/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658206711.jpg)
Special story
ଗୋମୂତ୍ର କିଣିବେ ଛତିଶଗଡ଼ର କଂଗ୍ରେସ ସରକାର । ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ଗୋଧନ ନ୍ୟାୟ ଯୋଜନାରେ ଚାଷୀଙ୍କଠୁ ଏଣିକି ଗାଈ ମୂତ୍ର କିଣାଯିବ । ଏଥିପାଇଁ ଲିଟର ପିଛା ସର୍ବନିମ୍ନ ୪ ଟଙ୍କା ଦର ଧାର୍ଯ୍ୟ କରାଯାଇଛି । ଅର୍ଥାତ୍ ଲିଟର ପିଛା ସର୍ବନିମ୍ନ ୪ଟଙ୍କା ଦରରେ ସରକାର ଚାଷୀଙ୍କ ଠାରୁ ଗାଈ ମୂତ୍ର କିଣିବେ ।
Advertisment
ଆସନ୍ତା ୨୮ ତାରିଖରେ ଛତିଶଗଡ଼ର ହରେଲି ପର୍ବ ଅବସରରେ ଏହି ଗୋମୂତ୍ର ସଂଗ୍ରହ ଯୋଜନାର ଶୁଭାରମ୍ଭ ହେବ । ରାଜ୍ୟର ଗୋ ପାଳକ ଓ ଜୈବିକ ପଦ୍ଧତିରେ ଚାଷ କରୁଥିବା ଚାଷୀଙ୍କୁ ରୋଜଗାର ଦେବା ସହ ଗ୍ରାମ୍ୟ ଅର୍ଥନୀତିକୁ ମଜଭୁତ୍ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଦୁଇ ବର୍ଷ ତଳୁ ଗୋଧନ ନ୍ୟାୟ ଯୋଜନା ଆରମ୍ଭ କରିଛନ୍ତି ।
ଏହି ଯୋଜନା ଅଧିନରେ ପୂର୍ବରୁ ଚାଷୀଙ୍କଠୁ ଗୋବର କିଣା ଯାଉଥିଲା ବେଳେ ଏବେ ଗୋମୂତ୍ର କିଣିବାକୁ ଯାଉଛନ୍ତି । ଛତିଶଗଡ଼ର ଭୂପେଶ ବାଘେଲ୍ ସରକାର ଗୋଧନ ନ୍ୟାୟ ଯୋଜନାରେ ଚାଷୀଙ୍କଠୁ ଏପର୍ଯ୍ୟନ୍ତ ୧୫୦ କୋଟି ଟଙ୍କାର ଗୋବର ସଂଗ୍ରହ କରାଯାଇଥିବା ଜଣାପଡ଼ିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)