Advertisment

ଫୁଲୁଛି ହୀରାକୁଦ ଡ୍ୟାମ୍, ୬୨୫ ଫୁଟ୍ ଟପିଲା ଜଳସ୍ତର

ହୀରାକୁଦ ଡ୍ୟାମ୍‌ରେ ଜଳସ୍ତର ୬୨୫ ଫୁଟ୍ ଟପିଛି। ଡ୍ୟାମ୍‌କୁ ବନ୍ୟାଜଳ ପ୍ରବେଶ ବଢ଼ୁଥିବାରୁ ଜଳସ୍ତର ବଢ଼ିବାରେ ଲାଗିଛି।

author-image
Rajalaxmi Sahoo
Water level surges above 625 ft in Hirakud Dam

Water level surges above 625 ft in Hirakud Dam

ଫୁଲୁଛି ହୀରାକୁଦ ଡ୍ୟାମ୍। ହୀରାକୁଦ ଡ୍ୟାମ୍‌ରେ ଜଳସ୍ତର ୬୨୫ ଫୁଟ୍ ଟପିଛି। ଆଜି ସକାଳ ୮ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୫.୫୪ ଫୁଟ୍ ଛୁଇଁଛି। ଡ୍ୟାମ୍‌କୁ ବନ୍ୟାଜଳ ପ୍ରବେଶ ବଢ଼ୁଥିବାରୁ ଜଳସ୍ତର ବଢ଼ିବାରେ ଲାଗିଛି।

Advertisment

ଏବେ ହୀରାକୁଦ ଡ୍ୟାମକୁ ୭ ଲକ୍ଷ ୬୫ ହଜାର ୮୫୮ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି। ସେହିପରି ଡ୍ୟାମ୍‌ରୁ ୪ ଲକ୍ଷ ୪୮ ହଜାର ୨୦୫ କ୍ୟୁସେକ୍‌ ବନ୍ୟା ଜଳ ନିଷ୍କାସିତ ହେଉଛି।  ବର୍ତ୍ତମାନ ୨୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି।

ଗତକାଲି ୩୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିବା ବେଳେ ବନ୍ୟା ସମୀକ୍ଷା ବୈଠକ ପରେ ୮ଟି ଗେଟ୍ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେପଟେ ଆସନ୍ତା ୩ ଘଣ୍ଟା ମଧ୍ୟରେ ପିକ୍ ଛୁଇଁବ ବନ୍ୟା। ତେଣୁ ଏହି ୩ ଘଣ୍ଟା ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। 

Advertisment

କଟକ ମୁଣ୍ଡଳିରେ ମହାନଦୀ ବିପଦ ସଙ୍କେତ ଟପିଛି। ମୁଣ୍ଡଳିରେ ମହାନଦୀ ବିପଦ ସଙ୍କେତ ୯୭.୨୫ ଫୁଟ୍ ଥିବା ବେଳେ ଏବେ ଜଳସ୍ତର ୯୭.୩୦ ଫୁଟ୍ ରହିଛି। ମୁଣ୍ଡଳିରେ ୧୧ ଲକ୍ଷ ୬୦ ହଜାର ୯୦୦ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। 

Rain In Odisha Hirakud Dam Flood In Odisha Odisha Flood Odisha Flood Fury
Advertisment
Advertisment