ସଂକ୍ଷେପରେ ଆଜିର ତାଜା ଖବର - Sunday, 21 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଛାତିଏ ପାଣିରେ କୋକେଇ ବୋହି ନଈ ପାର ପରେ ହେଲା ଶବ ସତ୍କାର

ଗୋଟିଏ ପଟେ ବର୍ଷା ଅନ୍ୟପଟେ ନାଳର ପ୍ରଖର ସୁଅ, ତା’ରି ଭିତରେ ବହୁ କଷ୍ଟ ସହି ଶବ ସତ୍କାର କରିବାର ଯନ୍ତ୍ରଣା ଅଙ୍ଗେ ନିଭାଇଛନ୍ତି ପରିବାର ଓ ସମ୍ପର୍କୀୟ। ଆସନ୍ତୁ ଜାଣିବା କେଉଁଠି ଘଟିଛି ଏଭଳି ଦୁର୍ଦ୍ଦଶା। More

ଓଡ଼ିଶାରେ ବିଜେପି-ବିଜେଡିର ବିକଳ୍ପ ହେବ କି ଆପ୍ ? ୨୦୨୪ରେ ସରକାର ଗଢିବାକୁ କରୁଛି ଯୋଜନା

ବିଜେପି କହିଲା ଦୁର୍ନୀତିଗ୍ରସ୍ତ ଦଳକୁ ଗ୍ରହଣ କରିବେନି ରାଜ୍ୟବାସୀ । ତୁଚ୍ଛା ବାହାସ୍ପୋଟ କହିଲେ ବିଜେଡି ଓ କଂଗ୍ରେସ । More

ପୁଣି ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱତନ୍ତ୍ର କେବିନ୍‌ରେ ତାଙ୍କୁ ଚିକିତ୍ସା କରୁଛନ୍ତି ଡାକ୍ତର । More

ବତୁରା ବହିପତ୍ରରୁ ଭବିଷ୍ୟତ ଖୋଜୁଛନ୍ତି ପିଲା, ଉଜୁଡ଼ା ଘରକୁ ଆସି ସଜାଡୁଛନ୍ତି ବହି

ଆଗକୁ କେମିତି ସ୍ୱାଭାବିକ ହେବ ପାଠପଢ଼ା, ଚିନ୍ତାରେ ଅଭିଭାବକ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଲେ, ସ୍ଥିତି ଦେଖି ସ୍କୁଲ ଖୋଲା ନିଷ୍ପତ୍ତି । More

ମହାନଦୀ ବନ୍ୟାକୁ ନେଇ ତେଜିଲା ରାଜନୀତି ମନୁଷ୍ୟକୃତ କହି ସରକାରଙ୍କ ଉପରେ ବର୍ଷିଲା ବିଜେପି

ଦୁର୍ଗତଙ୍କୁ ରିଲିଫ୍ ମିଳୁନଥିବା କହି କଂଗ୍ରେସ୍ର ଟାର୍ଗେଟ୍ । ବନ୍ୟା ପରିଚାଳନା ନେଇ ବିଭାଗକୁ ରିପୋର୍ଟ ଦେବେ EIC । More

ସୁବର୍ଣ୍ଣରେଖାରେ ଦେଖାଦେଇଛି ଭୟଙ୍କର ରୂପ; ଆସିପାରେ ବଡ ବନ୍ୟା

ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜ୍‌ରେ ଖୋଲିଛି ୧୬ଟି ଗେଟ୍। ମୟୂରଭଞ୍ଜ ଓ ବାଲେଶ୍ୱରକୁ ମାଡ଼ି ଆସୁଛି ୬ ଲକ୍ଷ କ୍ୟୁସେକ୍ ପାଣି। ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଆଜି ରାତିରୁ ବିପତ୍ତି। More

ପୁରୀ ଗୋପରେ ସ୍ୱଚ୍ଛତାର ସ୍ଥିତି ପରଖିଲା ଓଟିଭି

ଜଳବନ୍ଦୀ ସମସ୍ୟା ଭିତରେ ସାନିଟାରୀ ନାପ୍‌କିନ୍ ଚିନ୍ତା। କପଡ଼ା ବ୍ୟବହାର ଯୋଗୁଁ ବଢୁଛି ସଂକ୍ରମଣ ଆଶଙ୍କା। ରିଲିଫ୍ ସାମଗ୍ରୀରେ ମହିଳାଙ୍କୁ ପ୍ୟାଡ୍ ଦେବାକୁ ଦାବି। More

