/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644996884.jpg)
Balat Box Loot
ବ୍ରହ୍ମଗିରିରେ ବୁଥ୍ ଭିତରୁ ବାଲାଟ ବକ୍ସ ଉଠାଇନେଇ ପଳାଇଲେ ଦୁର୍ବୃତ୍ତ । ଏଭଳି କିଛି ଦୃଶ୍ୟ ବ୍ରହ୍ମପୁରର ଚାପମାଣିକ ପଞ୍ଚାୟତ କାଶିଝରିଆ ଗାଁରେ ଦେଖିବାକୁ ମିଳିଛି । ଗାଁର ୯ ନମ୍ବର ବୁଥରୁ ବାଲାଟ୍ ବକ୍ସ ଉଠାଇନେଲେ ଦୁର୍ବୃତ୍ତ । କିଛି ଦୁର୍ବୃତ୍ତ ବାଲାଟ ବକ୍ସ ଉଠାଇ ନେଇଥବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ମୁତାବକ, ସକାଳ ୭ରେ ଏଠି ଭୋଟିଂ ଆରମ୍ଭ ହୋଇଥିଲା। ଭୋଟିଂ ଆରମ୍ଭ ହେବାର କିଛି ସମୟ ପରେ ୩ରୁ ୪ ଜଣ ଯୁବକ ଆସି ଗାଁ ୨ଜଣ ଲୋକେ ବୁଥ ଭିତରେ ବସିବେ ବୋଲି ପ୍ରିଜାଇଣ୍ଡିଂ ଅଫିସରକୁ କହିଥିଲେ। କିନ୍ତୁ ପ୍ରିଜାଇଣ୍ଡିଂ ଅଫିସର ଏଥିରେ ବାରଣ କରିବା ସହ ପୁଲିସକୁ ଡାକିଥିଲେ। ଏହାପରେ ସେମାନେ ସେଠାରୁ ପଳାଇ ଯାଇଥିଲେ।
ତେବେ ହଠାତ୍ ସାଢ଼େ ୧୦ଟା ବେଳେ ଜଣେ ଦୁର୍ବୃତ୍ତ ଆସି ବାଲାଟ ବାକ୍ସ ଉଠାଇ ନେଇଯାଇ କାନ୍ଥ ଆରପଟେ ଫିଙ୍ଗି ଦେଇଥିଲେ। ପାଚେରୀ ଆରପଟେ ଠିଆ ହୋଇଥିବା କିଛି ବ୍ୟକ୍ତି ବାଲାଟ ବାକ୍ସକୁ ଧରି ଜଙ୍ଗଲ ଭିତରକୁ ଦୌଡି ପଳାଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ତେବେ ଏହି ବୁଥରେ ସାଢ଼େ ୧୦ଟା ସୁଦ୍ଧା ୧୫୬ ଭୋଟରଙ୍କ ମଧ୍ୟରୁ ୯୦ ଜଣ ଭୋଟ ଦେଇଥିବା ପ୍ରିଜାଇଣ୍ଡିଂ ଅଫିସର ସୂଚନା ଦେଇଛନ୍ତି। ସେପଟେ ପୁଲିସ ପ୍ରଶାସନ ଏଠାରେ ଉପସ୍ଥିତ ନଥିବା ଲାଗି ଏଭଳି ଘଟଣା ଘଟିଥିବା କିଛି ଲୋକେ ଅଭିଯୋଗ ଉଠାଇଛନ୍ତି।
ସେହିପରି ଯାଜପୁର ଜିଲ୍ଲା ସୁଜନପୁର ପଞ୍ଚାୟତରେ ବୁଥ୍ ଭଙ୍ଗାରୁଜା ସହ ବ୍ୟାପକ ଉତ୍ତେଜନା ଦେଖାଦେଇଛି। ସୁଜନପୁର ପଞ୍ଚାୟତର ହସନପୁର ଗାଁ ଦୁର୍ଗାପୁର ଅଙ୍ଗନଓ୍ୱାଡ଼ି କେନ୍ଦ୍ରର ୧ ନମ୍ବର ବୁଥରେ ଭଙ୍ଗାରୁଜା ଯୋଗୁଁ ବନ୍ଦ ରହିଛି ମତଦାନ। ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା କାରଣରୁ କବାଟ ଭାଙ୍ଗିବା ସହ ବାଲଟ ପେପର ଷ୍ଟାମ୍ପକୁ ଲୋକେ ନେଇଯାଇଥିବା ଅଭିଯୋଗ ହୋଇଛି। ଫଳରେ ବୁଥରେ ମତଦାନ ବନ୍ଦ ରହିଛି ଘଟଣା ସ୍ଥଳରେ ପୋଲିସ ମୁତୟନ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)