ସଂକ୍ଷେପରେ ଆଜିର ତାଜା ଖବର - Saturday, 08 January 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

୧୦ରୁ ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ

ତୃତୀୟ ଲହରରେ ଦେଶରେ କେମିତି ସୁନାମି ଭଳି ମାଡ଼ି ଚାଲିଛି, କୋଭିଡ୍‌ ଦୈନିକ ସଂକ୍ରମଣ ସ୍ପଷ୍ଟ କରିଛି। More

ଢିଙ୍କିଆକୁ ଛାଡ଼ି ରାଜ୍ୟରେ ସବୁଠି ହେବ ପଞ୍ଚାୟତ ନିର୍ବାଚନ !

ରାଜ୍ୟ ପଂଚାୟତିରାଜ ବିଭାଗ ପକ୍ଷରୁ ଆଜି ଏକକାଳୀନ ୩ଟି ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି। More

ବଢ଼ି ଚାଲିଛି କରୋନା ମିଟର; ମାଡ଼ି ଚାଲିଛି ଓମିକ୍ରନ୍

ଉଗ୍ର ରୂପ ନେଇ ଚାଲିଛି କରୋନାର ନୂଆ ଭାରିଆଣ୍ଟ୍। ରାଜ୍ୟରୁ ଆଉ ୧୪ ଓମିକ୍ରନ୍ ଆକ୍ରାନ୍ତ ବାହାରିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୭୫କୁ ବୃଦ୍ଧି ପାଇଛି। More

ଦୁଇ ଅକର୍ମଣ୍ୟ ପୁଅ ଓ ରୋଗୀଣା ଝିଅଙ୍କୁ ନେଇ ଦୟନୀୟ ଅବସ୍ଥାରେ ବୃଦ୍ଧା ! ଜରିପାଲ ତଳେ ବିତୁଛି ଚାରିପ୍ରାଣୀ କୁଟୁମ୍ବଙ୍କ ଜୀବନ

ସାନ ପୁଅ ମୂଲ ଲାଗି ଯାହା ରୋଜଗାର କରନ୍ତି ସେଥିରେ ଘର ଚଳିବା କଷ୍ଟକର ହୋଇଥାଏ । ଓଳିଏ ଖାଇଲେ ଓଳିଏ ଓପାଷରେ ରହୁଥିବା ଏହି ପରିବାରକୁ ସାଇ ପଡୋଶୀ କେତେବେଳେ କେମିତି ସାହାଯ୍ୟ କରିଥାନ୍ତି । More

ଜଙ୍ଗଲଜମି ପଟ୍ଟା ନଦେଲେ ଆଗକୁ ଉଗ୍ର ହେବ ଆନ୍ଦୋଳନ

ମିଳିନି ଜଙ୍ଗଲପଟ୍ଟା ଜମି, ଆନ୍ଦୋଳନ ପାଇଁ ଧମକ ଦେଲେ ଆଦିବାସୀ More

ରାଜ୍ୟର ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ବଡ଼ ଘୋଷଣା

ସେବା ନିବୃତ୍ତ ହେଉଥିବା ଅଙ୍ଗନବାଡ଼ି କର୍ମୀଙ୍କ ମଧ୍ୟ ପ୍ରୋତ୍ସାହନ ରାଶି ବୃଦ୍ଧି। More

ପିଲା ଖେଳୁଥିବା ବେଳେ ମାଡ଼ିଆସିଲା ହେଲିକପ୍ଟର

ଗଜପତି ଷ୍ଟାଡିୟମରେ ଲ୍ୟାଣ୍ଡିଂ ପାଇଁ ଉଦ୍ୟମ କରିବାରୁ ସେଠାରେ ଖେଳୁଥିବା ପିଲାମାନେ ଭୟଭୀତ ହୋଇ ଯିଏ ଯେଉଁଆଡେ ଦୌଡି ପଳାଇଥିଲେ। More

ପରିବେଶ ସନ୍ତୁଳନ ରକ୍ଷା କରିବାରେ ବାଦୁଡ଼ିର ଭୂମିକା ଗୁରୁତ୍ୱପୂର୍ଣ୍ଣ ! ଲୁପ୍ତପ୍ରାୟ ପକ୍ଷୀର ସୁରକ୍ଷା ପାଇଁ ଅଡ଼ି ବସିଛନ୍ତି ଗ୍ରାମବାସୀ

