• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲ୍ଲାପାଳଙ୍କୁ ଅଧିକ କ୍ଷମତା ଦିଆଯାଇଛି । ତାଙ୍କୁ ଏସଆରସି କ୍ଷମତା ପ୍ରଦାନ କରାଯାଇଛି । ସୁବର୍ଣ୍ଣରେଖାରେ ଆସୁଥିବା ବଡ ବନ୍ୟାର ମୁକାବିଲା ପାଇଁ ଜରୁରୀକାଳୀନ ପଦକ୍ଷେପ ନେବାକୁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏହି କ୍ଷମତା ଦିଅଆଯାଇଥିବା ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଏଥିସହ ବାଲେଶ୍ୱରରେ ଏକ ହେଲିକର ମୁତୟନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ଭୟଙ୍କର ବନ୍ୟା ପରେ ଏବେ ଉତ୍ତର ଓଡ଼ିଶାରେ ମଧ୍ୟ ବନ୍ୟା ଆଶଙ୍କା ଦେଖାଦେଇଛି । ଏସ୍ଆରସି ପ୍ରଦୀପ ଜେନା କହିଛନ୍ତି, ସୁବର୍ଣ୍ଣରେଖା ଅବବାହିକାରେ ପ୍ରବଳ ବନ୍ୟା ଆଶଙ୍କା ରହିଛି । ଏପରିକି ୨୦୦୮ ବନ୍ୟାଠାରୁ ମଧ୍ୟ ଏହା ଅଧିକ ପ୍ରଭାବ ପକାଇବ ବୋଲି ପ୍ରେସମିଟରେ ସତର୍କ କରାଇ ଦେଇଛନ୍ତି ଏସଆରସି । ଝାଡ଼ଖଣ୍ଡର ଗାଲୁଡିହ ଡ୍ୟାମୀ ପ୍ରାୟ ୬ ଲକ୍ଷ କୁ୍ୟସେକ ପାଣି ଆସୁଥିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି ।

ଏହା ଦ୍ୱାରା ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକ ପ୍ରଭାବିତ ହେବ । ଏହି ଅଞ୍ଚଳରେ ବନ୍ୟାର ପ୍ରକୋପ ଅଧିକ ରହିବ । ଆଜି ଅପରାହ୍ନରୁ ପ୍ରଭାବ ପଡ଼ିବ, କାଲି ସଂଧ୍ୟା ପର୍ଯ୍ୟନ୍ତ । ଏହା ରହିବ ବାଲେଶ୍ୱର ଓ ମୟୂରଭଂଜ ଜିଲ୍ଲାର ମୁତୟନ ହେବେ ଏନଆରଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀର ୪୦ଟି ଟିମ୍ । ଆଜି ଅପରାହ୍ନରୁ କାଲି ସଂଧ୍ୟା ପର୍ଯ୍ୟନ୍ତ ବନ୍ୟାର ପ୍ରଭାବ ରହିବ ବୋଲି କହିଛନ୍ତି ଏସଆରସି । ତେବେ ବୁଢ଼ାବଳଙ୍ଗରେ ପାଣି ଖସୁଥିବାରୁ ବନ୍ୟା ଆଶଙ୍କା ନ ଥିବା ବେଳେ ବୈତରଣୀ ପାଇଁ ଯାଜପୁର ଓ ଭଦ୍ରକକୁ ଆଲର୍ଟ କରାଯାଇଛି । ବ୍ରାହ୍ମଣୀ ଉପରେ ନଜର ରଖାଯାଇଥିବା ବେଳେ ମହାନଦୀ ଅବବାହିକାରେ ସ୍ଥିତି ସୁଧୁରୁଛି ଓ ଆଗକୁ ବନ୍ୟା ହେବାର ସମ୍ଭାବନା ନ ଥିବା ଏସଆରସି କହିଛନ୍ତି ।