ସଂକ୍ଷେପରେ ଆଜିର ତାଜା ଖବର - Sunday, 20 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଋଷ-ୟୁକ୍ରେନ୍‌ ବିବାଦ ତେଜୁଛି, ସୁନା ଦର ବଢ଼ୁଛି ! ଆଗକୁ ତେଲ ଦର ବି ବଢ଼ିବ..

ଭୁବନେଶ୍ୱରରେ ଫେବ୍ରୁଆରୀ ୪ରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ଥିଲା ୪୯ ହଜାର ୬୫୦ ଟଙ୍କା । ଏ ଭିତରେ ୨ ହଜାର ୮୦ ଟଙ୍କା ବଢ଼ି ଆଜି ପହଞ୍ଚିଛି ୫୧ ହଜାର ୭୩୦ ଟଙ୍କାରେ । More

ପଞ୍ଚାୟତ ପୋଲ୍‌ରେ ଫିକ୍ସିଂ: ନିର୍ଦ୍ୱନ୍ଦ୍ୱରେ ଜିତାଇବାକୁ ୧୦ ଲକ୍ଷର ଡିଲ୍

ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ, ରଶ୍ମିତା ଓ ପ୍ରିୟଙ୍କାଙ୍କ ବିରୋଧରେ କେହି ଛିଡ଼ା ହେବେ ନାହିଁ।  More

କେଉଁଠି ଗଛତଳେ ତ କେଉଁଠି ଅସ୍ଥାୟୀ ବୁଥ୍‌ରେ ! ସରିଲା ତୃତୀୟ ପର୍ଯ୍ୟାୟ ଭୋଟ୍‌

ଗଂଜାମ ଧରାକୋଟ୍ ବ୍ଲକ ସାବା ପଂଚାୟତର କୋଟିଣଗଣ୍ଡା ଓ ଅଶୋକପଲ୍ଲୀର ଦୁଇଟି ସ୍ଥାନରେ ଗଛମୂଳେ ଭୋଟ୍ ଦେଇଛନ୍ତି ଭୋଟର୍ । ଗାଁରେ କୌଣସି ସ୍କୁଲ ଗୃହ କିମ୍ବା କମ୍ୟୁନିଟି ହଲ୍ ନଥିବାରୁ ଗଛ ତଳେ ଭୋଟ୍‌ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲା ପ୍ରଶାସନ । More

ତୃତୀୟ ପର୍ଯ୍ୟାୟରେ ସବୁ ସୀମା ଟପିଗଲା ପଞ୍ଚାୟତ ଭୋଟ୍ ବିଶୃଙ୍ଖଳା

ପ୍ରିଜାଇଡିଂ ଅଫିସର୍ ଜଣକ ବାହାରକୁ ଆସି ପୋଲିସ୍ ଆଗରେ କେମିତି ହାତ ଯୋଡ଼ି ନେହୁରା ହେଲେ। More

ମହାପ୍ରଭୁଙ୍କୁ ଦର୍ଶନ କରି ଫେରିଗଲେ ରାଷ୍ଟ୍ରପତି

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତର ଦ୍ୱିତୀୟ ଦିନରେ ଚଳଚଞ୍ଚଳ ହୋଇଯାଇଥିଲା ବଡ଼ଦାଣ୍ଡ। କଡ଼ା ସୁରକ୍ଷା ବଳୟରେ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠ ପରିଦର୍ଶନ କଲେ ରାଷ୍ଟ୍ରପତି। ସାଙ୍ଗରେ ଥିଲେ ପତ୍ନୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ ଓ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ। More

ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ୧୫ ଜଣଙ୍କୁ ଉଠାଇ ନେଲା ପୋଲିସ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟ ମତଦାନ ସରିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ କିଛି ସ୍ଥାନରେ ହିଂସା ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି । More

ସାନି ମତଦାନକୁ ଲୋକଙ୍କ ବିରୋଧ, ଦାବି ପୁରଣ ନହେଲେ ହଟିବନି ରାସ୍ତା ଅବରୋଧ

ଗତ ୧୮ ତାରିଖରେ ବୌଦ୍ଧ ଜିଲ୍ଲା ରକ୍ସା ପଂଚାୟତ ଚଉଁରିଆପଦରରେ ମତଦାନ ବେଳେ ବୁଥ କ୍ୟାପଚରିଂ ଅଭିଯୋଗ ହୋଇଥିଲା । ଏଣୁ ଆସନ୍ତା ୨୩ ତାରିଖରେ ସେହି ବୁଥରେ ସାନି ମତଦାନ କରିବାକୁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି । More

ବଳିଗଲା ତୃତୀୟ ପର୍ଯ୍ୟାୟ ହିଂସା କାଣ୍ଡ ! ଭୋଟ ବାକ୍ସରେ ପାଣି ପୁରାଇଲେ, ପୋଖରୀକୁ ଫିଙ୍ଗିଦେଲେ

ଭୋଟଗ୍ରହଣ କେନ୍ଦ୍ରରେ ଉତ୍ତେଜନା ପରେ ଲୋକଙ୍କୁ ବୁଝାସୁଝା ପରେ ଉତ୍ତେଜନା ଥମିଥିଲା । ବାଲାଟ ପେପର ଭିଜିଥିଲେ ପୁଣିଥରେ ଭୋଟ କରିବାକୁ ପ୍ରତିଶ୍ରୁତି ପରେ ଉତ୍ତେଜନା ହ୍ରାସ ପାଇଥିଲା । ପରିସ୍ଥିତି ଶାନ୍ତ ହେବା ପରେ ପୁଣି ଧାଡ଼ିରେ ଆସି ଭୋଟ ଦେଇଥିଲେ ଲୋକେ । More

ସାମ୍ବାଦିକଙ୍କୁ ମାଡ଼ ! ତୀବ୍ର ନିନ୍ଦା କଲେ ବିଜେପି-କଂଗ୍ରେସ, ଗଣମାଧ୍ୟମ ସମ୍ପାଦକ ନିର୍ବାଚନ କମିଶନଙ୍କୁ ଭେଟିଲେ

ଶାସକ ଦଳ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । More

ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରୋଜେକ୍ଟ ଫେଲୋ ନିଯୁକ୍ତି ନେଇ ୱାକ୍‌-ଇନ୍-ଇଣ୍ଟରଭ୍ୟୁ

ଉତ୍କଳ ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନର ପିଜି ବିଭାଗ ଫେବୃଆରୀ ୨୧ରେ ଜଣେ ପ୍ରୋଜେକ୍ଟ ଫେଲୋ ନିଯୁକ୍ତି ନେଇ ୱାକ୍‌-ଇନ୍-ଇଣ୍ଟରଭ୍ୟୁ କରିବ। ବିଭାଗ ଫେବୃଆରୀ ୨୮ ସକାଳ ୧୧ଟାରେ ଆଉ ଏକ ୱାକ୍-ଇନ୍-ଇଣ୍ଟର୍‌ଭ୍ୟୁ କରିବ। More

ପୋଲିଂ ବୁଥ୍‌ରେ ଲେଡି ଡନ୍‌, କହିଲେ- ଆମ ଏରିଆରେ କେହି ପଶି ପାରିବେନି, ସବୁ କ୍ୟାମ୍ପସରୁ ବାହାର...

ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକରେ ମତଦାନ ବେଳେ ବୁଥ୍ ଜବରଦଖଲ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳା ବୁଥ୍ ଭିତରେ ପଶି ଜଣକ ପରେ ଜଣଙ୍କ ଭୋଟ୍ ଦେଉଛନ୍ତି। More

ଭୋଟ୍‌ ବେଳେ ସବୁ ସୀମା ଟପିଗଲା ହିଂସାକାଣ୍ଡ, ପାଇପ୍‌ରେ ପୋଲିସ୍‌କୁ ନିର୍ଘାତିଆ ପିଟି ଚାଲିଲେ...

ସବୁ ସୀମା ପାର୍‌ କଲା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ହିଂସାକାଣ୍ଡ। ବୁଥ୍‌ ରିଗିଂ, ଭୋଟ୍‌ ବାକ୍ସ ଲୁଟ୍‌, ବିଡିଓଙ୍କୁ ଆକ୍ରମଣ, ସାମ୍ବାଦିକଙ୍କୁ ମାଡ଼...ଆଉ ଏବେ ପୋଲିସ୍‌କୁ ମାଡ଼। More

ଡଙ୍ଗରିଆ କନ୍ଧ ଉଠାଇନେଲେ ଭୋଟ୍ ବାକ୍ସ

କଲ୍ୟାଣସିଂହପୁର ଶୂନଖଣ୍ଡ ପଞ୍ଚାୟତରେ ରାଇଲିମା ଗାଁ ୧୪ ନଂ ବୁଥରୁ ଭୋଟ ବାକ୍ସ ଉଠାଇ ନେଇଯାଇଛନ୍ତି ଡଙ୍ଗରିଆ କନ୍ଧ । More

ରାତିରେ ଟଙ୍କା ବାଣ୍ଟୁଥିଲେ ସରପଞ୍ଚ ପ୍ରାର୍ଥୀ ! ବାନ୍ଧି ପକାଇଲେ ଗାଁ ଲୋକେ...

ଜଣେ ସରପଞ୍ଚ ପାର୍ଥୀ ରାତିରେ ଟଙ୍କା ବାଣ୍ଟୁଥିବା ନେଇ ଗାଁ ଲୋକେ ସନ୍ଦେହ କରିଥିଲେ। ଏହାପରେ ଗାଁ ଲୋକେ ରାତି ତମାମ ସରପଞ୍ଚ ପ୍ରାର୍ଥୀଙ୍କୁ ବାନ୍ଧି ଗାଁରେ ଅଟକ ରଖିଥିଲେ। More

ଭୋଟ୍‌ ଗ୍ରହଣ ବେଳେ ରାୟଗଡ଼ା ପୋଲିସକୁ ମିଳିଲା ସଫଳତା

ତ୍ରିସ୍ତରୀୟ ପଞ୍ଚାୟତ ର୍ନିବାଚନର ତୃତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ବେଳେ ରାୟଗଡ଼ା ପୋଲିସକୁ ସଫଳତା ମିଳିଛି। ନିୟମଗିରି ପାହାଡ଼ ତଳ ଏକ ପୋଲ ପାଖରୁ ଟିଫିନ ବୋମା ଜବତ ହୋଇଛି। More

ପୋଲିସ୍‌କୁ ଛାଡ଼ିଲେନି ! ଟେକାପଥର ମାଡ଼ କଲେ ଦୁର୍ବୃତ୍ତ

ବିଞ୍ଝାରପୁର ବ୍ଲକ ଜରି ପଞ୍ଚାୟତ ୧୪ ନମ୍ବର ବୁଥ୍ ଆଗରେ ଏହି ଆକ୍ରମଣ ହୋଇଛି । ବୁଥ୍ ରିଗିଂ ଉଦ୍ୟମକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ପରେ ଉତ୍ତେଜନା ଦେଖାଦେଇଥିଲା । ତେବେ ଉପସ୍ଥିତ ପୋଲିସ ଅଟକାଇବାରୁ ଟେକାପଥର ମାଡ଼ କରିଛନ୍ତି ଦୁର୍ବୃତ୍ତ । More

ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ: ମୁଥ ମାରିଲେ, ଗଳା ଧକ୍କା ଦେଲେ...

ଖବର ସଂଗ୍ରହ ବେଳେ ୩ ଜଣ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ବିଞ୍ଝାରପୁର ବାଛଳ ପଞ୍ଚାୟତର ୨ ନଂ ବୁଥ୍‌ ନିକଟରେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି। More

ଘୋ ଘା ହୋଇ ବୁଥ୍‌ ଭିତରକୁ ପଶି ଆସିଲେ; BDOଙ୍କୁ ଠେଲାପେଲା କରି ଆକ୍ରମଣ କଲେ

ଯାଜପୁର ଜିଲ୍ଲା କୋରେଇ ବ୍ଲକ୍‌ ଅନ୍ତର୍ଗତ ଗୋଳେଇପୁର ପଞ୍ଚାୟତରେ ମତଦାନ ବେଳେ ଉତ୍ତେଜନା ପ୍ରକାଶ ପାଇଛି। ମତଦାନ ଚାଲିଥିବା ବେଳେ ବୁଥ୍‌କୁ ଜବରଦଖଲ କରିବା ପାଇଁ ଦୁର୍ବୃତ୍ତମାନେ ଚେଷ୍ଟା କରିଥିଲେ। More

ଶିଶୁଙ୍କ ଅପପୃଷ୍ଟି ରୋକିବା ଦିଗରେ ଓଡ଼ିଶା ସରକାରଙ୍କୁ ପ୍ରଶଂସା

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ୟୁନାଇଟେଡ ନେସନ ୱାର୍ଲଡ଼ ଫୁଡ କାର୍ଯ୍ୟକ୍ରମର କଣ୍ଟ୍ରି ଡାଇରେକ୍ଟର ବିଶ୍ୱ ପାରାଜୁଲି । ରାଜ୍ୟରେ ଖାଦ୍ୟକୁ ନେଇ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଛି । More

ଫାଙ୍କା ଗୁଳି ଚଳାଇଲେ ବିଜେଡି ନେତା ! ଅଭିଯୋଗ ଆସିବା ପରେ କହିଲେ- ‘ମୁଁ କିଛି ଜାଣିନି’

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍‌ ଅନ୍ତର୍ଗତ ଦହଣା ଗାଁରେ ଗୁଳିକାଣ୍ଡ। ଏକ ବୋଲେରୋରେ କିଛି ଦୁର୍ବୃତ୍ତ ଆସି ୩ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିବା ବେଳେ ଗୋଟିଏ ଜୀବନ୍ତ ଗୁଳି ଜବତ ହୋଇଛି। More

ପଞ୍ଚାୟତ ନିର୍ବାଚନ: ଆଜି ତୃତୀୟ ପର୍ଯ୍ୟାୟ ମତଦାନ, ୧୫ ବର୍ଷ ପରେ ନିୟମଗିରିରେ ପଡ଼ିଲା ଭୋଟ୍‌

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟ ମତଦାନ। ତୃତୀୟ ପର୍ଯ୍ୟାୟରେ ୬୩ ବ୍ଳକ୍‌ର ୧୭୧ ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ୧୩୮୨ ପଞ୍ଚାୟତରେ ଭୋଟ୍ ପଡ଼ିବ। More

ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ଫେରାଇଦେଲେ ଆମ୍ବୁଲାନ୍ସ ଡ୍ରାଇଭର

ସଚ୍ଚୋଟପଣିଆକୁ ପ୍ରଶଂସା କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।  More

ମିଛ ପ୍ରତିଶ୍ରୁତି ଦେଇ ୧୧୪ ପରିବାରର ମତଦାନ ଅଧିକାର ଛଡାଇନେଲା ପ୍ରଶାସନ !

ବ୍ୟାଘ୍ର ବଂଶ ବୃଦ୍ଧି ନାଁ ଭିଟାମାଟି ଛାଡ଼ିଲେ। ହେଲେ ହରାଇଲେ ଭୋଟ୍‌ ଦାନ ଅଧିକାର। ଯେଉଁଥିପାଇଁ ବର୍ତ୍ତମାନ ଚାଲିଥିବା ପଞ୍ଚାୟତ ନିର୍ବାଚନରେ ଭାଗ ନେଇ ପାରୁନାହାନ୍ତି ଖଡ଼ିଆ ସମ୍ପ୍ରଦାୟର ୧୧୪ ପରିବାର। More

୩୦ ବର୍ଷର କ୍ରାଇମ୍ ଫାଇଲରେ କଣ ୱାନ୍‌ ମ୍ୟାନ୍‌ ନକଲି ଡାକ୍ତର ରମେଶ?

ଅପରାଧ ପଛରେ କଣ କେବଳ ତାର ମୁଣ୍ଡ ଥିଲା ନାଁ ଏହା ପଛରେ ଆଉ କେହି ତାକୁ ସହଯୋଗ କରୁଥିଲେ? More

କାଲି ଥାର୍ଡ ଫେଜ୍‌ ଭୋଟ୍‌ : ଭୋଟର ନିର୍ଣ୍ଣୟ କରିବେ ପ୍ରତିନିଧିଙ୍କ ଭାଗ୍ୟ

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ଭୋଟ୍ । ବୁଥ୍‌ରେ ପହଞ୍ଚିଲେଣି ପୋଲିଂ ପାର୍ଟି । କାଲି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ । More

ମଣିଷ ଅଙ୍ଗ ଚୋରି କରୁଥିଲା ନକଲି ଡାକ୍ତର ?

ଚାରିଶ ବିଶ୍ ଡାକ୍ତର ରମେଶର ୩୦ ବର୍ଷର କ୍ରାଇମ୍ ଫାଇଲ ଘାଣ୍ଟୁଛି ପୋଲିସ୍। More