• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜି ଠାରୁ ଆରମ୍ଭ ହୋଇଛି ପଞ୍ଚାୟତ ଫାଇଟ୍ । ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ମତଦାନ କେନ୍ଦ୍ରରେ ଲମ୍ବା ଲାଇନର ଛିଡ଼ା ହୋଇଛନ୍ତି ଭୋଟର୍ । ହେଲେ ଏହାରି ଭିତରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସାର ଖବର ଆସିଛି । କେଉଁଠି ଗୁଳିମାଡ଼ ହୋଇଛି ତ କେଉଁଠି ଗଣ୍ଡଗୋଳ ଆଉ ପୁଣି ଭଙ୍ଗାରୁଜା ହୋଇଛି ।

ସମ୍ବଲପୁରର ଠେଲକୁଲି ଘିଚାମୁରା ପଞ୍ଚାୟତ ଦେଉରା ଗାଁ ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ଗୁଳିମାଡ଼ । ସରପଞ୍ଚ ପ୍ରାର୍ଥୀ ଲଳିତ କୁମାର ସାହୁଙ୍କ ଦେଉରା ଗାଁସ୍ଥିତ ଘର ଉପରକୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଲଳିତଙ୍କ ଘର କବାଟରେ ୨ ଟି ଗୁଳି ଚିହ୍ନ ରହିଥିବା ବେଳେ କେହି ଆହତ ହୋଇ ନଥିବା ଜଣାଯାଇଛି । କବାଟରେ ୨ଟି ଗୁଳି ଚିହ୍ନ ଥିବା ସୂଚନା ମିଳିଛି ।

ସେହିପରି କଟକ ଜିଲ୍ଲା ସାଲେପୁର ବ୍ଲକର ଶିଶୁଆ ଗ୍ରାମ ପଂଚାୟତର ସମିତି ସଭ୍ୟ ପ୍ରାର୍ଥୀ ଦିଲ୍ଲୀପ ଦାଶଙ୍କ ଘରକୁ ଉପରକୁ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିଲା । ଦିଲ୍ଲୀପଙ୍କ ଶୋଇବା ଘର ଝରକାକୁ ଲକ୍ଷ୍ୟ କରି ଲଗାତାର ଦୁଇଟି ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ସାଲେପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପଟେ କଣ୍ଟାମାଳରେ ଭୋଟ ପାଇଁ ରାଜି ନହେବାରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ମନମୁଣ୍ଡା ଥାନା ହାତୀପାଲି ଗାଁରେ ଜଣେ ବ୍ୟକ୍ତିଙ୍କ ଘର ଉପରକୁ ଆକ୍ରମଣ କରାଯାଇଛି । କବାଟ, ଝରକା ଭାଙ୍ଗିବା ସହ ପରିବାର ଲୋକଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି ।