• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପୋଲିସ ଗାଡିରେ ବଣ୍ଟା ହେଉଛି ନୋଟ୍ । ଆଉ ଏହି ଟଙ୍କା ବାଣ୍ଟିଛନ୍ତି ବିଧାୟକଙ୍କ ଭାଇ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ବିଜେଡି ବିଧାୟକ ସରୋଜ ମେହେରଙ୍କ ସଂପର୍କୀୟ ଭାଇ ସୁଜିତ୍ ମେହେର ପୋଲିସ ଗାଡିରେ ଯାଇ ଟଙ୍କା ବାଣ୍ଟିଥିବା ଅଭିଯୋଗ ହୋଇଛି । ପାଟଣାଗଡ଼ ବ୍ଲକର ପାଣ୍ଡେସରା ଗାଁକୁ ଯାଇ ଭୋଟ୍ ପାଇଁ ନୋଟ୍ ବାଣ୍ଟିଥିଲେ ସୁଜିତ୍ ମେହେର ।

ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ମ୍ୟାନେଜର ଭାବରେ ସବୁ ଟଙ୍କା କାରବାର ବୁଝିଥାନ୍ତି । ଆଜି ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼, ବେଲପଡ଼ା ଓ ଖପ୍ରାଖୋଲ ବ୍ଲକରେ ମତଦାନ ଅନୁଷ୍ଠିତ ହେଉଛି । ଏହାର ଠିକ୍ ପୂର୍ବରୁ ଗତ ରାତିରେ ଶାସକ ଦଳର କର୍ମୀ ଏପରିକି ଖୋଦ୍ ବିଧାୟକଙ୍କ ଭାଇ ପୋଲିସ ଗାଡିରେ ଟଙ୍କା ବାଣ୍ଟିବା ଭିଡିଓ ଭାଇରାଲ ହୋଇଛି ।

ଆଜି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ । ସକାଳ ୭ଟାରୁ ଭୋଟ୍ ଆରମ୍ଭ ହୋଇସାରିଥିବା ବେଳେ ଏହା ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ଭୋଟ୍ ପାଇଁ ବାଲାଟ ପେପର ବ୍ୟବସ୍ଥା ହୋଇଛି । ଗୋଟିଏ ଗୋଟିଏ ବୁଥରେ ୩ଶହରୁ ୫ଶହ ଭିତରେ ଭୋଟର୍ ଭୋଟ ଦେବାର ବ୍ୟବସ୍ଥା ହୋଇଛି । ଏହି ପର୍ଯ୍ୟାୟରେ ୨୨ ହଜାରରୁ ଅଧିକ ବୁଥ୍ ରହିଥିବା ବେଳେ ୩ ହଜାର ୩୫୭ ବୁଥ୍ ଉତ୍ତେଜନାପ୍ରବଣ ଚିହ୍ନଟ ହୋଇଛି । କୋଭିଡ୍ ଗାଇଡଲାଇନ୍ ଭିତରେ ଭୋଟ୍ ଗ୍ରହଣ ହେବ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।