ସଂକ୍ଷେପରେ ଆଜିର ତାଜା ଖବର - Monday, 15 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବନ୍ୟା ସ୍ଥିତି ଗମ୍ଭୀର, ମୁଣ୍ଡଳିରେ ବଢ଼ୁଛି ଜଳସ୍ତର ! ବୁଡ଼ିଲାଣି ଅଂଶୁପା

ଗାଁ ରାସ୍ତାରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ତିଗିରିଆ ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି । More

ଜୀବନ ନେଇଗଲା ୬୦ ଲକ୍ଷର ଗହଣା ଚୋରି

ଝାରସୁଗୁଡ଼ାରେ ସେଲ୍ସମ୍ୟାନ୍‌ଙ୍କୁ ପିଟିପିଟି ହତ୍ୟା। ମିଳିମିଶି ମାରିଦେଲେ ଗହଣା ଦୋକାନୀଙ୍କ ପୁଅ ଓ କର୍ମଚାରୀ। ମାଲିକଙ୍କ ଅଭିଯୋଗ, ଚୋରି ସୁନା ବନ୍ଧକ ରଖିଥିଲେ ସେଲ୍ସମ୍ୟାନ୍। More

ମହାନଦୀରେ ବଡ଼ ବନ୍ୟା ଆଶଙ୍କା, ତେଲ୍ ନଦୀ ମିଶିବା ପରେ ନେଉଛି ଭୟଙ୍କର ରୂପ !

ମୁଣ୍ଡଳିରେ ଚାଲୁଛି ୧୦ଲକ୍ଷରୁ ଅଧିକ କ୍ୟୁସେକ୍ ପାଣି । କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀକୁ ସତର୍କତା । More

ମହାନଦୀରେ ବନ୍ୟା: ବେଳକୁ ବେଳ ସ୍ଥିତି ଗମ୍ଭୀ ହେଉଛି, ସତର୍କ ରହିବାକୁ ପରାମର୍ଶ

ବରଗଡ଼ ଚିଖିଲିରେ ଗାଁ ଦାଣ୍ଡରେ ଚାଲୁଛି ଡଙ୍ଗା । ଆଠଗଡ଼, ବଡ଼ମ୍ବା ଓ ବାଙ୍କୀ ବ୍ଲକ୍‌ର ବହୁ ଗାଁ ବିଛିନ୍ନ । ମୁଣ୍ଡଳୀରେ ୧୦ଲକ୍ଷ କ୍ୟୁସେକ୍‌ରୁ ଅଧିକ ପାଣି ପ୍ରବାହିତ । More

କି ଅବସ୍ଥା ! ବେକେ ପାଣିରେ ବୁଡ଼ି ମଶାଣିକୁ ନିଆଯାଉଛି ମୃତଦେହ

ଏଭଳି ବିକଳ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବେହେରାଗୁଡ଼ା ଗାଁରେ । More

ବିଶେଷଜ୍ଞଙ୍କ ମତ, ବର୍ଷା କମିଛି ହେଲେ ବନ୍ୟା ଟଳିନି !

ବର୍ଷା କମିଛି ସତ ହେଲେ ବନ୍ୟା ପରିସ୍ଥିତି ଟଳିନି । ଆଗକୁ ୨ ଦିନ ଯାଏଁ ପାଗ ଶୁଖିଲା ରହିବ । More

ଓଡ଼ିଶା ବନ୍ୟା ପାଇଁ ଛତିଶଗଡ଼ ଦାୟୀ: ବିଜେପି

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ଗତ ମେ’ ମାସରେ ଯେତେବେଳେ ମହାନଦୀ ଶୁଖିଲା ପଡ଼ିଥିଲା, ସେତେବେଳେ ଛତିଶଗଡ଼କୁ ଅନୁରୋଧ ସତ୍ତ୍ୱେ ପାଣି ଛାଡ଼ିଲେ ନାହିଁ। ଏବେ ପାଣି ଅଧିକ ହେବାରୁ ଗେଟ୍ ଖୋଲି ଦିଆଯାଉଛି। More

ବଡ଼ ବନ୍ୟା ଟାଳିବାକୁ କସରତ: ଏହି ୨ ଜିଲ୍ଲାକୁ ବେଶୀ ବିପଦ

ବଡ଼ ବନ୍ୟାକୁ ଟାଳିବା ପାଇଁ ହୀରାକୁଦର ୮ଟି ଗେଟ୍‌କୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ସକାଳ ୯ଟା ଯାଏ ବନ୍ଦ କରାଯିବ। ଏହାଦ୍ୱାରା ପ୍ରାୟ ୧.୨୦ ଲକ୍ଷ କ୍ୟୁସେକ୍‌ ପାଣି କମିଯିବ। More

‘ମୌସୁମୀ ସକ୍ରିୟ ଥିବାରୁ ଆସନ୍ତା ୧୭ରୁ ପୁଣି ବଢ଼ିବ ବର୍ଷା ’

ଉପକୂଳ ଓଡ଼ିଶାରେ ୧୭ ଓ ୧୮ରେ ପୁଣି ପ୍ରବଳ ବର୍ଷା ସମ୍ଭାବନା ରହିଛି । More

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ହଟହଟା : ହୋହଲ୍ଲା କରିବା ସହ ମୁର୍ଦ୍ଦାବାଦ୍ ନାରା ଦେଲେ ବିଜେଡି କର୍ମୀ

