• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପ୍ରେମ ସାସ୍ୱତ। ଥରେ ଯିଏ ଯାହାକୁ ମନ ଦେଇଛି, ହୃଦୟ ଦେଇଛି, ସିଏ ଜାଣିଛି ପ୍ରେମର ମହତ୍ୱ । ଆଉ କଥାରେ ବି ଅଛି ପ୍ରେମ କାହା ସାଙ୍ଗରେ କେତେବେଳେ ହେବ ସେଟା କେହିବି କହିପାରିବେନି । ଆଉ ପ୍ରେମ ହେଲେ ଝଗଡ଼ା ହେବା ସ୍ୱାଭାବିକ କଥା । ଯାହା ପାଇଁ ଭଲ ପାଇବା ଥାଏ ତାହା ସହ ଝଗଡ଼ା ବି ହୁଏ। ଆଉ ଠିକ୍‌ ସେମିତି କିଛି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରରୁଆଁରେ ।

ପ୍ରେମିକ ଆଉ ପ୍ରେମିକା ମଧ୍ୟରେ କୌଣସି କାରଣରୁ ଝଗଡ଼ା ହେବାରୁ ରାଗିଯାଇ ପ୍ରେମିକା ନଦୀ ଉପରକୁ ଡେଇଁ ପଡ଼ିଥିଲେ । କିନ୍ତୁ ପ୍ରେମିକାକୁ ବଂଚାଇବାକୁ ତାଙ୍କ ପଛରେ ପ୍ରେମିକ ମଧ୍ୟ ନଈକୁ ଡେଇଁ ପଡିଲେ । ଆଉ ତାଙ୍କ ଜୀବନ ବି ବଂଚାଇ ଦେଲେ । ନଇ ଭିତରକୁ ଡେଇଁ ପ୍ରେମିକାଙ୍କୁ ବଞ୍ଚାଇ ଦେଲେ ପ୍ରେମିକ । ପ୍ରେମିକାଙ୍କୁ କୂଳକୁ ଆଣିବାକୁ ଚେଷ୍ଟା କରିଥିଲେ ପ୍ରେମିକ।

ବାସ୍ତବରେ ପ୍ରେମିକଙ୍କୁ ଭୁବନେଶ୍ୱରରୁ ଦେଖା କରିବାକୁ ଆସିଥିଲେ ପ୍ରେମିକା । କିନ୍ତୁ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଆଉ ଝଗଡାରେ ରାଗିଯାଇ ରରୁଆଁ ବଜାରରୁ ଚାଲି ଚାଲି ଆସି ଖଈରୀଭଣ୍ଡନ ପୋଲ ଉପରୁ ଡେଇଁ ପଡ଼ିଥିଲେ ପ୍ରେମିକା । ଆଉ ପ୍ରେମିକା ଡେଇଁ ପଡ଼ିବା ଦେଖି ପ୍ରେମିକ ଜଣକ ମଧ୍ୟ ନଇ ଭିତରକୁ ଡେଇଁ ପଡ଼ିଥିଲେ, ଆଉ ନିଜ ପ୍ରେମିକାଙ୍କ ଜୀବନ ବଂଚାଇଥିବା ଦେଖିବାକୁ ମିଳିଛି ।

ପ୍ରେମିକ ନିଜ ପ୍ରେମିକାଙ୍କୁ ନଇ ଭିତରୁ ବଂଚାଇବାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । କିନ୍ତୁ କେଉଁ କାରଣ ପାଇଁ ପ୍ରେମିକା ଜଣକ ନଇ ଭିତରକୁ ଡେଇଁବାକୁ ନିଷ୍ପତ୍ତି ନେଲେ, ସେନେଇ ପ୍ରେମିକଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନି । ଏହାସହ ଏହି ଘଟଣାକୁ ନେଇ ଥାନାରେ ମଧ୍ୟ କୌଣସି ମାମଲା ରୁଜୁ ହୋଇନି । କିନ୍ତୁ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

ରିପୋର୍ଟର- ଦୀପକ କୁମାର ମହାନ୍ତ