ସଂକ୍ଷେପରେ ଆଜିର ତାଜା ଖବର - Tuesday, 19 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଏଥର ଓଡ଼ିଶା ପାଲଟିବ ତ IT ହବ୍ ? ନୂଆ IT ନୀତିିକୁ ଅନୁମୋଦନ କଲା ରାଜ୍ୟ କ୍ୟାବିନେଟ୍

ଆଗ୍ରହୀ କମ୍ପାନିକୁ ନିବେଶ ଅର୍ଥର ୨୫ ପ୍ରତିଶତ ଦେବେ ରାଜ୍ୟ ସରକାର । ସରକାରଙ୍କୁ ଉଦ୍ୟୋଗୀ କହିଲେ ଯୋଗାଇ ଦିଅ ମାଗଣା ଜମି । More

BJDରେ ମିଶିବେ କି ମୋକିମ୍ ? କ୍ରସ୍ ଭୋଟିଂ ପରେ ପଲିଟିକାଲ କ୍ୟାରିୟରକୁ ନେଇ ଚର୍ଚ୍ଚା

ମୋକିମ୍ କହିଲେ କଂଗ୍ରେସରେ ଅଛି ରହିବି । କାର୍ଯ୍ୟାନୁଷ୍ଠାନ ଦାବି କଲେ ତାରା-ସୁର । ଶରତ କହିଲେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା । More

ଏଥର ନାହିଁ ଛାଡ଼ ! ଶତପ୍ରତିଶତ ସିଲାବସ୍‌ରେ ହେବ ପାଠପଢ଼ା ଆଉ ପରୀକ୍ଷା

କରୋନା ପାଇଁ ଗତବର୍ଷ ଯୁକ୍ତ ୨ ସିଲାବସ୍‌କୁ ହ୍ରାସ କରାଯାଇଥିଲା । ୭୦ ପ୍ରତିଶତ ସିଲାବସରେ ପାଠ ପଢା ସହ ପରୀକ୍ଷା ବି ହୋଇଥିଲା । More

ମୋକିମ୍‌ଙ୍କ କ୍ରସ୍‌ ଭୋଟିଂକୁ ପିସିସି ସଭାପତିଙ୍କ ନିନ୍ଦା, କହିଲେ ହାଇକମାଣ୍ଡକୁ କରାଯାଇଛି ଅବଗତ

ମାଟିର ଝିଅ କଥାକୁ ଖଣ୍ଡନ କଲେ ତାରାପ୍ରସାଦ ବାହିନୀପତି । ଯଶୱନ୍ତ ସିଂହ୍ନା ବିହାରର, ତାଙ୍କୁ ବିଜେପି ଭୋଟ ଦେଲା କି ? More

IT ପଲିସିକୁ କ୍ୟାବିନେଟ ମଂଜୁରୀ, ବିଦ୍ୟୁତ ବିଲ୍‌ରେ ମିଳିବ ୩୦% ରିହାତି

IT କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ବିଶେଷ ପ୍ରୋତ୍ସାହନ ଘୋଷଣା । ସ୍ଥାୟୀ ପୁଞ୍ଜିନିବେଶ ନିମନ୍ତେ କଂପାନୀଗୁଡ଼ିକୁ ନିବେଶର ୨୫% ଯୋଗାଇ ଦିଆଯିବ । More

କାଶୀପୁରରେ ଝାଡ଼ାବାନ୍ତି ନା ହଇଜା ? କମ୍ପିଲା ବିଧାନସଭା, ନରସିଂହ କହିଲେ ସରକାର ସ୍ପଷ୍ଟ କରନ୍ତୁ

କାଶୀପୁର ଘଟଣାକୁ ନେଇ କଂଗ୍ରେସର ଉଦବେଗ୍ । ରାଜ୍ୟ ସରକାରଙ୍କୁ ନରସିଂହ ମିଶ୍ରଙ୍କ ଟାଗେର୍ଟ । More

