• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସୁରକ୍ଷା ପାଇଁ ମୋଟ୍ ୨୨୫ ପ୍ଲାଟୁନ୍ ଫୋର୍ସ ମୁତୟନ

  • ମାଓ ଇଲାକାରେ କଡ଼ା ସୁରକ୍ଷା ବ୍ୟବସ୍ଥା

ପ୍ରଥମ ପର୍ଯ୍ୟାୟରେ ମତଦାନ ହେଉଥିବା ବୁଥ୍ ଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି ପର୍ଯ୍ୟାୟରେ ୨୨ ହଜାରରୁ ଅଧିକ ବୁଥ୍ ରହିଥିବା ବେଳେ ୩ ହଜାର ୩୫୭ ବୁଥ୍ ଉତ୍ତେଜନାପ୍ରବଣ ଚିହ୍ନଟ ହୋଇଛି । ପଂଚାୟତ ନିର୍ବାଚନରେ ମୋଟ୍ ୨୨୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ମାଓ ଇଲାକାରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହିତ ଉତ୍ତେଜନାପୂର୍ଣ୍ଣ ବୁଥ୍ ଗୁଡ଼ିକରେ ପୋଲିସ୍ ଯାଞ୍ଚ କରିଛି । କୋଭିଡ୍ ଗାଇଡଲାଇନ୍ ଭିତରେ ଭୋଟ୍ ଗ୍ରହଣ ହେବ ବୋଲି ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।

ଆଜି ବାଲଟରେ ମୋହର ମାରି ନେତା ବାଛିବେ ଜନତା । ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ମୋଟ୍ ୮୫୩ଟି ଜିଲ୍ଲା ପରିଷଦ ଜୋନ୍ ଭିତରୁ ୨ ଶହଟି ଜିଲ୍ଲା ପରିଷଦ ଜୋନରେ ଆଜି ଭୋଟ ଗ୍ରହଣ ହେଉଛି । ୨ ଶହ ଜିଲ୍ଲା ପରିଷଦ ଜୋନ୍ ଅଧିନରେ ଆସୁଥିବା ୧ ହଜାର ୬ ଶହ ୬୯ ସରପଞ୍ଚ ଓ ସମାନ ସଂଖ୍ୟକ ସମିତି ସଭ୍ୟ ପଦ ପାଇଁ ଭୋଟ୍ ଗ୍ରହଣ ହେଉଛି । ସେହିପରି ୨୨ ହଜାର ୩୭୯ ଓ୍ୱାର୍ଡ ସଭ୍ୟ ପାଇଁ ବି ଭୋଟ୍ ଦେଉଛନ୍ତି ଜନତା ନିଜ ନିଜର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବେ ୬୭ ଲକ୍ଷ ୫୧ ହଜାର ଭୋଟର ।

ସେପଟେ ପ୍ରତି ବ୍ଳକରେ ଗୋଟିଏ ଲେଖାଏଁ ପିଙ୍କ୍ ବୁଥ୍ କରିବାକୁ କୁହାଯାଇଛି । ଏହି ବୁଥରେ କେବଳ ମହିଳା ଅଧିକାରୀମାନେ ହିଁ ନିର୍ବାଚନ ପରିଚାଳନା କରିବେ । ଭୋଟର୍ ମତଦାନ କେନ୍ଦ୍ରରେ ପହଞ୍ଚିବା ପରେ ଭୋଟର୍ ତାଲିକାରେ ତାଙ୍କ ନାଁ ରହିଛି ନା ନାହିଁ ଫାଷ୍ଟ ପୋଲିଂ ଅଫିସର୍ଙ୍କ ନିକଟରେ ଯାଞ୍ଚ କରିବେ ପରିଚୟ ଯାଞ୍ଚ ପାଇଁ ଭୋଟର୍ । ଆଧାର, ପାନ୍ କାର୍ଡ ସମେତ ୧୩ଟି ପରିଚୟ ପତ୍ରକୁ ଗ୍ରହଣ କରାଯିବ । ତାପରେ ସେକେଣ୍ଡ ପୋଲିଂ ଅଫିସର୍ ପାଖକୁ ଯାଇ ବାଁ ହାତର ବିଶି ଅଙ୍ଗୁଳିରେ କାଳି ଲଗାଇବେ ।

ସେଠାରୁ ୪ଟି ପଦବୀ ପାଇଁ ବାଲାଟ୍ ପେପର୍ ନେଇ ପୋଲିଂ ଚ୍ୟାମ୍ବରକୁ ଯିବେ ପ୍ରଥମେ ସରପଂଚ, ତାପରେ ଓ୍ୱାର୍ଡମେମ୍ବର, ଏହାପରେ ପଞ୍ଚାୟତ ସମିତି ସଭ୍ୟ ଓ ଶେଷରେ ଜିଲ୍ଲା ପରଷଦ ସଦସ୍ୟଙ୍କ ଲାଗି ଉଦ୍ଦିଷ୍ଟ ବାଲାଟ୍ ପେପର୍ରେ ଭୋଟ୍ ଦେବେ । ସରପଂଚ ପଦବୀ ଲାଗି ଗୋଲାପୀ, ଓ୍ୱାର୍ଡ ମେମ୍ବର ଲାଗି ହଳଦିଆ, ସମିତି ସଭ୍ୟ ଲାଗି ନୀଳ ଓ ଜିଲ୍ଲା ପରିଷଦ ଜୋନ୍ ଲାଗି ଧଳା ରଙ୍ଗର ବାଲାଟ୍ ପେପର୍ ରଖାଯାଇଛି ।

ଭୋଟ୍ ଗ୍ରହଣ ସରିବା ପରେ ବାଲାଟ୍ ବକ୍ସଗୁଡ଼ିକୁ ସିଲ୍ କରାଯାଇ ବ୍ଲକ୍ ହେଡ କ୍ୱାର୍ଟରରେ ଥିବା ଷ୍ଟ୍ରଙ୍ଗ୍ ରୁମକୁ ଅଣାଯିବ । ଦିନେ ଛାଡି ଦିନେ , ଏମିତି ୫ଟି ପର୍ଯ୍ୟାୟରେ ୨୪ ତାରିଖ ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ ।