ସଂକ୍ଷେପରେ ଆଜିର ତାଜା ଖବର - Sunday, 14 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଲଗାଣ ବର୍ଷାରେ ଉବୁଟୁବୁ ଗାଁ ଗଣ୍ଡା, ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡି ଅଘଟଣ

ଲଗାଣ ବର୍ଷାରେ ଉବୁଟୁବୁ ଗାଁ ଗଣ୍ଡା। ସହରର ତଳିଆ ଅଞ୍ଚଳ ବି ବୁଡି ରହିଛି ପାଣିରେ। ସାରା ରାଜ୍ୟରେ ଲାଗି ରହିଛି ଲଘୁଚାପ ବର୍ଷା। ଘରଦ୍ୱାର, ରାସ୍ତାଘାଟ ସବୁଠି ଖାଲି ପାଣି ଆଉ ପାଣି। ପ୍ରବଳ ବର୍ଷା ଯୋଗୁଁ ବୈତରଣୀ, ବଂଶଧାରା ଓ ଜଳକା ଫୁଲିବାରେ ଲାଗିଛି। ସେପଟେ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡି ଅଘଟଣ ଘଟିଛି। More

ଏଥର କେମିତି ଢାଞ୍ଚାରେ ପରୀକ୍ଷା ଦେବେ ପ୍ଲସ୍ ଟୁ ପିଲା? CHSE ସ୍ପଷ୍ଟ କରୁନଥିବାରୁ ବଢୁଛି ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସଂଶୟ

କାଉନସିଲ୍ ନେବ ଅନ୍ତିମ ନିଷ୍ପତ୍ତି: ଗଣଶିକ୍ଷାମନ୍ତ୍ରୀ More

ଚାରିଆଡେ ପାଣି, ୪ ଜିଲ୍ଲାକୁ ସଜାଗ କରିଛନ୍ତି SRC

ମହାନଦୀର ମଚ୍ଛୁଳା ପାଣି ଉଗ୍ର ରୂପ ଧରି ମାଡ଼ି ଆସୁଥିବାରୁ ମହାନଦୀର ଏ କରାଳ ରୂପକୁ ଦେଖି ଆତଙ୍କିତ ହୋଇପଡିଛନ୍ତି ନଈକୂଳିଆବାସୀ। ଛତିଶଗଡ଼ ଓ ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରୁ ୩୪ଟି ଗେଟ୍ ଖୋଲା ଯିବା ପରେ ମହାନଦୀରେ ସୃଷ୍ଟି ହୋଇଛି ମଧ୍ୟମ ଧରଣର ବନ୍ୟା ସ୍ଥିତି। More

ହସ୍ପିଟାଲରୁ ଫେରିବା ବେଳେ ଅଟୋ ଉପରେ ପଡ଼ିଲା ଗଛ : ବାପପୁଅ ଗୁରୁତର

କେନ୍ଦୁଝର ଟାଉନ ଥାନା ହଳଦିଆ ଟାଙ୍ଗିର ଠାରେ ଏହି ଅଘଟଣ ଘଟିଛି । More

ଖରା ଦିନରେ ଶୁଖିଲା, ବର୍ଷା ଦିନରେ ମହାନଦୀରେ ବନ୍ୟା : ଦାୟୀ କିଏ ?

ହୀରାକୁଦରୁ ଅଧିକ ଗେଟ୍ ଖୋଲିଲେ ତଳିଆ ଅଞ୍ଚଳ ପାଇଁ ବିପଦ More

୨୪ ଘଣ୍ଟାରେ ୧୧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ ! ସତର୍କ କଲା ପାଣିପାଗ ବିଭାଗ

ଆସନ୍ତା ୨୪ ଘଣ୍ଟା ଲାଗି ୧୧ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୧୧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। More

ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା, କାଲି ମୁଣ୍ଡଳି ଛୁଇଁବ ବନ୍ୟା ଜଳ

ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବନ୍ୟା ଜଳ କଟକ ମୁଣ୍ଡଳି ଅତିକ୍ରମ କରିବ। ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଛି। More

ଏମିତି ସରପଞ୍ଚ ବିରଳ ! ସ୍କୁଲରେ ପାଠ ପଢ଼ାଉଛନ୍ତି, ଗାଁରେ ବୁଲି ବୁଲି ଲୋକଙ୍କ ଦୁଃଖ ବୁଝୁଛନ୍ତି

ସ୍ଥାନୀୟ ସରପଞ୍ଚ ବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ, ଆଉ ଏହି ସମୟରେ ନିଜେ ଶିକ୍ଷକ ହୋଇ ପିଲାଙ୍କୁ ପାଠ ପଢାଇଲେ । ନିଜେ ଚକ୍‌ ଖଡ଼ି ଧରି କଳାପଟାରେ ଗଣିତ କସି ପିଲାଙ୍କୁ ବୁଝାଇଲେ l More

