• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ । ଅନୁସୂଚିତ ଜାତି/ଜନଜାତି ଓ ମହିଳାମାନଙ୍କ ପାଇଁ ସଂରକ୍ଷଣ ତାଲିକା । ସଂରକ୍ଷଣ ତାଲିକା ପ୍ରକାଶ କଲା ପଞ୍ଚାୟତିରାଜ ବିଭାଗ । ୧୫ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ । ଅନୁସୂଚିତ ଜନଜାତି ପାଇଁ ୭ ଜିଲ୍ଲା ପରିଷଦ ପଦବୀ ସଂରକ୍ଷିତ । ଅନୁସୂଚିତ ଜାତିଙ୍କ ପାଇଁ ୫ ଅଧ୍ୟକ୍ଷ ପଦବୀ ସଂରକ୍ଷିତ ଘୋଷଣା । ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ୩ ଅଧ୍ୟକ୍ଷ ପଦ ମହିଳାଙ୍କୁ ମିଳିବ ବୋଲି ନିଷ୍ପତି ହୋଇଛି । ସଂରକ୍ଷିତ ନ ଥିବା ଆଉ ୮ଟି ଜିଲ୍ଲା ପରିଷଦରେ ମହିଳା ଅଧ୍ୟକ୍ଷ ରହିବେ । ୧୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅଣ ସଂରକ୍ଷିତ ଘୋଷଣା କରାଯାଇଛି । ଏନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଅବଗତ କଲା ପଞ୍ଚାୟତିରାଜ ବିଭାଗ ।

ତେବେ ତାଲିକା ଉପରେ ନଜର ପକାନ୍ତୁ:-

ଅନୁଗୁଳ ଜିଲ୍ଲା ଅଣ ସଂରକ୍ଷିତ

କଟକ- ଅଣ ସଂରକ୍ଷିତ ।
କନ୍ଧମାଳ- ଅସୁସୂଚିତ ଜନଜାତି ମହିଳା
କଳାହାଣ୍ଡି- ଅଣ ସଂରକ୍ଷିତ
କେନ୍ଦୁଝର- ଅଣ ସଂରକ୍ଷିତ
କେନ୍ଦ୍ରାପଡ଼ା- ଅନୁସୂଚିତ ଜାତି ମହିଳା
କୋରାପୁଟ- ଅନୁସୂଚିତ ଜନଜାତି ମହିଳା
ଖୋର୍ଦ୍ଧା- ମହିଳା
ଗଜପତି- ଅଣ ସଂରକ୍ଷିତ
ଗଞ୍ଜାମ- ମହିଳା
ଜଗତସିଂହପୁର- ଅନୁସୂଚିତ ଜାତି
ଝାରସୁଗୁଡ଼ା- ମହିଳା
ଢ଼େଙ୍କାନାଳ- ମହିଳା
ଦେବଗଡ଼- ଅଣ ସଂରକ୍ଷିତ
ନବରଙ୍ଗପୁର- ଅନୁସୂଚିତ ଜନଜାତି
ନୟାଗଡ଼- ଅଣ ସଂରକ୍ଷିତ
ନୂ;ପଡ଼ା- ମହିଳା
ପୁରୀ- ମହିଳା
ବରଗଡ଼- ଅଣ ସଂରକ୍ଷିତ
ବଲାଙ୍ଗିର- ମହିଳା
ବାଲେଶ୍ୱର- ଅଣ ସଂରକ୍ଷିତ
ବୌଦ୍ଧ- ଅନୁସୂଚିତ ଜାତି ମହିଳା
ଭଦ୍ରକ- ଅନୁସୂଚିତ ଜାତି
ମୟୂରଭଞ୍ଜ- ଅନୁସୂଚିତ ଜନଜାତି
ମାଲକାନଗିରି- ଅନୁସୂଚିତ ଜନଜାତି ମହିଳା
ଯାଜପୁର- ଅନୁସୂଚିତ ଜାତି ମହିଳା
ରାୟଗଡ଼ା- ଅନୁସୂଚିତ ଜନଜାତି ମହିଳା
ସମ୍ବଲପୁର- ମହିଳା
ସୁନ୍ଦରଗଡ଼- ଅନୁସୂଚିତ ଜନଜାତି
ସୁବର୍ଣ୍ଣପୁର- ଅଣ ସଂରକ୍ଷିତ

ଅନ୍ୟପଟେ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଡାକିଛନ୍ତି ବୈଠକ । ଆଜି ଦିନ ୧୧ଟାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ । CS, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଏହି ବୈଠକରେ ଯୋଗଦେବେ । କରୋନା ସଂକ୍ରମଣ ମାଡ଼ି ଚାଲିଥିବାରୁ ନିର୍ବାଚନ ସମ୍ପର୍କିତ ଆଲୋଚନା ହେବ ବୋଲି ସୂଚନା ମିଳିଛି । 

ସୂଚନାଯୋଗ୍ୟ, ସାରା ରାଜ୍ୟରେ ଏବେ କରୋନା କହର ଜାରି ରହିଛି ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୬୭୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨୧୪୮, ଲୋକାଲ୍ କେସ୍ ୧୫୩୧ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୩୮୪ ଚିହ୍ନଟ । ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୬୬ ହଜାର ୧୫୫କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୧୨୨୩ ଆକ୍ରାନ୍ତ ଚିହ୍ନଟ । ସୁନ୍ଦରଗଡ଼ରେ ୫୮୨, ସମ୍ବଲପୁରରେ ୩୭୨, କଟକରେ ୩୧୦, ଷ୍ଟେଟ୍ ପୁଲ୍‌ରେ  ୨୮୯, ଝାରସୁଗୁଡ଼ାରେ ୧୩୪, ପୁରୀରେ ୧୦୦, ମୟୂରଭଞ୍ଜରେ ୮୦, ଯାଜପୁରରେ ୭୮, ଅନୁଗୁଳରେ ୫୫, ବରଗଡ଼ରେ ୪୮, କେନ୍ଦୁଝର ଓ ନବରଙ୍ଗପୁରରୁ ୪୪ ଲେଖାଏଁ, ଗଞ୍ଜାମରୁ ୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।