ଗାଁକୁ ଗଲାନି ଆମ୍ବୁଲାନ୍ସ : ଖଟିଆରେ ବୁହା ରୋଗୀ ଡାକ୍ତରଖାନାରେ ମୃତ ଘୋଷିତ

ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ନାଳ ଥିବାରୁ ଆମ୍ବୁଲାନ୍ସ ଆସି ପାରିନଥିଲା, ୫ କିମି ଖଟିଆରେ ବୁହା ହୋଇ ବିଳମ୍ବରେ ହସ୍ପିଟାଲ ନିଆଯାଇଥିଲା More

ପୁରୀରେ ୧୩୫ କୋଟିରେ ଧର୍ମଶାଳା : ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟରେ ଅନୁମୋଦନ

ରାୟଗଡ଼ା ଜିଲ୍ଲାର ୧୫ ପଞ୍ଚାୟତ, କୋରାପୁଟର ୩୧ ପଞ୍ଚାୟତକୁ ମିଳିବ ପାଣି More

ଲଭ୍‌ବାର୍ଡଙ୍କ ମଧ୍ୟରେ ଝଗଡ଼ା, ପ୍ରେମିକା ପଛେ ପଛେ ନଈକୁ ଡେଇଁଲା ପ୍ରେମିକ

ପ୍ରେମିକକୁ ଦେଖା କରିବାକୁ ଭୁବନେଶ୍ୱରରୁ ଯାଇଥିଲା ପ୍ରେମିକା। ରାସ୍ତା ଉପରେ ଉଭୟଙ୍କ ମଧ୍ୟରେ ହେଲା ଯୁକ୍ତିତର୍କ । ରାଗିଯାଇ ନଈକୁ ଡେଇଁ ପଡ଼ିଲା ପ୍ରେମିକା । ବାସ୍‌...ପ୍ରେମିକା ପଛେ ପଛେ ନଈକୁ ଡେଇଁଲା ପ୍ରେମିକ । ଆଉ ପ୍ରେମିକାଙ୍କୁ କଲେ ଉଦ୍ଧାର। More

କମିଲା ସୁନା ଦର, ଜାଣନ୍ତୁ କେତେ...

ଶସ୍ତା ହେଲା ସୁନ-ରୂପା ଦର.. More

୧୦୦ ବର୍ଷ ପରେ ଗାଁର ପ୍ରଥମ ମାଟ୍ରିକୁଲେଟ୍‌; ଇଞ୍ଜିନିୟର୍ ହେବାକୁ ଇଚ୍ଛା, ହେଲେ..

ଇଏ ଏମିତି ଏକ ଗାଁ ଯେଉଁଠାରେ ୧୦୦ ବର୍ଷ ହେଲାଣି କେହି ପାସ୍‌ କରିନାହାନ୍ତି ମାଟ୍ରିକ୍‌। ଅଧାରୁ ପାଠ ଛାଡ଼ି ଜଙ୍ଗଲରେ କାଠ ହାଣିବା ଆଉ ଗାଈ ଚରାଇବାରେ ବ୍ୟସ୍ତ ଏଠିକା ପିଲା। କିନ୍ତୁ ପଙ୍କରେ ପଦ୍ମ ପରି ମନଦେଇ ପାଠ ପଢି ମାଟ୍ରିକ ପାସ୍‌ କଲେ ସନ୍ଦୀପ ମାଝୀ। ଗାଁରେ ଖୁସିର ମାହୋଲ। ଇଂଜିନିୟର ହେବାକୁ ଦେଖୁଛନ୍ତି ସୁନେଲୀ ସ୍ୱପ୍ନ। More

ଏଣିକି ବ୍ରହ୍ମପୁରରେ ବି ମାସ୍କ ବାଧ୍ୟତାମୂଳକ

ବ୍ରହ୍ମପୁରରେ ମାସ୍କ ବାଧ୍ୟତାମୂଳକ...ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । More