ଗାଁର ଅନେକ ଗଛରେ ବାଦୁଡ଼ି ନିର୍ଭୟରେ ରୁହନ୍ତି । ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଅନ୍ୟ କିଛି ବିପଦ ଘଟଣା ଘଟିବା ପୂର୍ବରୁ ପକ୍ଷୀ ଗାଁ ଲୋକଙ୍କୁ ସୂଚନା ଦେଇଥାଏ ବୋଲି ଗାଁ ରେ ମାନ୍ୟତା ରହିଅଛି । ଆଉ ବାଦୁଡିର ଏହି ଉପକାରିତାକୁ ରାମଗଡ଼ ପଞ୍ଚୟତବାସୀ ବେଶ୍ ଭଲ ଭାବରେ ବୁଝି ପାରିଛନ୍ତି । More

ରାଜ୍ୟରେ ପୁଣି ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୧୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ୍ ଚିହ୍ନଟ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଲା ILS More

ଦୁଷ୍କର୍ମ ନୁହେଁ ବରଂ କରେଣ୍ଟ ଯୋଗୁଁ ଯୁବତୀଙ୍କ ଗଲା ପ୍ରାଣ

ମିଛ ମୃତ୍ୟୁ ମାମଲା ରଚିଥିଲେ ପରିବାର ଲୋକେ, କିନ୍ତୁ ସତର ଖୁଲାସା କଲା ପୋଲିସ୍ More

ଚର୍ଚ୍ଚାରେ ୪ ଶିକ୍ଷିତ ଭଉଣୀ, ପରିବାର ପାଇଁ ଖୋଲିଲେ ଫାଷ୍ଟଫୁଡ ଦୋକାନ

୪ ଭଉଣୀଙ୍କୁ ସଲାମ। ବାପାଙ୍କ ହାତକୁ ଶକ୍ତ କରିବାକୁ ୪ ଶିକ୍ଷିତ ଭଉଣୀ ମିଶି ପଦାକୁ ଗୋଡ଼ କାଢ଼ିଲେ। ଆଉ ଏକ ଠେଲା ଗାଡ଼ିରେ ଆରମ୍ଭ କରିଦେଲେ ଫାଷ୍ଟଫୁଡ ଦୋକାନ। ଆଉ ଘର ପାଇଁ ଦୁଇ ପଇସା ରୋଜଗାର କରି ଭାଇର ପାଠ ପଢ଼ା ଖର୍ଚ୍ଚ ତୁଲାଇଲେ। More

କରୋନା ଭୟ ! ବିମାନ ବନ୍ଦର ଏବେ ଖାଁ ଖାଁ

BMC ପକ୍ଷରୁ RTPCR ଟେଷ୍ଟ ଲାଗି ସବୁ ସୁବିଧା ଯୋଗାଇ ଦିଆଯାଇଛି । BMCର ନୂଆ ନିର୍ଦ୍ଦେଶନାମା ଅନୁସାରେ ଯେଉଁମାନେ ୭୨ଘଣ୍ଟା ମଧ୍ୟରେ RTPCR ପରୀକ୍ଷା କରିଥିବେ, ସେମାନଙ୍କର ଆଉ ବିମାନବନ୍ଦରରେ କୋଭିଡ ଟେଷ୍ଟ ହେବନି । More

ଅମାନିଆ ସାବଧାନ୍ ! ନିୟମ ଭାଙ୍ଗିଲେ ଭୋଗିବ

ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଟ୍ରାଫିକ ପୋଷ୍ଟରେ ଖୋଦ୍ ଟ୍ରାଫିକ ଡିସିପି ଏସ୍. ସୁଶ୍ରୀ । ବ୍ୟସ୍ତ ବହୁଳ ଟ୍ରାଫିକ୍‌କୁ କେମିତି କଣ୍ଟ୍ରୋଲ କରିବେ କେମିତି ଟ୍ରାଫିକ ସମସ୍ୟା ସୁଧୁରିବ, ଏନେଇ ବ୍ରୁପ୍ରିଣ୍ଟ ତିଆରି ହେଉଛି ବୋଲି କହିଛନ୍ତି ଟ୍ରାଫିକ ଡିସିପି ସୁଶ୍ରୀ । More

ପ୍ରଥମେ ମନ୍ଦିର ଯିବାକୁ ଲାଗିଲା କଟକଣା, ଆଉ ଏବେ ସ୍ୱର୍ଗଦ୍ୱାର

ପୁରୀ ପ୍ରଶାସନ ପକ୍ଷରୁ ସ୍ୱର୍ଗଦ୍ୱାରରେ ଶବ ପୋଡ଼ା ନେଇ ଲାଗିଲା କଟକଣା । ଆସନ୍ତା ସୋମବାରରୁ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ବନ୍ଦ ବୋଲି କହିଛି ପୁରୀ ପ୍ରଶାସନ । ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଲୋକଙ୍କ ଶବ ସତ୍କାର ପାଇଁ ବାରଣ କରାଯାଇଛି More

ଚିନ୍ତା ବଢ଼ାଇଲାଣି ସଂକ୍ରମଣ ବେଗ ! ଦିନକଟରେ ଦେଢ଼ ଲକ୍ଷ ପଜିଟିଭ୍‌, ମୃତ୍ୟୁ ସଂଖ୍ୟା ୫ ଲକ୍ଷ ଛୁଇଁବ

ରାଜ୍ୟରେ ଆଜି ରାଜ୍ୟରେ ଦିନକରେ ୩୬୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨୧୪୮, ଲୋକାଲ୍ କେସ୍ ୧୫୩୧ ଜଣ ଚିହ୍ନଟ ହୋଇଛନ୍ତି । More

ରାଜ୍ୟରେ କାୟା ମେଲାଉଛି କରୋନା: ଦିନକରେ ୩୬୭୯ ଚିହ୍ନଟ

ଆଜି ରାଜ୍ୟରେ ଦିନକରେ ୩୬୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨୧୪୮, ଲୋକାଲ୍ କେସ୍ ୧୫୩୧ ଜଣ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୩୮୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । More

ରାଜଧାନୀରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ୍; ସଂଖ୍ୟା ୨୫ କୁ ବୃଦ୍ଧି

ଭୁବନେଶ୍ୱରରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ୍ । ଆଉ ୧୧ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ(BMC)। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ବିଏମ୍‌ସିର ନର୍ଥ ଜୋନ୍‌ର ୪ଟି ଓ ଦକ୍ଷିଣପୂର୍ବ ଜୋନ୍‌ର ୭ଟି ସ୍ଥାନ କଣ୍ଟେନମେଣ୍ଟ କରାଯାଇଛି । ଯାହା ପରେ ରାଜଧାନୀରେ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । More

ବାହାରିଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା

୧୫ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ । ଅନୁସୂଚିତ ଜନଜାତି ପାଇଁ ୭ ଜିଲ୍ଲା ପରିଷଦ ପଦବୀ ସଂରକ୍ଷିତ । ଅନୁସୂଚିତ ଜାତିଙ୍କ ପାଇଁ ୫ ଅଧ୍ୟକ୍ଷ ପଦବୀ ସଂରକ୍ଷିତ ଘୋଷଣା । More

ତାରାତାରିଣୀ-ମାଆ ବୁଢ଼ି ଠାକୁରାଣୀ-ସିଦ୍ଧ ଭୈରବୀ, ସବୁଠି ଭକ୍ତଙ୍କୁ ବାରଣ

ସମସ୍ତ ଧର୍ମାନୁଷ୍ଠାନରେ କେବଳ ଅଳ୍ପ ସଂଖ୍ୟକ ବ୍ୟକ୍ତି ଓ ମନ୍ଦିରରେ ନୀତିକାନ୍ତି ସହ ସଂପୃକ୍ତ ବ୍ୟକ୍ତିକୁ ଯିବାକୁ ଅନୁମତି ରହିଛି । ନିୟମକୁ କଡ଼ାକଡ଼ି ପାଳନ କରିବାକୁ ସ୍ଥାନୀୟ ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି ।  More

Daily Horoscope 08 Jan 2022: ଆସନ୍ତୁ ଜାଣିବା ଆଜିର ରାଶିଫଳ

ଆଜି ୨୦୨୨ ମସିହା ଜାନୁଆରୀ ତା ୮ ତାରିଖ ଶନିବାର । ଧନୁ ୨୪ ଦିନ ପୌଷ ମାସ ଶୁଳ୍କ ପକ୍ଷ ଷଷ୍ଠୀ, ଭୁକ୍ତ ସପ୍ତମୀ ତିଥି ଉତ୍ତର ଭାଦ୍ର ନକ୍ଷତ୍ର ମୀନ ଚନ୍ଦ୍ର । More

ସ୍ୱଳ୍ପ ଅନ୍ତର ପରେ ପୁଣି ଚାଷୀ ମୁଣ୍ଡରେ ବର୍ଷା ଚଡ଼କ, କ’ଣ କରିବେ ବୁଦ୍ଧି-ବାଟ ଦିଶୁନି

ଆସନ୍ତାକାଲି କିଛି ଜିଲ୍ଲାରେ ସାମାନ୍ୟ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ୧୦ ତାରିଖରେ ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । More

