ସଂକ୍ଷେପରେ ଆଜିର ତାଜା ଖବର - Wednesday, 16 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଡାକ୍ତରଙ୍କ ଘରୁ ମିଳିଲା କୋଟିଏରୁ ଅଧିକ ନଗଦ ଟଙ୍କା

ସିଏଚସି ଡାକ୍ତରଙ୍କ ଘରୁ ଏତେ ନଗଦ ଅର୍ଥ ପାଇ ତାଜୁବ ହୋଇଛି ଭିଜିଲାନ୍ସ ଟିମ୍। More

ଶେଷ ନିଦ୍ରାରେ କବି ହରପ୍ରସାଦ ପରିଛା ପଟନାୟକ

ପରଲୋକରେ କବି ଡ. ହରପ୍ରସାଦ ପରିଛା ପଟନାୟକ। ସେ ଦୀର୍ଘ କିଛିଦିନ ହେବ ଅସୁସ୍ଥ ଥିଲେ। ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। More

ୟୁକ୍ରେନ୍‌ରେ ଫଢୁଛି ଓଡ଼ିଆ ପୁଅ, ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ସାରା ପରିବାର

କ୍ରିମିଆ ଅଞ୍ଚଳରେ ସମରାଭ୍ୟାସ କରୁଥିବା ଋଷ ସୈନ୍ୟ ନିଜ ଶିବିରକୁ ଫେରିବା ଆରମ୍ଭ କରିଛନ୍ତି। More

୨୩ ପ୍ରାର୍ଥୀଙ୍କ ମୃତ୍ୟୁ: ସ୍ଥଗିତ ହେଲା ନିର୍ବାଚନ

ପ୍ରାୟ ୭୦ ପ୍ରତିଶତ ଭୋଟିଂ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ୍‌ଙ୍କ ପକ୍ଷରୁ ସୂଚନା ଦିଆଯାଇଛି। More

ଭୋଟ୍ ବେଳେ ସାମ୍ନାକୁ ଆସିଛି ସାଂଘାତିକ ହିଂସା

ପୁରୀ ଜିଲ୍ଲାର କଣାସ ବ୍ଲକ ବଡାଲ ପଞ୍ଚାୟତରେ ମତଦାନବେଳେ ବୁଥ୍ ଜବରଦଖଲ ଉଦ୍ୟମ ଅଭିଯୋଗ ହୋଇଛି, ଯାହାର ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିଥିଲେ ଜବରଦଖଲକାରୀ।  More

ନିର୍ବାଚନୀ ହିଂସାକୁ ନେଇ କଣ କହିଲେ ନିର୍ବାଚନ କମିଶନର

ପୋଲିସ ଉପସ୍ଥିତିରେ ଦୁର୍ବୃତ୍ତମାନେ ଆସି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।  More

ପବିତ୍ର ମାଘ ପୂର୍ଣ୍ଣିମାରେ ଆଜି ଶ୍ରୀଜିଉଙ୍କ ଗଜଉଦ୍ଧାରଣ ବେଶ : ଦ୍ୱିପହର ଧୂପ ସରିବା ପରେ ସଂଧ୍ୟାରେ ସାହାଣ ମେଳା

ଶ୍ରୀ ଜଗନ୍ନାଥଙ୍କ ଚାରିହସ୍ତରେ ଶୋଲ ଓ ଜରି ନିର୍ମିତ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଶୋଭାପାଇଥାଏ । ପଦ୍ମାସନ ଭଙ୍ଗୀରେ ଗୋଟିଏ ଆସ୍ଥାନରେ ବସିଥିବା ବଳଭଦ୍ର ତାଙ୍କର ଉର୍ଦ୍ଧ୍ୱ ଦୁଇ ହସ୍ତରେ ଶୋଲ ଓ ଜରି ନିର୍ମିତ ଶଙ୍ଖ ଓ ଚକ୍ର ତଥା ନିମ୍ନ ଦୁଇ ହସ୍ତରେ ହଳ (ଔ ଓ ମୂଷଳ ଧାରଣ କରିଥାନ୍ତି । More

