/odishatv-khabar/media/post_attachments/uploadimage/library/16_9/16_9_0/Heat_Wave_1714183121.jpg)
Heat Wave
ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ, ପ୍ରଚଣ୍ଡ ହେଲାଣି ତାତି। ଗତକାଲି ରାଜ୍ୟର ୩୨ଟି ସ୍ଥାନରେ ପାରଦ ୪୦ ଡିଗ୍ରୀକୁ ଟପିଥିବାବେଳେ ତା’ମଧ୍ୟରୁ ୪ଟି ସହରର ପାରଦ ୪୪ ପାର୍ କରିଥିଲା । ୪୪.୬ ଡିଗ୍ରୀ ସହ ଅନୁଗୁଳରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ତା ପଛକୁ ବୌଦ୍ଧରେ ୪୪.୫ ଡିଗ୍ରୀ ରେକର୍ଡ ହୋଇଥିଲା ।
ସେହିପରି ନୂଆପଡ଼ା ଓ ବଲାଙ୍ଗିରରେ ୪୪ ଡିଗ୍ରୀ, ବାରିପଦାରେ ୪୩.୮ ଡିଗ୍ରୀ, ଟିଟିଲାଗଡ଼, ଯାଜପୁର, ସମ୍ବଲପୁର ଏବଂ ହୀରାକୁଦରେ ତାପମାତ୍ରା ୪୩.୬ ଡିଗ୍ରୀ ରହିଥିଲା। ଝାରସୁଗୁଡ଼ା ଓ ତାଳଚେରରେ ୪୩.୫ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଢେଙ୍କାନାଳରେ ପାରଦ ୪୩.୧ ଡିଗ୍ରୀ ରହିଥିଲା।
ଅନ୍ୟପଟେ ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ପାଇଁ ଅଧିକାଂଶ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ୪୫ କିମ୍ବା ଅଧିକ ପାରଦ ରେକର୍ଡ ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ। ଦିନ ୧୧ରୁ ୩ ଟା ଭିତରେ ବାହାରକୁ ବାହାରିଲେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଭାଗ।
ସେହିପରି ଆଗାମୀ ୨ ଦିନ ପାଇଁ ଦକ୍ଷିଣ ଓଡ଼ିଶା ସମେତ ଆଖପାଖ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ଖୋର୍ଦ୍ଧାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖି ବର୍ଷା ହୋଇପାରେ। ପଶ୍ଚିମ ଦିଗରୁ ଶୁଷ୍କ ପବନ ପ୍ରବାହିତ ହେଉଛି। ଯାହା ଫଳରେ ଗରମ ବଢୁଥିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)