ଫୁଲୁଛି ମହାନଦୀ, ହିରାକୁଦରେ ଆହୁରି ଗେଟ୍‌ ଖୋଲିବ ! ଆହୁରି ବର୍ଷିବା ସମ୍ଭାବନା

ସମ୍ପୂର୍ଣ୍ଣ ପରିସ୍ଥିତି ଉପରେ ନଜର ରଖାଯାଇଛି, ଅଫିସରମାନେ ମଧ୍ୟ ସଜାଗ ଅଛନ୍ତି । ଏହାସହ ଆସନ୍ତା ୨୧ ତାରିଖ ସୁଦ୍ଧା ହୀରାକୁଦରେ ୬୨୨ ଫୁଟ ଯାଏଁ ପାଣି ରଖାଯାଇପାରିବ ବୋଲି ସେ କହିଛନ୍ତି । ତେବେ ୧୮ ସ୍ଥାନରେ ଦୁର୍ବଳ ଥିବା ନଦୀବନ୍ଧକୁ ମରାମତି କରାଯାଇଛି । More

ଓଡ଼ିଶାର ୧୫ ଜଣଙ୍କୁ ମିଳିବ ପୋଲିସ ସେବା ମେଡାଲ

୧୧ ଜଣଙ୍କୁ ମେଧାବୀ ପୋଲିସ ସେବା ପଦକ । More

ଅବପାତରେ ପରିଣତ ହେଲା ଲଘୁଚାପ, ୧୦ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ସୁଦୃଶଃ ଲଘୁଚାପ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡିଶା ଉପକୂଳରେ ଏକ ଅବପାତରେ ପରିଣତ ହୋଇଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଅବପାତ ଉପକୂଳ ଅତିକ୍ରମ କରିବ। More

ଚାରିଆଡ଼େ ବର୍ଷା ! ବିପଦ ସଙ୍କେତ ଉପରେ ଯାଉଛି ବୈତରଣୀ

ଭଦ୍ରକ ଆଖୁଆପଦାରେ କମିବାରେ ଲାଗୁଛି ବୈତରଣୀର ଜଳସ୍ତର । ଏଠାରେ ବିପଦ ସଙ୍କେତ 17.83 ମିଟର ରହିଥିବା ବେଳେ, ବର୍ତ୍ତମାନ 17.96 ମିଟରରେ ପ୍ରବାହିତ ହେଉଛି ଜଳ । More

ପ୍ରବଳ ବର୍ଷାରେ ଦବିଲା ରାସ୍ତା, ଯାତାୟାତ ଠପ୍...

ବର୍ଷାଦିନ ପୂର୍ବରୁ ଏହି ରାସ୍ତା ଶୋଚନୀୟ ଅବସ୍ଥାରେ ରହିଥିଲେ ମଧ୍ୟ ଜାତୀୟ ରାଜପଥ ଓ ପୂର୍ତ୍ତ ବିଭାଗ କୌଣସି ପଦକ୍ଷେପ ନେଇନଥିଲା। ଫଳରେ ଏଭଳି ସ୍ଥିତି ଉପୁଜିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।  More

ବନ୍ୟା ! ଘର ଭିତରେ ପଶିଲା ପାଣି, ବୁଡ଼ିଲା ପୋଲ ଜଣାପଡ଼ୁନି ରାସ୍ତା

ସମ୍ବଲପୁର ମାଲତୀଜୋର ବ୍ରିଜ୍ ଉପରେ ପାଣି ଚାଲୁଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟାଜଳ ଗାଁ ଓ ସହରମୁହାଁ । More

ଖୁବ୍‌ଶୀଘ୍ର ନୂଆ ଲଘୁଚାପ, ଆହୁରି ବର୍ଷିବ ! ୧୦ଟି ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ

ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୧୦ଟି ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ । ରେଡ୍ ଓ୍ୱାର୍ଣ୍ଣିଂ ଜିଲ୍ଲାରେ ୭ରୁ ୨୦ ସେଣ୍ଟିମିଟର ବର୍ଷା ହୋଇପାରେ । ପ୍ରବଳରୁ ପ୍ରବଳ ବର୍ଷା ପାଇଁ ୧୧ଟି ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ । More

ବାପ୍‌ରେ ବାପ୍‌ ଏମତି ଜାଲିଆତି ! ଗୋଟିଏ ମ୍ୟୁଟେସନ୍‌ରେ ଦୁଇ ଜଣଙ୍କୁ ଜମି ବିକ୍ରି..

