/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658211499.jpg)
BMC makes face masks mandatory in Berhampur as COVID-19 cases rise
କଟକ ଭୁବନେଶ୍ୱର ପରେ ଏବେ ବ୍ରହ୍ମପୁରରେ ବି ମାସ୍କ ବାଧ୍ୟତାମୂଳକ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରହ୍ମପୁରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି ।
ଏଣିକି ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ପଡ଼ିବ । ସିନେମା ହଲ୍, ରେଷ୍ଟୁରାଣ୍ଟ, ପାର୍କ, ରାସ୍ତାରେ ଯିବାଆସିବା ବେଳେ ମାସ୍କ ପିନ୍ଧିବାକୁ ପଡ଼ିବ । ସପିଂ, ମଲ୍, ଦୋକାନରେ NO MASK, NO ENTRY ବ୍ୟବସ୍ଥା କରିବାକୁ ପଡ଼ିବ। ମାସ୍କ ନପିନ୍ଧିଲେ ସାମଗ୍ରୀ ମିଳିବନି ସେ ନେଇ ଦୋକାନୀ ଧ୍ୟାନ ଦେବେ। ଏପରିକି ମାସ୍କ ନପିନ୍ଧିଲେ ପେଟ୍ରୋଲ ପମ୍ପରେ ତେଲ ନଦେବାକୁ କହିଛି ବିଏମ୍ସି । ତାସହ ସରକାରୀ ଓ ଘରୋଇ ଅଫିସ୍ରେ ମାସ୍କ ପିନ୍ଧିବାକୁ ପଡ଼ିବ। ମାସ୍କ ନିୟମକୁ ଉଲ୍ଲଂଘନ କଲେ କଡ଼ା ଫାଇନ୍ ଲାଗିବ । ଏହାପୂର୍ବରୁ ଭୁବନେଶ୍ୱର, କଟକ, ସମ୍ବଲପୁରରେ ମାସ୍କ ବାଧ୍ୟତାମୂଳକ ହୋଇଛି । ତେବେ ନିୟମ ଉଲ୍ଲଙ୍ଘନ କଲେ ଜରିମାନା ପ୍ରାବଧାନ ଥିବା ସୂଚନା ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)