଗୀ ସାମନ୍ତ। More

ଜୋର୍ ଧରିଲା ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ମାନ୍ୟତା ଦାବି

ଜୋର୍ ଧରିଲା ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ମାନ୍ୟତା ଦାବି। ଏନେଇ ସରକାର ଶୀଘ୍ର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ନୟାଗଡ଼ ବୁଦ୍ଧିଜୀବୀ।  More

ବିବାହ ପ୍ରୋସେସନ୍‌ରେ ବୋହିଲା ରକ୍ତ ନଦୀ, କନ୍ୟାପକ୍ଷଙ୍କୁ ଛୁରୀ ଭୁସିଦେଲେ ବରଯାତ୍ରୀ...

ବିବାହ ପ୍ରୋସେସନ୍‌ରେ ବରଯାତ୍ରୀଙ୍କ ଉନ୍ମତ୍ତ କାଣ୍ଡ, ବୋହିଲା ରକ୍ତ ନଦୀ। କନ୍ୟାପକ୍ଷଙ୍କୁ ଛୁରୀ ଭୁସି ଦେଲେ ବରଯାତ୍ରୀ। ବରଯାତ୍ରୀଙ୍କ ଏଭଳି ଉନ୍ମତ୍ତ କାଣ୍ଡ ଦେଖି କନ୍ୟାପକ୍ଷ ବିବାହକୁ ବାତିଲ କରିଛନ୍ତି। More

ଏଣିକି ସରକାରୀ ସ୍କୁଲ ପିଲାଙ୍କୁ ମିଳିବ ନୋଟ୍ ବୁକ୍

ଗଣଶିକ୍ଷାମନ୍ତ୍ରୀଙ୍କ କହିବା ଅନୁସାରେ ମୋ ସ୍କୁଲ ଯୋଜନା ଅନୁଯାୟୀ ଏଥିପାଇଁ ସ୍ୱତନ୍ତ୍ର ଫୋକସ୍‌ କରାଯାଉଛି । ଶିକ୍ଷା ବିଭାଗକୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟି ଦେଇଥିବା ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି । More

ମିଳିଲେନି ଡୋନର, ଚିକିତ୍ସା ପାଇଁ ଦିଲ୍ଲୀରୁ ହାଇଦ୍ରାବାଦ ଯିବେ ପିଣ୍ଟୁ

ଚିକିତ୍ସା ପାଇଁ ହାଇଦ୍ରାବାଦ ଯିବେ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ। ଲିଭର୍ ଟ୍ରାନ୍ସପ୍ଲାଣ୍ଟ ଲାଗି ଦିଲ୍ଲୀରେ ଡୋନର ନମିଳିବାରୁ ତାଙ୍କୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। More

ଗଞ୍ଜାମରେ ପ୍ଲାନ୍‌, ଭୁବନେଶ୍ୱରରେ ଡିଲ୍‌: ହତ୍ୟା ପାଇଁ ୧.୫ ଲକ୍ଷ ଟଙ୍କାର ସୁପାରୀ

ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ୧.୫ ଲକ୍ଷ ଟଙ୍କାର ସୁପାରୀ ମଧ୍ୟ ହୋଇଥିଲା। More

ହାଇକୋର୍ଟ ସରକାରଙ୍କ ଆବେଦନ ଖାରଜ ! ଅପରାଧିକ ମାମଲାର ତଦନ୍ତ କରିପାରିବେନି କନଷ୍ଟେବଲ

କୃତିତ୍ୱ ହାସଲ କରିଥିବା କନଷ୍ଟେବଳ ଓ ହାବିଲଦାରଙ୍କୁ ତଦନ୍ତ କ୍ଷମତା ପ୍ରଦାନ ପାଇଁ ସରକାର ବିଜ୍ଞପ୍ତିରେ ଉଲ୍ଲେଖ କରିଥିଲେ । More

DJ ବାଜୁଥିଲା ବରଯାତ୍ରୀ ନାଚୁଥିଲେ, ମାଡ଼ିଗଲା କାର ! ଜଣେ ମୃତ

ଆହତଙ୍କୁ ଖପ୍ରାଖୋଲ ଓ ପାଟଣାଗଡ ହସ୍ପିଟାଲରେ ଭର୍ତି କରାଯାଇଛି । ଖପ୍ରାଖୋଲ ପୋଲିସ ଘଟଣାର ତଦନ୍ତ କରୁଛି । More

