/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658217462.jpg)
Special story
ପୁଣି ନାଳ ପାଇଁ ଗଲା ଜଣେ ରୋଗୀଙ୍କ ଜୀବନ । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଘୁଷୁରାମାଲ ପଞ୍ଚାୟତ ବଡ଼ବିଲ ଗାଁକୁ ସବୁଦିନିଆ ରାସ୍ତା ଓ ନାଳ ଉପରେ ପୋଲ ନଥିବାରୁ ଜଣେ ଗୁରୁତର ରୋଗୀକୁ ନେବାପାଇଁ ୧୦୮ ଆମ୍ବୁଲାନ୍ସ ଯାଇପାରି ନଥିଲା । ଧାତୁକିମାଳ ଗାଁ ମୁଣ୍ଡରେ ଅଟକି ରହିଥିଲା ଆମ୍ବୁଲାନ୍ସ ।
ବଡ଼ବିଲ ଗାଁରୁ ଧାତୁକିମାଳ ୫କି.ମି ପର୍ଯ୍ୟନ୍ତ ରୋଗୀକୁ ଖଟରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ ପରିବାର ଲୋକ । ପରେ ରୋଗୀକୁ ରେଢ଼ାଖୋଲ ମେଡିକାଲକୁ ଅଣାଯାଇଥିଲା । ହେଲେ ସେତବେଳକୁ ବିଳମ୍ବ ହୋଇସାରିଥିଲା । ଆଉ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସୂଚନାଯୋଗ୍ୟ ବଡ଼ବିଲ ଗାଁର ବିରଞ୍ଚି ଦେହୁରୀ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ହୋଇ ଘରେ ରହି ଚିକିତ୍ସିତ ହେଉଥିଲେ । ହେଲେ ଆଜି ସକାଳୁ ଚାଷ କରିବା ପାଇଁ ଜମିକୁ ଯାଇଥିଲେ । ହେଲେ ହଠାତ୍ ଜମିରେ ପଡ଼ି ଯାଇଥିଲେ । ପରିବାର ଲୋକେ ପ୍ରଥମେ ୧୦୮ ଆମ୍ବୁଲାନ୍ସ ଡ଼କାଇଥିଲେ । ଗାଁକୁ ଆସି ବାକୁ ହେଲେ ପ୍ରଥମେ ଚମ୍ପାଳି ନାଳ ଆଉ ତା’ ପରେ ବୁକାଖାଇ ନାଳ ପାର୍ ହେବାକୁ ପଡ଼େ ।
ରାସ୍ତା ମଧ୍ୟ ଭଲ ନଥିବାରୁ ଆମ୍ବୁଲାନ୍ସ ଗାଡ଼ିଟି ଆସି ୫କି.ମି ଦୂର ଧାତୁକିମାଳ ଚମ୍ଫାଳି ନାଳ ଖଣ୍ଡିରେ ଅଟକିଗଲା । ପରିବାର ଓ ଗାଁ ଲୋକେ ଲୋକେ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଏକ ଖଟରେ ବିରଞ୍ଚି ଦେହୁରୀକୁ ନାଳ ନର୍ଦ୍ଦମା ପାଣିରେ ବୋହି ଆଣିଥିଲେ । ହେଲେ ମେଡିକାଲରେ ପହଞ୍ଚିବା ବେଳେକୁ ସବୁ ଶେଷ ହୋଇ ଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)