ଆବାସ ଯୋଜନା କେଳେଙ୍କାରୀ : ଜିଆରଏସ ଟଙ୍କା ମାରି ଖାଇଥିବା ସାଂଘାତିକ

ଗ୍ରାମାଞ୍ଚଳରେ ଗରିବ ଲୋକ ମୁଣ୍ଡ ଗୁଞ୍ଜିବା ପାଇଁ ରହିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଏହି ଯୋଜନାରେ ପାତରଅନ୍ତର ଓ ଅନିୟମିତତା ନେଇ ଅନେକ ଥର କେନ୍ଦ୍ର-ରାଜ୍ୟ ମୁହାଁମୁହିଁ ହୋଇଛନ୍ତି । ତଥାପି ଦୁର୍ନୀତି କମୁନି । More

ବଡ଼ ବନ୍ୟା ଆଶଙ୍କା, ସତର୍କ କରାଇଲେ SRC

ବାଲିଆପାଳ, ଭୋଗରାଇ, ଜଳେଶ୍ୱର, ବସ୍ତା ବିଶେଷ ପ୍ରଭାବିତ ହେବ ବୋଲି ସୂଚନା ଦେଇଛନ୍ତି । ଏହିସବୁ ଅଞ୍ଚଳରେ ବନ୍ୟା ପ୍ରକୋପ ଅଧିକ ରହିବ । More

ଲୋନ୍ ଆପ୍‌ ମାଧ୍ୟମରେ ୫୦୦ କୋଟି ଠକେଇ : ଚୀନ୍‌କୁ ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ପଠାଉଥିଲେ ଅଭିଯୁକ୍ତ

ପୋଲିସ୍‌ ହାତରେ ଧରାପଡ଼ିଲା ୟୁପିର ଠକ୍‌ ଗ୍ୟାଙ୍ଗ୍‌ । ଆପ୍‌ ଜରିଆରେ ଠକୁଥିଲେ, ଏବେ ଧରାପଡ଼ିଲେ । More

'ଲୋକଙ୍କୁ ଭଗବାନ ଭରସାରେ ଛାଡ଼ିଦେଲେ ସରକାର'

ଛତିଶଗଡ଼ ସହିତ ସମନ୍ୱୟର ଅଭାବ, ହୀରାକୁଦ ଜଳ ପରିଚଳନା ନେଇ ରୁଲ୍ କର୍ଭର ଉଲ୍ଲଂଘନ ଓ ବନ୍ଧବାଡ଼ର ଠିକ୍ ସମୟରେ ମରାମତି ନ ହେବାରୁ ବନ୍ୟା ହୋଇଛି । More

ବନ୍ୟା ପରିଚାଳନା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ SRC କ୍ଷମତା

ବାଲେଶ୍ୱର ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । More

କାନ୍ଥ ପଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଲଗାଣ ବର୍ଷା କାରଣରୁ ଭୁଶୁଡ଼ିଗଲା କାନ୍ଥ। କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀଙ୍କ ଅବସ୍ଥା ଗୁରୁତର ରହିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଭେଜଡ଼ିହା ଗାଁରେ । More

‘ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପ୍ରକୋପ ଅଧିକ ରହିବ’

ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷିଛି,ଝାଡ଼ଖଣ୍ଡରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି More

ବନ୍ୟା ସମୟରେ ବାହାଦୁରୀ ନଦେଖାଇବାକୁ SRCଙ୍କ ପରାମର୍ଶ

ଜଳର ପ୍ରଖର ସ୍ରୋତ ପାଇଁ ରାଜ୍ୟରେ ବିଭିନ୍ନ ଅଘଟଣ ଘଟୁଛି । More

ବିପଦ ସଂକେତ ଉପରେ ବୁଢ଼ାବଳଙ୍ଗ; ଚିନ୍ତାରେ ତଳିଆ ଅଞ୍ଚଳ ବାସିନ୍ଦା

ବୁଢାବଳଙ୍ଗ ନଦୀର ପାଣି ଯୋଗୁଁ ବାଲେଶ୍ୱର ସହର ତଳି ଅଞ୍ଚଳ ଜଳମଗ୍ନ ହୋଇପଡିଛି । ଫୁଲାଡ଼ି, ଚାନ୍ଦମାରିପଡ଼ିଆ, କଣ୍ଟାବଣିଆ, ପସିମିଳାରେ ବନ୍ୟାଜଳ ପଶିଛି । More

ବଢ଼ି ପାଣିରେ ଭାସିଗଲେ ଶଳା ଭିଣୋଇ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ନକଟିପାଲି ନାଳରେ ଶନିବାର ସନ୍ଧ୍ୟାରେ ଭାସି ଯାଇଥିବା କାର୍‌ ଆଜି ମିଳିଥିବା ବେଳେ ସେଥିରୁ ଦୁଇ ଜଣଙ୍କ ମୃତଦେହ ମିଳିଛି। More

Daily Horoscope 21st August 2022: ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ..