ଗୋପାଳପୁର କମଳାପୁର ଗାଁରେ ପ୍ରଦୀପଙ୍କ ଗସ୍ତକୁ ବିଜେଡି କର୍ମୀଙ୍କ ପ୍ରବଳ ବିରୋଧ More

ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା : ମୁଖ୍ୟ ଶାସନ ସଚିବଙ୍କ ସୂଚନା

ହୀରାକୁଦ ଉପର ମୁଣ୍ଡରୁ ଆସୁଥିବା ପାଣି ଉପରେ ରହିଛି ନଜର More

‘ଓଡ଼ିଶାରେ ଟ୍ରାନ୍ସଫରମେସନର ନୂଆ ଯୁଗ ଆରମ୍ଭ’

‘ଗାଁର ପ୍ରତିଭାବାନ ପିଲାଙ୍କ ପାଇଁ ରାଜ୍ୟରେ ଆଦର୍ଶ ବିଦ୍ୟାଳୟ ଆରମ୍ଭ ହୋଇଛି। ୩୧୫ ଆଦର୍ଶ ବିଦ୍ୟାଳୟରେ ୧ ଲକ୍ଷ ପିଲା ପାଠ ପଢୁଛନ୍ତି। ୫ ହଜାର ଝିଅଙ୍କ ପାଇଁ ଆଦର୍ଶ ବିଦ୍ୟାଳୟରେ ୫୦ଟି ହଷ୍ଟେଲ ରହିଛି’ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। More

Daily Horoscope 15th August 2022: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟରେ ଲାଭବାନ୍‌ ହୋଇପାରନ୍ତି

ସୌର କର୍କଟ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ  ସୋମବାର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ... More

ଲଗାଣ ବର୍ଷାରେ ଉବୁଟୁବୁ ଗାଁ ଗଣ୍ଡା, ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡି ଅଘଟଣ

ଲଗାଣ ବର୍ଷାରେ ଉବୁଟୁବୁ ଗାଁ ଗଣ୍ଡା। ସହରର ତଳିଆ ଅଞ୍ଚଳ ବି ବୁଡି ରହିଛି ପାଣିରେ। ସାରା ରାଜ୍ୟରେ ଲାଗି ରହିଛି ଲଘୁଚାପ ବର୍ଷା। ଘରଦ୍ୱାର, ରାସ୍ତାଘାଟ ସବୁଠି ଖାଲି ପାଣି ଆଉ ପାଣି। ପ୍ରବଳ ବର୍ଷା ଯୋଗୁଁ ବୈତରଣୀ, ବଂଶଧାରା ଓ ଜଳକା ଫୁଲିବାରେ ଲାଗିଛି। ସେପଟେ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡି ଅଘଟଣ ଘଟିଛି। More

ଏଥର କେମିତି ଢାଞ୍ଚାରେ ପରୀକ୍ଷା ଦେବେ ପ୍ଲସ୍ ଟୁ ପିଲା? CHSE ସ୍ପଷ୍ଟ କରୁନଥିବାରୁ ବଢୁଛି ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସଂଶୟ

କାଉନସିଲ୍ ନେବ ଅନ୍ତିମ ନିଷ୍ପତ୍ତି: ଗଣଶିକ୍ଷାମନ୍ତ୍ରୀ More

ଚାରିଆଡେ ପାଣି, ୪ ଜିଲ୍ଲାକୁ ସଜାଗ କରିଛନ୍ତି SRC

ମହାନଦୀର ମଚ୍ଛୁଳା ପାଣି ଉଗ୍ର ରୂପ ଧରି ମାଡ଼ି ଆସୁଥିବାରୁ ମହାନଦୀର ଏ କରାଳ ରୂପକୁ ଦେଖି ଆତଙ୍କିତ ହୋଇପଡିଛନ୍ତି ନଈକୂଳିଆବାସୀ। ଛତିଶଗଡ଼ ଓ ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରୁ ୩୪ଟି ଗେଟ୍ ଖୋଲା ଯିବା ପରେ ମହାନଦୀରେ ସୃଷ୍ଟି ହୋଇଛି ମଧ୍ୟମ ଧରଣର ବନ୍ୟା ସ୍ଥିତି। More

ମହାନଦୀରେ ଆସୁଛି ବନ୍ୟା, ପରିସ୍ଥିତି ଉପରେ ନଜର : ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଯଦି ଓଡ଼ିଶା ଓ ଛତିଶଗଡ଼ରେ ପ୍ରବଳ ବର୍ଷା ଜାରି ରହେ, ତାହେଲେ ଅଗଷ୍ଟ ୧୫ ବେଳକୁ ମଧ୍ୟମ ଧରଣର ବନ୍ୟା ଆସିପାରେ More

ହସ୍ପିଟାଲରୁ ଫେରିବା ବେଳେ ଅଟୋ ଉପରେ ପଡ଼ିଲା ଗଛ : ବାପପୁଅ ଗୁରୁତର

କେନ୍ଦୁଝର ଟାଉନ ଥାନା ହଳଦିଆ ଟାଙ୍ଗିର ଠାରେ ଏହି ଅଘଟଣ ଘଟିଛି । More