ଗୋଟିଏ ଜମିର ଦୁଇ ଦୁଇ ଜଣ ମାଲିକ । ଗୋଟିଏ ମ୍ୟୁଟେସନରେ ଉଭୟଙ୍କୁ ମିଳିଛି ଜମିପଟ୍ଟା । ଜମିର ପ୍ରକୃତ ମାଲିକଙ୍କ ଅଗୋଚରରେ ହୋଇଛି ବିକ୍ରି, ବାହାରିଛି ପଟ୍ଟା । କେନ୍ଦ୍ରାପଡ଼ା ଜିଲ୍ଲା କନିକା ତହସିଲରେ ହୋଇଛି ଏଭଳି ଜାଲିଆତି । More

ଜଳ-ସ୍ଥଳ-ଆକାଶ-ମହାକାଶ ସବୁଠି ତ୍ରିରଙ୍ଗା, ହର୍ ଘର୍ ତ୍ରିରଙ୍ଗାରେ ସାମିଲ ଦେଶବାସୀ 

ଅଗଷ୍ଟ ୧୩ରୁ ୧୫ ଯାଏ ହର୍ ଘର୍ ତ୍ରିରଙ୍ଗା । ଜାତୀୟ ପତାକା ସହ ପଦଯାତ୍ରା, ବାଇକ୍ ରାଲି । ସ୍ୱାଧୀନତା ଦିବସ ପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ।  More

୧୮ ବର୍ଷ ଘରେ ରହିବା ପରେ ପୁଣି ଆଜୀବନ ଜେଲ୍‌ରେ ବିତାଇବ ହତ୍ୟାକାରୀ

ଯେଉଁଥିରେ ତପନକୁ ପୁଣିଥରେ ଦୋଷୀ ସାବ୍ୟସ୍ତ କରିବା ସହିତ ତାର ବେଲବଣ୍ଡ୍ ଖାରଜ କରିଦେଇଛନ୍ତି ହାଇକୋର୍ଟ। More

ବିନା ମୁରବୀରେ କେମିତି ଚାଲୁଛି ୟୁନିଭରସିଟି ?

ଖାଲି ଉଚ୍ଚଶିକ୍ଷା ନୁହେଁ ବୈଷୟିକ ଶିକ୍ଷା ବିଶ୍ୱବିଦ୍ୟାଳୟ, ବିପିୟୁଟି ଓ କୃଷି ବିଶ୍ୱବିଦ୍ୟାଳୟ, ଓୟୁଏଟିରେ ବି ସମାନ ସ୍ଥିତି। More

୧୬ଟି ହାତୀରେ ବୋହି ଆଣିଥିବା ରତ୍ନ ଅଳଙ୍କାର ସୁରକ୍ଷିତ ଅଛି କି ?

ଶ୍ରୀମନ୍ଦିର ରତ୍ନଭଣ୍ଡାର କେବଳ ବାହାର,ମଝି କି ଭିତର ଭଣ୍ଡାରରେ ସୀମିତ ନୁହେଁ, ଏଥିରେ ଆହୁରି ଦୁର୍ଭେଦ୍ୟ କୋଠରୀ ରହିଛି। More

ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ, କାଲି ଅବପାତ

ଗୋଟିଏ ପଟେ ମହାନଦୀ ଫୁଲୁଛି, ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମେ ଘନୀଭୂତ ହୋଇ କାଲି ସୁଦ୍ଧା ଅବପାତର ରୂପ ନେବାକୁ ଯାଉଛି। ଫଳରେ କାଲି ଯାଏ ୭ ଜିଲ୍ଲା ଓ ତା’ ପରଦିନ ସକାଳ ଯାଏଁ ୧୦ ଜିଲ୍ଲାକୁ ଦିଆଯାଇଛି ରେଡ୍ ଓ୍ୱାର୍ଣ୍ଣିଂ। ଏହାର ପ୍ରଭାବରେ ପ୍ରବଳ ବର୍ଷା ହୋଇ ଫ୍ଳାସ୍ ଫ୍ଳଡ୍, ଭୂ-ସ୍ଖଖଳନ ସ୍ଥିତି ଉପୁଜିବାର ଆଶଙ୍କା ରହିଛି। More

ଫୁଲୁଛି ମହାନଦୀ ବଢୁଛି ଜଳସ୍ତର, ବନ୍ୟା ଆଶଙ୍କାରେ ନଈକୂଳିଆ ଲୋକେ

କୂଳ ଲଂଘୁଛି ମହାନଦୀ। ଜଳସ୍ତର ବଢିବାରେ ଲାଗିଥିବାରୁ ବନ୍ୟା ଆଶଙ୍କା ଦେଖାଦେଇଛି। ଭୟରେ ରହିଛନ୍ତି ନଈକୂଳିଆ ଲୋକେ। ତଳମୁଣ୍ଡରେ ହୀରାକୁଦ, ସୁବର୍ଣ୍ଣପୁର, ବୌଦ୍ଧ ଓ କଟକର ମୁଣ୍ଡଳୀରେ ମହାନଦୀର ଜଳସ୍ତର ବଢିବାରେ ଲାଗିଛି। More