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ  ରବିବାର । ତିଥି –  ୧୦ ମୀ ରାତ୍ରି ୦୩/୩୬ ଗତେ ୧୧ଶୀ, ଚନ୍ଦ୍ର   – ବୃଷ ସନ୍ଧ୍ୟା ୦୬/୦୯ ଗତେ ମିଥୁନ, ଘାତ ଚନ୍ଦ୍ର- ବିଛା  ସନ୍ଧ୍ୟା ୦୬/୦୯ ଗତେ କନ୍ୟା, ଘାତ ବାର – ମେଷ ରାଶିର, ପୁଷ୍କର ଦୋଷ –  ୧ ପାଦ- କୃଷିହାନି- ଭୂମିଦାନ   More

ବନ୍ୟାଞ୍ଚଳରେ ଦିନଠୁ ବଳି ରାତିର ଦୁଃଖ : ଜରିପାଲ ପାଲଟିଛି ସାହାରା

ଦିନଠୁ ବଳି ରାତିର ଦୁଃଖ। ପାଣିରେ ଘରଦ୍ୱାର ବୁଡ଼ିଛି, ଜରିପାଲ ପାଲଟିଛି ସାହାରା। ଗୃହପାଳିତ ପଶୁ ସହ ନଦୀବନ୍ଧ ଓ ଉଚ୍ଚସ୍ଥାନରେ କଟୁଛି ବିପନ୍ନଙ୍କ ରାତି। ରାତି ହେଲେ ବଇରି ସାଜୁଛି ପେଟର ଭୋକ, ଆଖିର ନିଦ। More

ବର୍ଷା ସାଜିଛି ଦାଉ; କାନ୍ଥ ଭୁଶୁଡ଼ି ୫ ଜୀବନ ଗଲାଣି

ଭୟଙ୍କର ଦୁର୍ଦ୍ଦଶା ଆଣିଛି ଲଘୁଚାପ ବର୍ଷା। ଦିନ ଦିନ ଧରି ବତୁରି ରହିଥିବା କାନ୍ଥ ଭୁଶୁଡ଼ି ଜୀବନ ଯାଇଛି। ପାଞ୍ଚ ଜଣଙ୍କ ପ୍ରାଣହାନୀ ହୋଇଥିବା ଅଭିଯୋଗ ହେଉଛି। ଲଗାଣ ବର୍ଷାରେ ରାସ୍ତାଘାଟ ଧୋଇଯାଇ ବହୁ ଗାଁ ବିଚ୍ଛିନ୍ନ ହୋଇଛି। More

SI ପରୀକ୍ଷାରେ ପୁଣି ବିଭ୍ରାଟ ! ପରୀକ୍ଷା ହଲରେ ଖୋଲିଲାନି ପ୍ରଶ୍ନପତ୍ର

୪ ବର୍ଷ ବିଳମ୍ବରେ ହୋଇ ବି ବାରମ୍ବାର ତ୍ରୁଟିକୁ ନେଇ ଅସନ୍ତୋଷ । ଆୟୋଜକ ଓ ପରିଚାଳକଙ୍କୁ ଦାୟୀ କଲେ ପରୀକ୍ଷାର୍ଥୀ । ୧୫ ଦିନ ଭିତରେ ପୁଣି ପରୀକ୍ଷା ପାଇଁ OPRBର ନିଷ୍ପତ୍ତି । More

ବନ୍ୟା ଖୋଲିଦେଲା ଆବାସ ଗୁମର ! ପକ୍କାଘର ନଥିବାରୁ କେଉଁଠି କାନ୍ଥ ଭୁଶୁଡ଼ିଲା ତ କେଉଁଠି ଭାଙ୍ଗିଲା ଘର

ପଲିଥିନ ପାଇଁ ତହସିଲହଦାରଙ୍କ ଗୋଡ଼ତଳେ ପଡ଼ିଲେ ଜନ ପ୍ରତିନିଧି । ରାଜ୍ୟ ସରକାରଙ୍କ ଆବାସ ପ୍ରତିଶ୍ରୁତିକୁ ନେଇ ଘେରିଲେ ବିରୋଧୀ । More

ପୁଣି ଚର୍ଚ୍ଚାରେ ସାରଥୀଙ୍କ ଆଶ୍ରମ, ଭାଇରାଲ୍ ହେଉଛି ଅନୁଗାମୀଙ୍କ ପୂଜାର୍ଚ୍ଚନା ଭିଡିଓ

ଆଶ୍ରମ ଇଡି ହେପାଜତ୍‌ରେ ଥାଇ ବି କେମିତି ହେଉଛି କାର୍ଯ୍ୟକ୍ରମ ? ପୂର୍ବ ମୁଦ୍ରାକୁ ଫେରିବାକୁ ଅନୁଗାମୀଙ୍କ ଜରିଆରେ ଚାଲ୍ ଚର୍ଚ୍ଚା । More