• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜଳସ୍ରୋତରେ ସାହସ ଦେଖାଇବା ଜାଣିଶୁଣି ମୃତ୍ୟୁକୁ ଡାକି ଆଣିବା ସହିତ ସମାନ । ବନ୍ୟା ସମୟରେ ଯେଉଁ ଠାରେ ବ୍ରିଜ୍/କଲଭର୍ଟ ବୁଡ଼ିରହିଛି, ତାହା ଉପରେ ଡ୍ରାଇଭ୍ ନକରିବାକୁ ପରାମର୍ଶ ଦେଇଛନ୍ତି SRC ପ୍ରଦୀପ ଜେନା । ସାମାନ୍ୟ ଅସାବଧାନତା ପାଇଁ ଅମୂଲ୍ୟ ଜୀବନ ଚାଲିଯାଉଛି । ବିଶେଷକରି ଯୁବପିଢ଼ି ଏପରି କାର୍ଯ୍ୟରୁ ଦୂରେଇ ରହିବା ଉଚିତ୍‌ ।

ଜଳର ପ୍ରଖର ସ୍ରୋତ ପାଇଁ ରାଜ୍ୟରେ ବିଭିନ୍ନ ଅଘଟଣ ଘଟୁଛି । କୁଚିଣ୍ଡା ନକଟିପାଲି ନାଳରେ ଭାସି ଯାଇ ୨ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ନକଟିପାଲ ନାଳରେ ୨ରୁ ତିନି ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିଲା । ଏହି ସମୟରେ ନାଳ ପାର ହେଉଥିବା ବେଳେ କାର ସହ ୨ଜଣ ଭାସି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ ବାହିନୀ ଗତକାଲି ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କର ପତ୍ତା ମିଳିନଥିଲା । ଆଜି ପୁଣି ଖୋଜାଖୋଜି ପରେ ନାଳର ୩୦ ଫୁଟ ଦୂରରୁ କାରକୁ ଉଦ୍ଧାର କରାଯାଇଥିଲା । ତା ଭିତରୁ ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ନିକଟରେ ଆଠଗଡ଼ରେ ଅଘଟଣ ଏଡାଇ ଏକ କାର୍ ଉଦ୍ଧାର କରାଯାଇଛି । କାଲି ମହାକାଳପଡ଼ାରେ ଏକ ଦୁଃସାଧ୍ୟ ଉଦ୍ଧାର କାର୍ଯ୍ୟ ହୋଇଛି । ବୋଟରେ ଭାସିଯାଉଥିବା ୭୦ ଲୋକଙ୍କୁ ଉଦ୍ଧାର କରାଯାଇଛି । ମହାନଦୀର ପ୍ରଖର ସ୍ରୋତ ବୋଟ୍‌କୁ ୪ରୁ ୫ କିଲୋମିଟର ଭସାଇ ନେଇଯାଇଥିଲା । ଡଙ୍ଗାଟି ପାରାଦୀପରୁ ମହାକାଳପଡ଼ା ବାହାକୁଦ ଘାଟ ଅଭିମୁଖେ ଆସୁଥିଲା । ଏହି ସମୟରେ ସ୍ରୋତ ଅଧିକ ତୀବ୍ର ହୋଇଥିଲା । ଫଳରେ ଡଙ୍ଗାଟି ଭାରସାମ୍ୟ ବୁଡ଼ି ଯାଇଥିଲା । ତେବେ ମେରାଇନ ପୋଲିସ, ଅଗ୍ନିଶମ ବାହିନୀ ସାହସିକତା ଦେଖାଇ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି ।

ବନ୍ୟା ପାଇଁ ଆମେ ଗୋଟିଏ ମିନିଟ୍‌ ବସିପାରୁନୁ । ଚାରିଆଡ଼େ ନଜର ରଖାଯାଇଛି । ପ୍ରଶାସନ ସବୁ ସମୟରେ ସହଯୋଗ କରିବ । କିନ୍ତୁ ଏସଆରସି କହିଛନ୍ତି,’ Let’s Not Underestimate The power of flowing water ’ । ତେଣୁ ଜନସାଧାରଣ ମଧ୍ୟ ଏଥିପ୍ରତି ସଚେତନ ହେବା ଉଚିତ୍‌ ।