• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପାଣି ସମସ୍ୟାକୁ ନେଇ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଘେରିଲେ

  • ପୁରୀ ଅସ୍ତରଙ୍ଗ ବ୍ଲକ ନଗର ପଞ୍ଚାୟତକୁ ଯାଇଥିବା ବେଳେ ବିରୋଧ

ନିଜ ଗାଁରେ କ୍ରୀଡ଼ା ମନ୍ତ୍ରୀ ହଟହଟା । ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ନିଜ ଗାଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଗର ପଞ୍ଚାୟତକୁ ଯାଇଥିବା ବେଳେ ଲୋକେ ବିରୋଧ କରିଛନ୍ତି । ଦଳୀୟ କର୍ମୀଙ୍କ ଘରକୁ ନିର୍ବାଚନ ପ୍ରଚାରରେ ଯାଇଥିବା ବେଳେ ସାଧାରଣ ଲୋକେ ପାଣି ସମସ୍ୟାକୁ ନେଇ ମନ୍ତ୍ରୀଙ୍କୁ ଘେରିଥିଲେ । ଫଳରେ କ୍ରୀଡ଼ା ମନ୍ତ୍ରୀ ଜଣେ ସମର୍ଥକଙ୍କ ଘରେ ଦୁଇ ଘଣ୍ଟା ଧରି ଅଟକ ରହିଥିଲେ । ପରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ ଲୋକେ ତାଙ୍କୁ ଛାଡ଼ିଥିଲେ ।

ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୦ଟା ପରେ ପ୍ରଚାର କରୁଥିଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା । ନିଜ ଗାଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଗର ପଂଚାୟତରେ ଘର ଘର ଯାଇ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ । ହେଲେ ହଠାତ୍‌ ପାନୀୟ ଜଳ ସମସ୍ୟାକୁ ନେଇ ସାଧାରଣ ଲୋକେ ମନ୍ତ୍ରୀଙ୍କୁ ଘେରି ଯାଇଥିଲେ । ‌ଏହାପରେ ମନ୍ତ୍ରୀ ଜଣଙ୍କ ଘରେ ପଶି ଯାଇଥିଲେ । ଦୀର୍ଘ ୨ ଘଣ୍ଟା ପାଖାପାଖି ସମୟ ମନ୍ତ୍ରୀ ଉକ୍ତ ବ୍ୟକ୍ତିଙ୍କ ଘରେ ରହିବା ପରେ ପୁଲିସ୍‌ ପହଞ୍ଚି ତାଙ୍କୁ ସେଠାରୁ ମୁକୁଳାଇଥିଲା ।

ନିଜ ଗାଁ କଥା ବୁଝି ପାରୁନାହାନ୍ତି ମନ୍ତ୍ରୀ । ହେଲେ ଭୋଟ୍ ବେଳେ ଅଚାନକ୍ ଆବିର୍ଭାବ ହୋଇଯାଉଛନ୍ତି । ଏଯାଏଁ ସେ ଗାଁର କୌଣସି ସମସ୍ୟାର ସମାଧାନ କରି ନାହାନ୍ତି । ଆଉ ଏବେ ରାତି ଅଧରେ ପହଞ୍ଚି ପ୍ରତିଶ୍ରୁତିର ପାହାଡ଼ ଲଦି ଦେଉଛନ୍ତି । ଏପରିକି ଭୋଟ ନ ଦେଲେ ଗାଁରେ ରହିବା ମୁସ୍କିଲ କରିଦେବେ ବୋଲି ବି ଧମକ ଦେଉଛନ୍ତି। ତେଣୁ ମନ୍ତ୍ରୀଙ୍କୁ ଘେରିଥିବା କହିଛନ୍ତି ଗ୍ରାମବାସୀ।