ବର୍ଷକ ଭିତରେ ଖୋଲିବ ଆଉ ୧୦୦ EV ଚାର୍ଜିଂ ଷ୍ଟେସନ୍‌

କମ୍ପାନୀ ଖୁବଶୀଘ୍ର ବାଲେଶ୍ୱର ସୋରଠାରେ ରାଜ୍ୟର ପ୍ରଥମ LNG ପମ୍ପ ଖୋଲିବ । More

ଆଶ୍ୱସ୍ତି ! ୩ ମାସ ଭିତରେ ଗାଡ଼ିରେ ଲଗାନ୍ତୁ ଟ୍ରାକିଂ ଡିଭାଇସ୍ ଆଉ ପ୍ୟାନିକ୍‌ ବଟନ୍‌

ପୁରୁଣା ଯାନବାହନଗୁଡ଼ିକ କ୍ଷେତ୍ରରେ ଭେଇକିଲ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପାନିକ ବଟନ୍ ବାଧ୍ୟତାମୂଳକ ଅବଧିକୁ ୨୦୨୩ ଜୁନ ୩୦ ଯାଏଁ ବୃଦ୍ଧି କରାଯାଇଛି । More

ଭୟଙ୍କର ଦୁର୍ଘଟଣା ! ପିଟିଦେଲା ଟ୍ରକ, ୭ ମୃତ

ଦୁର୍ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । More

ଧାନ ଉଠିଲାନି ବୋଲି ଜୀବନ ହାରିଦେଲେ ଚାଷୀ, ତା’ପରେ ଉଠିଲା ଧାନ..!

ମଣ୍ଡିରେ ଚାଷୀର ଜୀବନ ନେଲା ହତାଶାର ନିଆଁ । ୨୩ ଦିନ ଧରି ଧାନ ଉଠିବାରୁ ଚାଷୀ ମୃତ୍ୟୁ ଅଭିଯୋଗ । More

ନବ ହତ୍ୟା ମାମଲା, ମୋଟିଭ୍ ସଂପର୍କରେ ଜାଣି ଜାଣି ଅଜଣା ହେଉଛି କି କ୍ରାଇମବ୍ରାଞ୍ଚ ?

କ୍ରାଇମବ୍ରାଞ୍ଚ ତଦନ୍ତର ଗତିବିଧିକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ । ୨୬ ଦିନ ପରେ ବି ଫିଟୁନି ନବ ଦାସ ହତ୍ୟା ପଛର ରହସ୍ୟ । More

ପୁଣି ଚାନ୍ଦିପୁର ITRରେ ହନିଟ୍ରାପ୍, ପାକିସ୍ତାନ ସୁନ୍ଦରୀଙ୍କ ମାୟାରେ ପଡ଼ିଲେ କର୍ମଚାରୀ

ହନି ସହ ମନି ଟ୍ରାପରେ ପଡ଼ି ଦେଇଦେଲେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ବରିଷ୍ଠ ଟେକ୍ନିକାଲ୍ ଅଫିସର ଗିରଫ । More

ଏଥର ୨ ଲକ୍ଷ ୩୦ ହଜାର କୋଟିର ବଜେଟ୍, ନିର୍ବଚନ ଥିବାରୁ ସରକାର ଦେଖାଇଛନ୍ତି ଗୋଲାପୀ ଚିତ୍ର

ପୂର୍ବ ବର୍ଷ ଅପେକ୍ଷା ୧୫% ଅଧିକ ବ୍ୟୟବରାଦ । ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଓ ଭିତ୍ତିଭୂମି ବିକାଶକୁ ଗୁରୁତ୍ବ ଦିଆଯାଇଛି । More

ବର୍ଷେ ହେଲା ଚାଲିଛି ରୁଷ-ୟୁକ୍ରେନ୍ ଯୁଦ୍ଧ, ତୃତୀୟ ବିଶ୍ୱଯୁଦ୍ଧ ନେଇ ବଢ଼ୁଛି ଆଶଙ୍କା

ପଛଘୁଞ୍ଚା ଦେଉନି କିଭ୍ କି ଯୁଦ୍ଧରେ ପଡୁନି ଯବନୀକା । ଅନିଶ୍ଚିତତା ଭିତରେ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । More