• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଶୀତରେ ଥରୁଛି ସାରା ଓଡ଼ିଶା । ସବୁଠି ପାରଦ ତଳ ମୁହାଁ ହେଉଥିବାରୁ ଥଣ୍ତାରେ ଥରୁଛି ପୁରା ରାଜ୍ୟ । ରାତି ତାପମାତ୍ରା ସ୍ୱାଭାବିକଠାରୁ ୨ ରୁ ୩ ଡିଗ୍ରୀ ତଳକୁ ଖସି ଆସିଛି । ୧୦ ଡିଗ୍ରୀ ତଳେ ରାଜ୍ୟର ପ୍ରାୟ ୧୪ ଟି ସହରର ତାପମାତ୍ରା । ଗତ କିଛିଦିନ ହେଲା ଶୀତ ସହ ୮ରୁ ଅଧିକ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି । ବିଶେଷ କରି କେନ୍ଦୁଝର, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ବଲାଙ୍ଗିର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଏବଂ ଢେଙ୍କାନାଳ ଆଦି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି ।

ଅନ୍ୟପଟେ ସାରା ରାଜ୍ୟରେ ଶୀତ ପଡ଼ିଥିବା ବେଳେ କେନ୍ଦୁଝରରେ ଗତ ୪ ଦିନ ହେଲା ଅଚାନକ ଥଣ୍ଡା ପଡିଛି । ଥଣ୍ଡା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତେବେ ପ୍ରବଳ ଥଣ୍ଡାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭ୍ୟନ୍ତରିଣ ଅଞ୍ଚଳରେ ଲୋକଙ୍କର ସମସ୍ୟା ପ୍ରତି ସଜାଗ ରହିବାକୁ କୁହାଯାଇଛି । ସେପଟେ କନ୍ଧମାଳ ଜି. ଉଦୟଗିରିରେ ପାରଦ ୫ ଡିଗ୍ରୀକୁ ଖସି ଆସିଥିଲା । ଗତ ୧୦ ତାରିଖରୁ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି । ସଦର ମହକୁମା ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ଓ ଦାରିଙ୍ଗବାଡ଼ିରେ ୮.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

ଆଜି ଓ ଆସନ୍ତାକାଲି ରାଜ୍ୟରେ ଅନେକ ସ୍ଥାନରେ ରାତି ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି । ଏଣୁ ଶୀତ କମି ଯାଇପାରେ । କିନ୍ତୁ ପରେ ପରେ ପୁଣି ତାପମାତ୍ରା କମିବ ଓ ଥଣ୍ତା ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଉପକୂଳରେ ହାଲୁକା କୁହୁଡ଼ି ହେବାର ସମ୍ଭାବନା ରହିଛି ।

କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହେଉଛି । ଆଗାମୀ ୪ରୁ ୫ ଦିନ ଯାଏଁ ଏଭଳି ପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । କନ୍ଧମାଳ ଜିଲ୍ଲାରେ ଶୀତ କିଛିଟା ଅଧିକ ଅନୁଭବ ହେଉଛି । ଜିଲ୍ଲାରେ ସର୍ବନିମ୍ନ ତାପମାତ୍ର ୧୦ ଡିଗ୍ରୀ ତଳେ ରହିଛି। ପ୍ରବଳ ଶୀତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଲେଣି। ସେହପରି ମୟୂରଭଞ୍ଜର ଉଦଳାରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି ।