Advertisment

ଭୁବନେଶ୍ୱରରେ ପ୍ରାଣ ଛାଡ଼ିଯିବା ପରି ସ୍ଥିତି କାହିଁକି ?

କାହିଁକି ରାଜଧାନୀରେ ଏଭଳି ନିଆଁବର୍ଷା କହିଲେ ପାଣିପାଗ ବିଜ୍ଞାନୀ

author-image
Chandan Shishu
ଅଦ୍ୟତନ ହୋଇଛି
Heat Wave In Bhubaneswar

Heat Wave In Bhubaneswar

ଭୁବନେଶ୍ୱର ଜଳୁଛି। ଯୁଆଡେ ଯାଅ ଅସହ୍ୟ ତାତି ଆଉ ତାତି। ପ୍ରବଳ ଗରମରେ ଆକ୍ତାମାକ୍ତା ଜନତା, ଅଧିକାଂଶ ସ୍ଥାନରେ ରାସ୍ତାଘାଟ ଶୂନଶାନ, କାଁ ଭାଁ ଚଳାଚଳ। ଆଜି ଦିନ ସାଢେ ୧୧ଟା ବେଳେ ୪୦ ପାର ହୋଇଥିଲା, ଦିନ ସାଢ଼େ ୨ଟା ବେଳକୁ ୪୩ ଡିଗ୍ରୀ ଓ ପରେ ୪୩.୩ ଡିଗ୍ରୀ ରେକର୍ଡ ହୋଇଛି। ବାହାରକୁ ବାହାରିଲେ ଦେହ-ମୁହଁ ପୋଡ଼ି ଯାଉଛି। ଗଛ ନାହିଁ ତ ଛାଇ ନାହିଁ, ଖରାରେ ପଥଚାରୀ କାଉଲୁ ବାଉଲୁ। ତାହାହେଲେ ଏଠି ପ୍ରଶ୍ନ-. ତତଲା ତାୱା କାହିଁକି ସିଝୁଛି ଭୁବନେଶ୍ୱର।ରାଜଧାନୀରେ ପ୍ରାଣ ଛାଡ଼ିଯିବା ପରି ସ୍ଥିତି ହୋଇଛି କାହିଁକି ? ଆସନ୍ତୁ ଜାଣିବା

Advertisment

ତାତିରେ ଏବର୍ଷ ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର। ରାଜଧାନୀ ଭୁବନେଶ୍ୱରର ଚଳିତ ବର୍ଷର ସର୍ବୋଚ୍ଚ ଦିନ ତାପମାତ୍ରା ଆଜି ୪୩.୩ ଡ଼ିଗ୍ରୀ ରେକର୍ଡ ହୋଇଛି। ଯାହା ୨୦୧୧ ପରଠାରୁ ଅପ୍ରେଲ ମାସରେ ତୃତୀୟ ସର୍ବାଧିକ ତାପମାତ୍ରା। ସାଧାରଣତଃ ଟିଟିଲାଗଡ଼, ଅନୁଗୁଳ, ତାଳଚେର, ସୋନପୁର ସମେତ ପଶ୍ଚିମ ଓଡ଼ିଶାର ପ୍ରମୁଖ ସହରରେ ଗରମ ଅନୁଭୂତ ହୁଏ। ହେଲେ ଏଥର ଗୋଟିଏ ପଟେ ରାଜଧାନୀରେ ନିଆଁଝୁଲ ଖସୁଛି, ତ ଅନ୍ୟପଟେ ସହର ଉପକଣ୍ଠ ଚନ୍ଦକା ଜଙ୍ଗଲ ଜଳୁଛି। କାହିଁକି ରାଜଧାନୀରେ ଏଭଳି ନିଆଁବର୍ଷା ? ପାଣିପାଗ ବିଜ୍ଞାନୀଙ୍କ କହିବା କଥା ହେଲା- ପାଣିପାଗରେ ପରିବର୍ତ୍ତନ, ଜଙ୍ଗଲ ଅବକ୍ଷୟ ଏବଂ କଂକ୍ରିଟ ଜଙ୍ଗଲ ସୃଷ୍ଟି ଏବଂ ଯାନବାହନ ସଂଖ୍ୟା ବୃଦ୍ଧି ଯୋଗୁଁ ଏଭଳି ସ୍ଥିତି ଉପୁଜିଛି।

ତେବେ ତାପମାତ୍ରା ଅଧିକ ରହୁଥିବାରୁ କାଳବୈଶାଖୀ ସମ୍ଭାବନା ମଧ୍ୟ ନାହିଁ। ତେଣେ ଆଞ୍ଚଳିକ ପାଣିପାଗ ବିଭାଗର କହିବା କଥା, ଗଲା ସପ୍ତାହେ ହେଲାଣି ଆଉ ସମୁଦ୍ର ପବନ ଆସୁନି। କେବଳ ପଶ୍ଚିମା ପବନ ବୋହୁଥିବାରୁ ଗରମ ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି। ଏଭଳି ସ୍ଥିତି ଆହୁରି ୪ରୁ ୫ଦିନ ଲାଗି ରହିବ। ଆସନ୍ତା ୨୫, ୨୬, ୨୭ରେ ଓଡ଼ିଶା ସମେତ ୬ଟି ରାଜ୍ୟକୁ ହିଟେଓ୍ୱଭ ଓ୍ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।

Advertisment

ତାପମାତ୍ରା ବଢୁଥିବାରୁ, ଅଂଶୁଘାତ ରୋଗୀଙ୍କ ସଂଖା ବଢିବା ଆଶଙ୍କା ଦେଖାଦେଲାଣି। ଏଭଳି ସ୍ଥଳେ ମ଼େଡିକାଲ ମାନଙ୍କରେ ସ୍ୱତନ୍ତ୍ର ବେଡ ପ୍ରସ୍ତୁତ ସହ ଔଷଧ ମହଜୁଦ ରଖାଯାଇଛି। କଟକ ଏସସିବିରେ ମଧ୍ୟ ସ୍ୱତନ୍ତ୍ର ବେଡ୍ ପ୍ରସ୍ତୁତ ଥିବା ବେଳେ ଆବଶ୍ୟକସ୍ଥଳେ ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା ରଖାଯାଇଛି।

Weather Forecast Weather In Odisha
Advertisment
Advertisment