Advertisment

‘ଆସନ୍ତା ୩ ଘଣ୍ଟାରେ ପିକ୍‌ ଛୁଇଁବ ବନ୍ୟା’

ଆସନ୍ତା ୩ ଘଣ୍ଟା ମଧ୍ୟରେ ପିକ୍ ଛୁଇଁବ ବନ୍ୟା। ଏନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି।

author-image
Rajalaxmi Sahoo
Flood situation to touch peak level in 3 hours

Flood situation to touch peak level in 3 hours

ଆସନ୍ତା ୩ ଘଣ୍ଟା ମଧ୍ୟରେ ପିକ୍ ଛୁଇଁବ ବନ୍ୟା। ତେଣୁ ଏହି ୩ ଘଣ୍ଟା ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। ମୁଣ୍ଡଳିରେ ବର୍ତ୍ତମାନ ୧୧.୬ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷେ, କଟକ ମୁଣ୍ଡଳିରେ ମହାନଦୀ ବିପଦ ସଙ୍କେତ ଟପିଛି। ମୁଣ୍ଡଳିରେ ମହାନଦୀ ବିପଦ ସଙ୍କେତ ୯୭.୨୫ ଫୁଟ୍ ଥିବା ବେଳେ ଏବେ ଜଳସ୍ତର ୯୭.୩୦ ଫୁଟ୍ ରହିଛି। ମୁଣ୍ଡଳିରେ ୧୧ ଲକ୍ଷ ୬୦ ହଜାର ୯୦୦ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। 

Advertisment

ଅନ୍ୟପକ୍ଷେ, ଜଳ ପରିଚାଳନା ନେଇ ଆଜି ଅପରାହ୍ଣ ୪ଟାରେ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ। ଦୁଇ ରାଜ୍ୟର ମୁଖ୍ୟ ସଚିବଙ୍କ ମଧ୍ୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା ହେବ ବୋଲି ସୂଚନା ମିଳିଛି। 

ସେପଟେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଯାଜପୁର ଜିଲ୍ଲା ଦଶରଥପୁର ବ୍ରହ୍ମଚାରୀପାଟଣା ନିକଟ କାଣି ନଦୀବନ୍ଧରେ ଘାଇ ହେବା ପରେ ଗାଁ ଭିତରେ ବନ୍ୟା ପାଣି ପଶିଛି। ୬ରୁ ଅଧିକ ପଞ୍ଚାୟତ ଏବେ ପାଣି ଘେରରେ ରହିଛି। ଲୋକଙ୍କ ଘର ଭିତରେ ପାଣି ପଶିଯିବା ଯୋଗୁ ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ମହାନଦୀରେ ଜଳସ୍ତର ବଢ଼ୁଥିବାରୁ ପରିସ୍ଥିତି ଅଧିକ ବିଗିଡ଼ିବା ଆଶଙ୍କା କରାଯାଉଛି। ଦୟା ଓ ରଜୁଆ ନଦୀରେ ପାଣି ବଢ଼ିବା ପରେ ଏବେ ଖୋର୍ଦ୍ଧା ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଓରବରସିଂହ ପଞ୍ଚାୟତର ୧୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ଗାଁ ଭିତରେ ବନ୍ୟା ପାଣି ପଶିଛି। ଲୋକଙ୍କ ଘର ଭିତରେ ପାଣି ପଶିବା ଯୋଗୁ ଏବେ ସମସ୍ୟା ଅଧିକ ସଙ୍ଗୀନ ହୋଇପଡ଼ିଛି।

Advertisment

କେନ୍ଦ୍ରାପଡ଼ା ଜିଲ୍ଲାରେ ବି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, ପାଇକା ନଦୀରେ ଜଳସ୍ତର ବଢ଼ିବା ଯୋଗୁ ଅନେକ ଲୋକଙ୍କ ଘରେ ପାଣି ପଶିଛି। ଡେରାବିଶ, ମାର୍ଶାଘାଇ, ମହାକାଳପଡ଼ା ବ୍ଲକର ତଳିଆ ଅଞ୍ଚଳରେ ପାଣି ପଶିଛି। ଶହ ଶହ ଲୋକଙ୍କ ଘରେ ପାଣି ପଶିବା ଯୋଗୁ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଲୋକେ।

Rain In Odisha Flood In Odisha Odisha Flood Odisha Flood Fury
Advertisment
Advertisment