ଭୋଟରଙ୍କୁ ଖୁସି କରିବାକୁ ପ୍ରାର୍ଥୀଙ୍କ ପ୍ରୟାସ: ‘ଜଳଖିଆ ଖାଅ, ଭୋଟ୍ ଦିଅ’

ଏହି ଦୋକାନରେ ପ୍ରାର୍ଥୀ ମାନଙ୍କ କହିବା ଅନୁଯାୟୀ ଦୋକାନୀ ଭୋଟର ମାନଙ୍କୁ ଚା ଓ ଜଳଖିଆ ଦିଆଯାଉଛି । ଭୋଟର ମାନେ ମଧ୍ୟ ମାଗଣା ଚା ଜଳଖିଆ ଖାଇ ବେଶ ଖୁସି ଥିବାର ଦେଖିବାକୁ ମିଳିଛି । More

ମତଦାନ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ଅଭିଯୋଗ : ପୁରୀ କଣାସ ବ୍ଲକର ବଡାଲ ପଞ୍ଚାୟତରେ ଆକ୍ରମଣ

ଦୁର୍ବୃତ୍ତ ମାନେ ନ୍ୟୁଜ ୧୮ ଓଡ଼ିଆର ରିପୋର୍ଟର ସୁମନ୍ତ ସୁନ୍ଦରାୟ ଓ ସାଙ୍ଗରେ ଥିବା କ୍ୟାମେରାମ୍ୟାନ ଚିତନ ସ୍ୱାଇଁଙ୍କୁ ଆକ୍ରମଣ କରିଥିଲେ । ସେହିପରି ଆଉ ଏକ ବୈଦ୍ୟୁତିକ ଗଣମାଧ୍ୟମ ନ୍ୟୁଜ୍ ସେଭେନର ରିପୋର୍ଟର ସରୋଜ ମଲ୍ଲିକ ଓ କ୍ୟାମେରାମ୍ୟାନ ରବି ତ୍ରିପାଠୀଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି More

ପଞ୍ଚାୟତ ନିର୍ବାଚନରେ ନୂଆ ଟ୍ୱିଷ୍ଟ; ବାଲାଟ୍ ବକ୍ସ ନେଇ ପଳାଇଲେ ଦୁର୍ବୃତ୍ତ

ବ୍ରହ୍ମଗିରିରେ ବୁଥ୍ ଭିତରୁ ବାଲାଟ ବକ୍ସ ଉଠାଇନେଇ ପଳାଇଲେ ଦୁର୍ବୃତ୍ତ । ଏଭଳି କିଛି ଦୃଶ୍ୟ ବ୍ରହ୍ମପୁରର ଚାପମାଣିକ ପଞ୍ଚାୟତ କାଶିଝରିଆ ଗାଁରେ ଦେଖିବାକୁ ମିଳିଛି । More

ମତଦାନ କେନ୍ଦ୍ରରେ ଉତ୍ତେଜନା, ଠେଙ୍ଗା ଓ ଶାବଳ ଆକ୍ରମଣରେ ୫ ଆହତ

ଆଜି ସକାଳୁ ମତଦାନ ଚାଲିଥିବା ବେଳେ ଏକ ରାଜନୈତିକ ଦଳ ଜୋର୍ ଜବରଦସ୍ତ ମତଦାନ କେନ୍ଦ୍ରରେ ପଶିଯାଇଥିଲା । ଭୋଟିଂ ଚାଲିଥିବା ବେଳେ ଏପରି ବଳପୂର୍ବକୁ ବୁଥ୍ ଭିତରକୁ ପଶିବା ନେଇ ଅନ୍ୟ ରାଜନୈତିକ ଦଳର ଲୋକେ ବିରୋଧ କରିଥିଲେ More

ପଞ୍ଚାୟତ ନିର୍ବାଚନ : ଦିନ ୧୧ଟା ସୁଦ୍ଧା ୩୦ ପ୍ରତିଶତରୁ ଅଧିକ ମତଦାନ

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଦିନ ୧୧ଟା ସୁଦ୍ଧା ୩୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ସବୁଠି ଶାନ୍ତିଶୃଙ୍ଖଳା ସହ ଭୋଟଗ୍ରହଣ ଚାଲିଥିବାର ଦେଖିବାକୁ ମିଳିଛି । More

