• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଗାଁରେ ରାସ୍ତା ଓ ପାନୀୟ ଜଳ ସମସ୍ୟାକୁ ନେଇ ଭୋଟ୍ ବର୍ଜନ

  • ପୂର୍ବରୁ ପ୍ରଚାର ପାଇଁ ଆସୁଥିବା ନେତାଙ୍କୁ ବି ବିରୋଧ କରିଥିଲେ

ରାସ୍ତା ଓ ପାଣି ସମସ୍ୟା ପାଇଁ ଭୋଟ୍ ବର୍ଜନ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଦୁନ୍ଦେଲମାଲ ପଞ୍ଚାୟତର ଉପରଦୁଣ୍ଡା ଓ ତଳଦୁଣ୍ଡାବାସୀ ଭୋଟ ବର୍ଜନ କରିଛନ୍ତି । ଗାଁରେ ଦୀର୍ଘ ଦିନ ଧରି ରାସ୍ତା ଓ ପାନୀୟ ଜଳ ସମସ୍ୟା ଲାଗିରହିଛି । ଏହାକୁ ନେଇ ଗ୍ରାମବାସୀ ପୋଲିଂ ଅଧିକାରୀଙ୍କୁ ଗତକାଲିଠୁ ଗାଁକୁ ଛାଡୁନାହାନ୍ତି । ଗତକାଲି ପୋଲିଂ ଅଧିକାରୀଙ୍କୁ ଗାଁକୁ ପ୍ରବେଶ କରାଇ ଦେଇନଥିଲେ ।

ଆଜି ସକାଳୁ ପୋଲିଂ ଅଧିକାରୀମାନେ ଯିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଗ୍ରାମବାସୀଙ୍କ ପ୍ରବଳ ବିରୋଧ ଯୋଗୁଁ ପଶି ପାରିନଥିଲେ । ପୂର୍ବରୁ ପ୍ରଚାର ପାଇଁ ଆସୁଥିବା ନେତାଙ୍କୁ ମଧ୍ୟ ବିରୋଧ କରିଥିଲେ ଗ୍ରାମବାସୀ । ଗତ ସାଧାରଣ ନିର୍ବାଚନ ସମୟରେ ନେତାମାନେ ଏହି ଗାଁକୁ ରାସ୍ତା ଓ ପାନୀୟ ଜଳ ସୁବିଧା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ହୋଇନଥିବାରୁ ଅସନ୍ତୁଷ୍ଟ ଗ୍ରାମବାସୀ ଭୋଟ୍ ବର୍ଜନ କରିଛନ୍ତି ।

ସେପଟେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ଓ ଗୋଲାମୁଣ୍ଡା ବ୍ଲକରେ ଆଜି ସକାଳୁ ଭୋଟ୍ ଗ୍ରହଣ ଚାଲିଛି । ବିବାଦୀୟ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ରଙ୍କ ନିର୍ବାଚନ ମଣ୍ଡଳୀର ଦୁଇଟି ବ୍ଲକରେ ଭୋଟିଂ ସୁରୁଖୁରୁରେ ଚାଲିଛି । ତେବେ ଥଣ୍ଡା ଅଧିକ ପଡିଥିବାରୁ ବୁଥ୍ ଗୁଡିକରେ ଗହଳି ଟିକେ କମ୍ ରହିଛି ।