• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମତଦାନ କେନ୍ଦ୍ରରେ ଉତ୍ତେଜନା । ବ୍ରହ୍ମଗିରି ବ୍ଲକ ରହାଡମଲ ପଞ୍ଚାୟତ ନିଶୀମହର ଗାଁରେ ମତଦାନକୁ କେନ୍ଦ୍ର କରି ଉତ୍ତେଜନା ସୃଷ୍ଟି ହୋଇଛି । ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକଙ୍କ ମାଡ଼ରେ ୫ ଜଣ ଆହତ ହୋଇଛନ୍ତି । ଆହତ ୫ ଜଣଙ୍କୁ ରେବଣା ନୂଆଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  । ଠେଙ୍ଗା ଓ ଶାବଳ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । 

ଆଜି ସକାଳୁ ମତଦାନ ଚାଲିଥିବା ବେଳେ ଏକ ରାଜନୈତିକ ଦଳ ଜୋର୍ ଜବରଦସ୍ତ ମତଦାନ କେନ୍ଦ୍ରରେ ପଶିଯାଇଥିଲା । ଭୋଟିଂ ଚାଲିଥିବା ବେଳେ ଏପରି ବଳପୂର୍ବକୁ ବୁଥ୍ ଭିତରକୁ ପଶିବା ନେଇ ଲୋକେ ବିରୋଧ କରିଥିଲେ । ଫଳରେ ସଂପୃକ୍ତ ରାଜନୈତିକ ଦଳର ସମର୍ଥକ ମାନେ ଠେଙ୍ଗା ଓ ଶାବଳରେ ମାରପିଟ୍ ଆରମ୍ଭ ହୋଇଯାଇଥିଲା । ଫଳରେ ୫ ଜଣ ଆହତ ହୋଇଥିଲା ଓ ଆହତଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ।

ଅନ୍ୟପଟେ ଯାଜପୁର ଜିଲ୍ଲା ସୁଜନପୁର ପଞ୍ଚାୟତରେ ବୁଥ୍ ଭଙ୍ଗାରୁଜା ହୋଇଛି । ସୁଜନପୁର ପଞ୍ଚାୟତର ହସନପୁର ଗାଁ ଦୁର୍ଗାପୁର ଅଙ୍ଗନଓ୍ୱାଡ଼ି କେନ୍ଦ୍ରର ୧ ନମ୍ବର ବୁଥରେ ଭଙ୍ଗାରୁଜା ଯୋଗୁଁ ବନ୍ଦ ରହିଛି ମତଦାନ । ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା କାରଣରୁ କବାଟ ଭାଙ୍ଗିବା ସହ ବାଲଟ ପେପର ଷ୍ଟାମ୍ପକୁ ଲୋକେ ନେଇଯାଇଥିବା ଅଭିଯୋଗ ହୋଇଛି । ଫଳରେ ବୁଥରେ ମତଦାନ ବନ୍ଦ ରହିଛି ଘଟଣା ସ୍ଥଳରେ ପୋଲିସ ମୃତୟନ କରାଯାଇଛି ।

ସେହିପରି ଗତକାଲି ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ ବାସୁଦେବପୁରର ଅପରାହ୍ନରେ ଜଣେ ସରପଞ୍ଚ ପ୍ରାର୍ଥୀ ରବି ରବିନାରାୟଣ ପାଢ଼ୀଙ୍କ ପ୍ରଚାର ଶୋଭାଯାତ୍ରା ଚାଲିଥିବାବେଳେ ପ୍ରତିପକ୍ଷ ଗୋଷ୍ଠୀର କିଛି ସମର୍ଥକ ହଠାତ୍ ମାରଣାସ୍ତ୍ର ଧରି ସଂଘବଦ୍ଧ ଆକ୍ରମଣ କରିଥିଲେ । ଏଥିରେ ୨ ମହିଳାଙ୍କ ସମେତ ୫ ଜଣ ରକ୍ତାକ୍ତ ହୋଇଥିଲେ। ଦୀର୍ଘ ସମୟର ମାରପିଟ୍ ପରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଦିଗପହଣ୍ଡି ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦାଏର କରିଛି।