• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ହଟହଟା । ନିଜ ନିର୍ବାଚନ ମଣ୍ଡଳୀ ଗୋପାଳପୁର ଗସ୍ତକୁ ଯାଇଥିବା ବେଳେ ବିରୋଧର ସମ୍ମୁଖୀନ ହୋଇଛନ୍ତି । ଗୋପାଳପୁର କମଳାପୁର ଗାଁରେ ପ୍ରଦୀପ ପାଣିଗ୍ରାହୀ ଆଜି ପତାକା ଉତ୍ତୋଳନ କରିବାକୁ ଯାଇଥିଲେ ।

ହେଲେ ଏହି ସମୟରେ କିଛି ବିଜେଡି କର୍ମୀ ସେଠି ପହଞ୍ଚି ପ୍ରଦୀପଙ୍କୁ ବିରୋଧ କରିଥିଲେ । ଖୋଲାଖୋଲି ଭାବେ ମୁର୍ଦ୍ଦାବାଦ୍ ନାରା ଦେବା ସହ ହୋହଲ୍ଲା କରିଥିଲେ । ଏପରିକି ପ୍ରଦୀପଙ୍କୁ ଠେଲାପେଲା ମଧ୍ୟ କରାଯାଇଥିବା ସୂଚନା ମିଳିଛି ।

ବିଧାୟକ ଗାଡ଼ିରୁ ଓହ୍ଲାଇ ବିଜେଡି କର୍ମମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ ତାଙ୍କ କଥାକୁ ଶୁଣି ନଥିଲେ। ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ବିଜେଡି କର୍ମୀ ଓ ବିଧାୟକଙ୍କ ସମର୍ଥଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପରେ ପତାକା ଉତ୍ତୋଳନ କରିଥିଲେ ପ୍ରଦୀପ ପାଣିଗ୍ରାହୀ ।

ସୂଚନାଯୋଗ୍ୟଯେ, ଦୁର୍ନୀତି ଅଭିଯୋଗରେ ବିଜେଡିରୁ ବହିଷ୍କୃତ ହୋଇଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏହି ମାମଲାରେ ସେ ଗିରଫ ବି ହୋଇଥିଲେ ।