Advertisment

କଲବଲ କରୁଛି ଜାଡ଼, ସକାଳୁ ଘରୁ ବାହାରିବା ମୁସ୍କିଲ୍

ବଢ଼ୁଥିବା ଶୀତ ଲୋକଙ୍କ ଦିନଚର୍ଯ୍ୟାକୁ ବଦଳାଇ ଦେଇଛି। ସକାଳୁ ଘରୁ ବାହାରିବା ମୁସକିଲ୍ ହୋଇପଡ଼ିଛି।

author-image
Santosh Kumar Sahoo
undefined

Cold Wave

ଶୀତରେ ଥରୁଛି ସାରା ରାଜ୍ୟ। ଉତ୍ତରରୁ ଦକ୍ଷିଣ, ଉପକୂଳରୁ ପଶ୍ଚିମ ସବୁଠି ଲାଗୁଛି ଥଣ୍ଡା। ରାଜ୍ୟର ଅନେକ ସ୍ଥାନରେ ତାପମାତ୍ର ବଢ଼ିଥିଲେ ବି ଜାରି ରହିଛି ଶୀତ ଲହରୀ। ବଢ଼ୁଥିବା ଶୀତ ଲୋକଙ୍କ ଦିନଚର୍ଯ୍ୟାକୁ ବଦଳାଇ ଦେଇଛି। ସକାଳୁ ଘରୁ ବାହାରିବା ମୁସକିଲ୍ ହୋଇପଡ଼ିଛି। କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼, ମୟୂରଭଞ୍ଜ ସମେତ ଆଭ୍ୟନ୍ତରୀଣ ଜିଲ୍ଲାରେ ଶୀତ କିଛିଟା ଅଧିକ ଅନୂଭବ ହେଉଛି। ସେହିପରି ଆସନ୍ତା ଦୁଇ ଦିନ ପାଇଁ ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ କୁହୁଡ଼ି ସତର୍କତା ଜାରି କରିଛି ପାଣିପାଗ ବିଭାଗ।

Advertisment

Odisha News Cold Wave Odisha Winter Update
Advertisment
Advertisment