• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମାନବିକତାର ପରିଚୟ ଦେଇ ଦୁଇ ରୋଗୀଙ୍କ ଜୀବନ ରକ୍ଷାକଲେ ବିଏସ୍‌ଏଫ୍ ଯବାନ୍ । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ବିଏସ୍ଏଫ୍ ଯବାନଙ୍କ ଏହି ମହତ କାର୍ଯ୍ୟକୁ ସ୍ଥାନୀୟ ଲୋକେ ବେସ୍ ପ୍ରଶଂସା କରିଛନ୍ତି । ଦୁଇ ରୋଗୀଙ୍କୁ ଠିକ୍ ସମୟରେ ମେଡିକାଲ ପହଞ୍ଚାଇବା ଯୋଗୁଁ ସେମାନଙ୍କ ଜୀବନ ବଞ୍ଚିଯାଇଛି ।

ପଣସପୁଟ କୋଡିଗନ୍ଧି ଗାଁର ଜଣେ ମହିଳା ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଯବାନଙ୍କ ସାହାଯ୍ୟ ଲୋଡ଼ିଥିଲେ । ପରିବାର ଲୋକେ ପରେ ତାଙ୍କୁ ଘନବେଡ଼ା ବିଏସ୍ଏଫ୍ କ୍ୟାମ୍ପକୁ ଅଣାଯାଇଥିଲା । ସେହିପରି ଅନ୍ୟ ଜଣେ ମହିଳାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ମଧ୍ୟ କ୍ୟାମ୍ପକୁ ଅଣାଯାଇଥିଲା ।

କାଳ ବିଳମ୍ବ ନ କରି ଉଭୟଙ୍କୁ ବିଏସ୍ଏଫ୍ ଦ୍ୱାରା ପ୍ରଦାନ କରାଯାଇଥିବା ବୋଟ୍ ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ମେଡିକାଲ ନିଆଯାଇଥିଲା । ବିଏସ୍ଏଫ୍ ଯବାନ ମାନେ ରୋଗୀଙ୍କୁ ନେବା ଆଣିବାରେ ସାହାଯ୍ୟ କରିଥିଲେ । ଫଳରେ ଉଭୟ ଠିକ୍ ସମୟରେ ମେଡିକାଲ ପହଞ୍ଚିବା ଯୋଗୁଁ ଚିକିତ୍ସା ସେବା ମିଳିପାରିଥିଲା । ଯବାନଙ୍କ ଏଭଳି କାମ ଦେଖି ସ୍ଥାନୀୟ ବାସିନ୍ଦା ଖୁସି ପ୍ରକାଶ କରିଛନ୍ତି ।