ଦୁଇ ଜଣ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ, ମତଦାନ ବନ୍ଦ

ନିର୍ବାଚନ ପୂର୍ବରୁ ଆଖି ବୁଜିଲେ ସରପଞ୍ଚ ପ୍ରାର୍ଥୀ । ବନ୍ଦ ରହିଲା ମତଦାନ । More

ବିଏସ୍‌ଏଫ୍ ଯବାନଙ୍କ ମହନୀୟତା: ବଞ୍ଚାଇଲେ ଦୁଇ ରୋଗୀଙ୍କ ଜୀବନ

ମାନବିକତାର ପରିଚୟ ଦେଇ ଦୁଇ ରୋଗୀଙ୍କ ଜୀବନ ରକ୍ଷାକଲେ ବିଏସ୍‌ଏଫ୍ ଯବାନ୍ । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ବିଏସ୍ଏଫ୍ ଯବାନଙ୍କ ଏହି ମହତ କାର୍ଯ୍ୟକୁ ସ୍ଥାନୀୟ ଲୋକେ ବେସ୍ ପ୍ରଶଂସା କରିଛନ୍ତି । More

ନିଜ ଗାଁରେ ହଟହଟା ହେଲେ କ୍ରୀଡ଼ା ମନ୍ତ୍ରୀ : ନିର୍ବାଚନ ପ୍ରଚାରରେ ଯାଇଥିବା ବେଳେ ଘେରିଲେ ସାଧାରଣ ଲୋକେ

ନିର୍ବାଚନ ପ୍ରଚାର କରୁଥିବା ବେଳେ ଏପରି ଅପ୍ରିତିକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ମନ୍ତ୍ରୀ ବେହେରା। More

ରାସ୍ତା ଓ ପାଣି ସମସ୍ୟା ପାଇଁ ଭୋଟ୍ ବର୍ଜନ : ପୋଲିଂ ଅଧିକାରୀଙ୍କୁ ଗାଁକୁ ଛାଡୁନାହାନ୍ତି ଗ୍ରାମବାସୀ

ଆଜି ସକାଳୁ ପୋଲିଂ ଅଧିକାରୀମାନେ ଯିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଗ୍ରାମବାସୀଙ୍କ ପ୍ରବଳ ବିରୋଧ ଯୋଗୁଁ ପଶି ପାରିନଥିଲେ । ପୂର୍ବରୁ ପ୍ରଚାର ପାଇଁ ଆସୁଥିବା ନେତାଙ୍କୁ ମଧ୍ୟ ବିରୋଧ କରିଥିଲେ ଗ୍ରାମବାସୀ More

ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସାର ଖବର : କେଉଁଠି ଗୁଳିମାଡ଼, କେଉଁଠି ଗଣ୍ଡଗୋଳ ଆଉ ଭଙ୍ଗାରୁଜା

ସମ୍ବଲପୁରର ଠେଲକୁଲି ଘିଚାମୁରା ପଞ୍ଚାୟତ ଦେଉରା ଗାଁ ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ଗୁଳିମାଡ଼ । ସରପଞ୍ଚ ପ୍ରାର୍ଥୀ ଲଳିତ କୁମାର ସାହୁଙ୍କ ଦେଉରା ଗାଁସ୍ଥିତ ଘର ଉପରକୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଲଳିତଙ୍କ ଘର କବାଟରେ ୨ ଟି ଗୁଳି ଚିହ୍ନ ରହିଥିବା ବେଳେ କେହି ଆହତ ହୋଇ ନଥିବା ଜଣାଯାଇଛି More

ଟଙ୍କା ବାଣ୍ଟୁଛନ୍ତି ବିଧାୟକଙ୍କ ଭାଇ, ସେ ପୁଣି ପୋଲିସ ଭ୍ୟାନ୍‌ରେ, ଦେଖନ୍ତୁ..