ରାଜ୍ୟରେ ପୁଣି ହଜାରେ ମୁହାଁ କରୋନା ସଂକ୍ରମଣ

ଆଜି ୯୪୫ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, କେବଳ ଖୋର୍ଦ୍ଧାରୁ ୩୭୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି... More

ଛତିଶଗଡ଼ କଂଗ୍ରେସ ସରକାରର ବଡ଼ ଘୋଷଣା : ଚାଷୀଙ୍କ ଠାରୁ କିଣାହେବ ଗାଈ ମୂତ୍ର

ପୂର୍ବରୁ ଚାଷୀଙ୍କଠୁ ଗୋବର ସଂଗ୍ରହ କରୁଥିଲେ ରାଜ୍ୟ ସରକାର More

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲା : ରୁଚିକାଙ୍କୁ ନ୍ୟାୟ ଦାବିରେ ଆଜି ଓଡ଼ିଶା ବନ୍ଦ ଡାକରା

ବନ୍ଦ ଡାକରା ଦେଇଛି ନବନିର୍ମାଣ ଯୁବ ଛାତ୍ର ସଂଗଠନ More

କାଶୀପୁର ଝାଡ଼ାବାନ୍ତି ହେଉଛି ମାରାତ୍ମକ ‘ଭିବ୍ରିଓ କଲେରା’: CDMO

ଏନେଇ ହେଲ୍ପ ଲାଇନ୍ ନମ୍ବର ଓ ମୋବାଇଲ ନମ୍ବର ଜାରି କରାଯିବ । ୨ଟି ଅସ୍ଥାୟୀ ମେଡିକାଲ କ୍ୟାମ୍ପ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି । More

ଦାମ୍ପତ୍ୟ କଳିର ଭୟଙ୍କର ପରିଣତି ! ଶ୍ୱଶୁର-ଶାଳକଙ୍କୁ କାର ଚଢ଼ାଇ ହତ୍ୟା ଉଦ୍ୟମ କଲେ ଜ୍ୱାଇଁ, ଦେଖନ୍ତୁ ଭିଡିଓ..

ଲୋକଙ୍କ ହାତରେ ଧରାପଡ଼ି ଉତ୍ତମ ମଧ୍ୟମ ଖାଇଲେ ଏବଂ ପୋଲିସ ହେପାଜତରେ ଏବେ ଆଇନଜୀବୀ ଜ୍ୱାଇଁ । ତେବେ କେମିତି ଘଟିଲା ଘଟଣା ? କଣ ରହିଥିଲା ଦୃଶ୍ୟପଟ୍ଟ ? More

ସାଇବର ଲୁଟେରାଙ୍କ ଜାଲରେ ପଡି ଠକି ଗଲେ ଇଂଜିନିୟରିଂ ଛାତ୍ରଙ୍କ ଓ ଇଲେକ୍ଟ୍ରିକାଲ ଇଂଜିନିୟର

ବିଦେଶୀଙ୍କ ଜାଲରେ ପଡି ଠକି ଗଲେ ଇଂଜିନିୟରିଂ ଛାତ୍ର ଏବଂ ଆଉ ଜଣେ ଇଲେକ୍ଟ୍ରିକାଲ ଇଂଜିନିୟର । More

କାଉଡ଼ିଆଙ୍କ ପାଇଁ କଟକଣା: ବ୍ୟବହାର କରିବାରିବେ ନାହିଁ ପ୍ଲାଷ୍ଟିକ୍ ସାମଗ୍ରୀ

ପ୍ଲାଷ୍ଟିକ ସାମଗ୍ରୀ ନେଇ ଆସୁଥିବା କାଉଡିଆଙ୍କୁ ନେଇ ଅସନ୍ତୋଷ... More

୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପୁଣି ବର୍ଷା !

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୯ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା... More