Advertisment

ରାଜ୍ୟରେ ପୁଣି ହଜାରେ ମୁହାଁ କରୋନା ସଂକ୍ରମଣ

ଆଜି ୯୪୫ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, କେବଳ ଖୋର୍ଦ୍ଧାରୁ ୩୭୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି...

author-image
Otv Khabar Bureau
Odisha reports 945 new COVID19 infections in last 24 hours taking total active cases to 6316

Odisha reports 945 new COVID19 infections in last 24 hours taking total active cases to 6316

ଆଜି ବି ହଜାରେ ତଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ୨୪ ଘଣ୍ଟାରେ ୯୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୫୫୩, ଲୋକାଲ କେସ୍- ୩୯୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୧୦ ଜଣ ଆକ୍ରାନ୍ତ ବାହାରିଛନ୍ତି । ଆଜି ବି ଖୋର୍ଦ୍ଧାରୁ ସର୍ବାଧତ୍କ ୩୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୭୫ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୮୭୩କୁ ବୃଦ୍ଧି ପାଇଛି ।

Advertisment

ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨, ବାଲେଶ୍ୱରରୁ ୫, ବରଗଡ଼ରୁ ୯ , ଭଦ୍ରକରୁ ୬, ବଲାଙ୍ଗିରରୁ ୧୨,ବୌଦ୍ଧରୁ ୧୨,କଟକରୁ ୭୫, ଦେବଗଡ଼ରୁ ୩, ଢ଼େଙ୍କାନାଳରୁ ୨, ଗଜପତିରୁ ୯,ଗଞ୍ଜାମରୁ ୪, ଜଗତସିଂହପୁରରୁ ୧୪, ଯାଜପୁରରୁ ୧୩, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୧୮, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୨, ମୟୂରଭଂଜରୁ ୩୨, ନବରଙ୍ଗପୁରରୁ ୩, ନୟାଗଡରୁ ୨୭, ନୂଆପଡ଼ାରୁ ୭, ପୁରୀରୁ ୨୦, ରାୟଗଡ଼ା ୧୫, ସମ୍ବଲପୁରରୁ ୫୩, ସୋନପୁରରୁ୩୭, ସୁନ୍ଦରଗଡରୁ ୧୦୩, କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୭୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Advertisment

COVID19 Odisha Covid Update
Advertisment
Advertisment