କରୋନା ଭୟ ! ସବୁ ସୁନ୍‌ସାନ୍‌, ଦୋକାନ ବଜାର ବନ୍ଦ; ଦେଖନ୍ତୁ ଫଟୋ

ହୁ ହୁ ହୋଇ ବଢୁଥିବା କରୋନା ସଂକ୍ରମଣକୁ ଦେଖି ସାରା ରାଜ୍ୟରେ କଡ଼ାକଡ଼ି ହୋଇଛି କରୋନା କଟକଣା । ଗତ ରାତିରୁ ରାଜଧାନୀ ସମେତ ସବୁ ସହରାଞ୍ଚଳରେ ଲାଗୁ ହୋଇଛି ନାଇଟ କର୍ଫ୍ୟୁ । More

ବିନା ଦର୍ଶକରେ ବାରବାଟୀରେ ହେବ ଟି-ଟ୍ୱେଣ୍ଟି ମ୍ୟାଚ୍‌

ପରିସ୍ଥିତିକୁ ଦେଖି ବିନା ଦର୍ଶକରେ ମ୍ୟାଚ୍‌ ଆୟୋଜନ ପାଇଁ ଓସିଏ ପ୍ରସ୍ତୁତ ଥିବା କହିଛନ୍ତି ସିଇଓ ସୁବ୍ରତ ବେହେରା । More

ପ୍ରିକସନାରି ଡୋଜ୍ ପାଇଁ ଆବଶ୍ୟକ ନାହିଁ ନୂଆ ରେଜିଷ୍ଟ୍ରେସନ, ମିଳିବ ଡାଇରେକ୍ଟ ଆପଏଣ୍ଟମେଣ୍ଟ

୨ ଡୋଜ୍ ଟିକା ନେଇଥିଲେ ସିଧା ଆପଏଣ୍ଟମେଣ୍ଟ ନେଇପାରିବେ । କାଲି ସଂଧ୍ୟା ସୁଦ୍ଧା ଆରମ୍ଭ ହେବ ଅନ୍‌ଲାଇନ୍ ଆପଏଣ୍ଟମେଣ୍ଟ । ୧୦ ତାରିଖରୁ ଆରମ୍ଭ ହେବ ଅନସାଇଟ୍ ଆପଏଣ୍ଟମେଣ୍ଟ । More

ପୁଣି ବିବାଦରେ ମନ୍ତ୍ରୀ ପ୍ରତାପ ଜେନା, ମହିଳାଙ୍କ ଆଗରେ କହିଲେ ଅଶ୍ଲୀଳ ଭାଷା

ଆଇନ ମନ୍ତ୍ରୀ ପ୍ରତାପ ଜେନା ପୁଣି ବିବାଦ ଘେରକୁ ଆସିଛନ୍ତି । ନିଜର ଚିରାଚରିତ ଢଙ୍ଗରେ ସର୍ବସାଧାରଣ ସ୍ଥାନରେ ସେ ମହିଳାଙ୍କ ଆଗରେ ବି ଅଶ୍ଲୀଳ ଭାଷା କହିବାକୁ ସଙ୍କୋଚ କରୁନାହାନ୍ତି । କ୍ୟାମେରାରେ କଏଦ୍ ହୋଇଛି ମନ୍ତ୍ରୀଙ୍କ ଭାଷା । କଂଗ୍ରେସ କହିଛି, ମୁଖ୍ୟମନ୍ତ୍ରୀଙ୍କର ଚଏସ୍ ଏମିତି। More

ବିଜେଡି ନେତାଙ୍କୁ ଗ୍ରାସୁଛି କରୋନା, ପୁଣି ଦୁଇ ନେତା ପଜିଟିଭ୍‌

ଗତକାଲି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ହାଇଭୋଲଟେଜ୍‌ ନେତା ତଥା ଝାରସୁଗୁଡ଼ା ବିଧାୟକ ନବ ଦାସ କରୋନା ସଂକ୍ରମିତ ଚିହ୍ନାଟ ହୋଇଥିଲେ । ଆଉ ଆଜି ଆଉ ଦୁଇ ଜଣ ନେତା କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । More

ବଢୁଛି ସଂକ୍ରମଣ : ଲାଗୁ ହେଲା ନାଇଟ୍‌ କର୍ଫ୍ୟୁ

ରାଜ୍ୟରେ ବଢୁଛି ସଂକ୍ରମଣ : ସବୁ ସହରାଞ୍ଚଳରେ ଲାଗୁ ହେଲା ନାଇଟ୍‌ କର୍ଫ୍ୟୁ More