ଆଜି ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼, ବେଲପଡ଼ା ଓ ଖପ୍ରାଖୋଲ ବ୍ଲକରେ ମତଦାନ ଅନୁଷ୍ଠିତ ହେଉଛି । ଏହାର ଠିକ୍ ପୂର୍ବରୁ ଗତ ରାତିରେ ଶାସକ ଦଳର କର୍ମୀ ଏପରିକି ଖୋଦ୍ ବିଧାୟକଙ୍କ ଭାଇ ପୋଲିସ ଗାଡିରେ ଟଙ୍କା ବାଣ୍ଟିବା ଭିଡିଓ ଭାଇରାଲ ହୋଇଛି । More

ମିଳିବ କି ଗଜରାଜଙ୍କୁ ନ୍ୟାୟ ? ହାତୀ ମୃତ୍ୟୁକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଉଦବେଗ

ରାଜ୍ୟରେ ବଢୁଥିବା ହାତୀ ମୃତ୍ୟୁକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଉଦବେଗ । ସହିଦନଗର ସ୍ଥିତ ପ୍ରକୃତିଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପ୍ରାଣୀପ୍ରେମୀ ଓ ବନ୍ୟପ୍ରାଣୀ ବିଶେଷଜ୍ଞ । ଜଙ୍ଗଲରେ ଶିକାରୀ ରାଜ୍ ଏବଂ ନରସିଂହପୁର ଜଙ୍ଗଲରେ ହାତୀ କଙ୍କାଳ ମିଳିବା ଆଦି ଘଟଣାର ଧିମା ତଦନ୍ତ ନେଇ ପ୍ରଶ୍ନ ଉଠାଇଛନ୍ତି ବିଶେଷଜ୍ଞ । ଗତ ୧୦ ବର୍ଷରେ ରାଜ୍ୟରେ ୭୭୦ ହାତୀଙ୍କ ମୃତ୍ୟୁ ହୋଇଛି । More

Daily Horoscope 15 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା ଫେବୃଆରୀ ମାସ ୧୬ ତାରିଖ, ବୁଧବାର, କୁମ୍ଭ ୪ ଦିନ, ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି, ଅଶ୍ଳେଷା ନକ୍ଷତ୍ର, କର୍କଟ ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି । ଆଜି କର୍କଟ ରାଶିର ଘାତବାର, କର୍କଟ ଓ ମକର ରାଶିର ଘାତଚନ୍ଦ୍ର । More

ମତଦାନ ପାଇଁ ବୁଥ୍ ଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା ! ମୋଟ ୨୨ ହଜାରରୁ ଅଧିକ ବୁଥରୁ ୩ ହଜାର ୩୫୭ ବୁଥ୍ ଉତ୍ତେଜନାପ୍ରବଣ ଚିହ୍ନଟ

ପଂଚାୟତ ନିର୍ବାଚନରେ ମୋଟ୍ ୨୨୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ମାଓ ଇଲାକାରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହିତ ଉତ୍ତେଜନାପୂର୍ଣ୍ଣ ବୁଥ୍ ଗୁଡ଼ିକରେ ପୋଲିସ୍ ଯାଞ୍ଚ କରିଛି । କୋଭିଡ୍ ଗାଇଡଲାଇନ୍ ଭିତରେ ଭୋଟ୍ ଗ୍ରହଣ ହେବ ବୋଲି ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି । More

ଭିଜିଲାନ୍ସ ଜାଲରେ ପୁଣି ବଡ ମାଛ: ପୋଲିସ ବାବୁଙ୍କ ମାଳ ମାଳ ସୌଖିନ ଗାଡି ସାଙ୍ଗକୁ ବିରାଟ ବ୍ୟବସାୟିକ ସାମ୍ରାଜ୍ୟ

କଥାରେ ଅଛି, ମାଛ ଖାଇବ ଇଲିସି, ଚାକିରି କରିବ ପୋଲିସି । ଏକଥା କାହା ପାଇଁ ପ୍ରଯୁଜ୍ୟ ହେଉ କି ନହେଉ, ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କ କ୍ଷେତ୍ରରେ ଅଧିକ ପ୍ରଯୁଜ୍ୟ ବୋଲି ଧରିନିଆଯାଇପାରେ । ତାଙ୍କ କୋଠାବାଡ଼ି, ମାଳ ମାଳ ସୌଖିନ୍ ଗାଡ଼ି, ଲକ୍ଷ ଲକ୍ଷ ଟଙ୍କାର ସଂପତ୍ତି ଦେଖିଲେ ଆଖି ରହିଯିବ। More

କୋଟିଆରେ ଆନ୍ଧ୍ର ପ୍ରୀତି ପାଲଟିଛି ପ୍ରମୁଖ ମୁଦ୍ଦା; ଏଣେ ଭୋଟ୍‌ରଙ୍କୁ ମନାଇବାକୁ ଲାଗିପଡିଛନ୍ତି ପ୍ରାର୍ଥୀ

ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ଭିତରେ କୋଟିଆରେ ସରଗରମ ନିର୍ବାଚନୀ ପାଣିପାଗ । କୋଟିଆ କନ୍ଧ ସାହି ହେଉ କି ବଜାର ଘାଟ, ସବୁଠି କାନ୍ଥବାଡ଼ରେ ପ୍ରାର୍ଥୀଙ୍କ ପୋଷ୍ଟର । ଗତବର୍ଷ ଫେବୃଆରୀରେ ଆନ୍ଧ୍ର, କୋଟିଆ ପଞ୍ଚାୟତକୁ ତିନି ଭାଗରେ ବିଭକ୍ତ କରି ପଞ୍ଚାୟତ ନିର୍ବାଚନ କରାଇଥିଲା । ଏଥର ତେଣୁ ଆନ୍ଧ୍ରକୁ ଚେକ୍ ଦେବାକୁ ସବୁ ଦଳ ଅଣ୍ଟା ଭିଡ଼ିଥିଲେ । More

ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ: ମାଓ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା

ରାତି ପାହିଲେ ପଡ଼ିବ ପଞ୍ଚାୟତ ଭୋଟ୍ । ତେଣୁ ପୋଲିଂ ବୁଥ୍‌କୁ ଆରମ୍ଭ କରି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପର୍ଯ୍ୟନ୍ତ ସବୁଠି ଚୂଡାନ୍ତ ହୋଇଛି ପ୍ରସ୍ତୁତି । ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଭୋଟ୍‌ ଗ୍ରହଣ ହେବ । More

ମୋଡ ନେଇଛି ଇଂଜିନିୟରିଂ ଛାତ୍ର ନିଖୋଜ ମାମଲା

ମୋଡ ନେଲା ଇଂଜିନିୟରିଂ ଛାତ୍ର ନିଖୋଜ ମାମଲା। କୁଖାତ ଜାମତାରା ଗ୍ୟାଙ୍ଗ୍ ସହ ରାଜଧାନୀର ଇଂଜିନିୟରିଂ ଛାତ୍ରଙ୍କ ଲିଙ୍କ୍। ପୋଲିସ୍ ଉଠେଇ ନେଇଥିବା ୪ ଛାତ୍ରଙ୍କ ମଧ୍ୟରୁ ୨ ଜଣ କୁଖ୍ୟାତ ଜାମତାରା ଗ୍ୟାଙ୍ଗ୍ ଲିଙ୍କ୍‌ରେ ଥିବା ଜାଣିବାକୁ ପାଇଛି ସମ୍ବଲପୁର ପୋଲିସ୍। More

ଗାଁ ମଝିରେ ଭୋଟ୍ ହିଂସା; ଆକ୍ରମଣରେ ୫ ଲହୁଲୁହାଣ

କାଲି ପଞ୍ଚାୟତ ନିର୍ବାଚନ। ଏଣେ ହୁ ହୁ ହୋଇ ବଢିଚାଲିଛି ରାଜନୈତିକ ହିଂସା। କେଉଁଠି ମାର୍‌ପିଟ୍ ହୋଇ କେହି ଲହୁଲୁହାଣ ହେଲେଣି ତ କେଉଁଠି କାହା ଘରେ ଲଗେଇ ଦିଆଯାଉଛି ନିଆଁ। ଏହାକୁ ନେଇ ପରସ୍ପରକୁ ଦୋଷ ଲଦିବାରେ ବ୍ୟସ୍ତ ତିନି ପ୍ରମୁଖ ରାଜନୈତିକ ଦଳ। More