Advertisment

ତତଲା କଢେଇରେ ସିଝୁଛିି ଓଡ଼ିଶା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଏପ୍ରିଲ ୨୫ ଠାରୁ ୨୮ ତାରିଖ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିପାରେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Yellow Warning For Heat Wave Issued In 5 Districts Of Odisha

Yellow Warning For Heat Wave Issued In 5 Districts Of Odisha

ତତଲା କଢେଇରେ ସିଝୁଛିି ସାରା ଓଡ଼ିଶା। ଉପକୂଳ ଠାରୁ ଆଭ୍ୟନ୍ତରୀଣ ସବୁଠି ରୌଦ୍ରତାପରେ ଲୋକେ ହନ୍ତସନ୍ତ। ରବିବାର ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩ .୩ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ସୋନପୁର ସହର ୪୩.୮ ଡିଗ୍ରୀ ତାପମାତ୍ରା ସହ ହୋଇଥିଲା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର।  କେବେଳ ସେତିକି ନୁହେଁ ରାଜ୍ୟର ୨୮ଟି ସହରରେ ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ୮ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା।

Advertisment

ଅନୁଗୁଳରେ ତାପମାତ୍ରା ୪୩.୧ ଡିଗ୍ରୀ, ତାଳଚେର ୪୩ ଡିଗ୍ରୀ ଓ ବଲାଙ୍ଗିରରେ ୪୨.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ, ଆହୁରି ୩ ଦିନ ଏମିତି ସ୍ଥିତି ଜାରି ରହିବ।  ଅନେକ ସ୍ଥାନରେ ପାରଦ ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।

ଆଭ୍ୟନ୍ତରୀଣ ଓଡ଼ିଶାରେ ଆଜିଠୁ ତାତି ଆହୁରି ବଢ଼ିବ। ଏପ୍ରିଲ ୨୫ ଠାରୁ ୨୮ ତାରିଖ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିପାରେ। ତେଣୁ ଅଗାମୀ ୨୮ ତାରିଖ ଯାଏ ଜାରି ରହିପାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆଶଙ୍କାରେ ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଏହି ୫ ଜିଲ୍ଲା ହେଲା- ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର, ଖୋର୍ଦ୍ଧା, ନୟାଗଡ଼। 

Advertisment
Weather Update Heat Wave Warning Heat Wave In Odisha
Advertisment
Advertisment